PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ନିଟ୍‌ ପାଇଁ ଆବେଦନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର ୦୨/୦୧: ଡାକ୍ତରୀ ବିଭାଗରେ ସ୍ନାତକ ପାଠ୍ୟକ୍ରମ (ଏମ୍‌ବିବିଏସ୍‌, ବିଡିଏସ୍‌)ରେ ନାମ ଲେଖିବା ପାଇଁ କରାଯାଉଥିବା ନିଟ୍‌ ପ୍ରବେଶିକା ପରୀକ୍ଷାର ଆବେଦନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ପୂର୍ବରୁ ୨୦୧୯ ଡିସେମ୍ବର ୩୧ ତାରିଖ ରାତି ୧୧ଟା ୫୦ ପର୍ଯ୍ୟନ୍ତ ଥିବା ସମୟ ସୀମାକୁ ଏବେ ଜାନୁଆରୀ ୬ ତାରିଖ ରାତି ୧୧ଟା ୫୦ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ୱେବସାଇଟ୍‌ରେ ଆବେଦନକାରୀଙ୍କ ସଂଖ୍ୟା ଅଧିକ ରହିବାରୁ ଆବେଦନର ଶେଷ ତାରିଖ ଘୁଞ୍ଚାଇବାକୁ ବହୁ ଆବେଦନକାରୀ କହିଥିଲେ । ଫଳରେ ନିଟ୍‌ ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପରୀକ୍ଷା ଘୁଞ୍ଚାଇବା ବାବଦରେ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଅପରପକ୍ଷେ ଅନଲାଇନ୍‌ ଆବେଦନ ଫର୍ମରେ ଥିବା କୌଣସି ତ୍ରୁଟିର ସଂଶୋଧନ ପାଇଁ ପୂର୍ବ ନିର୍ଦ୍ଧାରିତ ତାରିଖ ଅପରିବର୍ତ୍ତିତ ରହିଛି । ଜାନୁଆରୀ ୧୫ରୁ ୩୧ ତାରିଖ ରାତି ୧୧ଟା ୫୦ ପର୍ଯ୍ୟନ୍ତ ଅନଲାଇନ୍‌ରେ ତ୍ରୁଟି ସଂଶୋଧନ କରାଯାଇପାରିବ । ଏହା ବ୍ୟତୀତ କାଶ୍ମୀର ଉପତ୍ୟକା, ଲେହ ଓ କାରଗିଲର ଛାତ୍ରଛାତ୍ରୀମାନେ ସେମାନଙ୍କର ଆବେଦନ ଅଫଲାଇନ୍‌ରେ କରିପାରିବେ । ଏନ୍‌ଟିଏ ପକ୍ଷରୁ କରାଯାଇଥିବା ନୋଡାଲ୍‌ ସେଣ୍ଟରଗୁଡ଼ିକରେ ଦାଖଲ କରିପାରିବେ । ଆଶାୟୀ ଛାତ୍ରଛାତ୍ରୀମାନେ ଏ ବାବଦରେ ବିସ୍ତୃତ ସୂଚନା ଏନ୍‌ଟିଏ ୱେବସାଇଟ୍‌ ntaneet.nic.in ପାଇପାରିବେ । କୌଣସି ତଥ୍ୟ ବାବଦରେ ଜାଣିବା ପାଇଁ ଆବେଦନକାରୀମାନେ ହେଲ୍ପଲାଇନ୍‌ ନମ୍ବର- ୦୧୨୦-୬୮୯୫୨୦୦ରେ ଯୋଗାଯୋଗ କରିପାରିବେ । ବିଭିନ୍ନ ଅପଡେଟ୍‌ ଜାଣିବା ପାଇଁ ୱେବସାଇଟ୍‌ ଚେକ୍‌ କରିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର