PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୌଦ୍ଧ ପୋଲିସ ପକ୍ଷରୁ ଖଜୁରୀପଡା ଛକ ନିକଟରୁ ପିକପ ଭ୍ୟାନ ସହ ଚାରି କୁଣ୍ଟାଲ ଗଞ୍ଜେଇ ଜବତ ୨ ଗିରଫ
  • ||
  • ଭୁବନେଶ୍ଵର : ଛୋଟ ଛୁଆଙ୍କୁ କୋଭିଡ୍ ସଂକ୍ରମଣ ଆଶଙ୍କା କମ୍, ଛୋଟ ପିଲାଙ୍କ ମଧ୍ୟରେ ରହିଛି ୫୦ରୁ ୬୦ % ଆଣ୍ଟିବଡି – ନିରୋଜ ମିଶ୍ର
  • ||
  • ସୁନ୍ଦରଗଡ଼: ୧୫ ଗ୍ରାମର ବ୍ରାଉନସୁଗାର ଜବତ, ୫ ଗିରଫ
  • ||
  • ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହେଲା ହାଇଦରର ପୋଷ୍ଟମର୍ଟମ, ମାଜିଷ୍ଟେ୍ରଟ୍‌ଙ୍କ ଉପସ୍ଥିତିରେ ​ପୋଷ୍ଟମର୍ଟମ କରିବେ​‌ ୩ ଜଣିଆ ଡାକ୍ତରୀ ଟିମ୍
  • ||
  • ରଙ୍ଗେଇଲୁଣ୍ଡା: ହଳଦିଆପଦର ନିକଟରେ ଟ୍ରାକ୍ଟର ସହ ଅଟୋ ଦୁର୍ଘଟଣା, ୩ ମହିଳା ମତ୍ସ୍ୟଜୀବୀ ଗୁରୁତର
  • ||
  • ସୋର: ହାଇଦର୍ ଏନ୍‌କାଉଣ୍ଟର ସ୍ଥଳରୁ ୨ଟି ଗୁଳି ଜବତ କଲା ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୭ଜଣଙ୍କ ଜୀବନ ନେଲା କରୋନା, ସାଢ଼େ ୫ ହଜାର ଟପିଲା ମୃତ୍ୟୁସଂଖ୍ୟା
  • ||
  • ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଭୁବନେଶ୍ୱର : ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ, ୧୨ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫୦ ପାର୍
  • ||
  • ପାରଳାଖେମୁଣ୍ଡି : ଏସିଏଫ୍‌ ସୌମ୍ୟରଞ୍ଜନ ଡେଥ୍ ମିଷ୍ଟ୍ରି, ବଲାଙ୍ଗୀରରେ ପାରଳା ପୁଲିସର ୫ଜଣିଆ ଟିମ୍‌, ବିଦ୍ୟାଙ୍କ ପାର୍ଟି ସହ ସୌମ୍ୟ ମୃତ୍ୟୁର ଲିଙ୍କ୍‌ ଖୋଜିବ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୩୩ ଜଣ କରୋନା ପଜିଟିଭ୍
  • ||
  • ଜଳେଶ୍ଵର : ମନ୍ଦାର ଫୁଲ ଗଛ କଟାକୁ ନେଇ ଶଳାକୁ ଭିଣୋଇର ସଙ୍ଘବଦ୍ଧ ଆକ୍ରମଣ, ସଜ୍ଞାହୀନ ଅବସ୍ଥାରେ ନଦୀ କୂଳରୁ ଉଦ୍ଧାର
  • ||
  • ଭୁବନେଶ୍ୱର : ୨୮ରେ ପୁଣି ଏକ ଲଘୁଚାପ, ୨୭ରୁ ବଢ଼ିବ ବର୍ଷା
  • ||

NEET-JEE ପରୀକ୍ଷାକୁ ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ, କହିଲେ-ଏ ବର୍ଷ ନଷ୍ଟ କରିହେବନି

https-www-newsheads-in

ନୂଆଦିଲ୍ଲୀ,୧୭।୮: ସୁପ୍ରିମକୋର୍ଟ   NEET ଓ  JEE ପରୀକ୍ଷାର ଆୟୋଜନ ବିରୋଧରେ ଦାଖଲ କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଏହା ସହିତ ପରୀକ୍ଷା ଆୟୋଜକଙ୍କୁ ସବୁଜଙ୍କ ସଙ୍କେତ ଦେଇଛନ୍ତି। ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ମେଡିକାଲ ପ୍ରବେଶ ପରୀକ୍ଷା NEET ଓ   ଇଞ୍ଜିନିୟରିଂ ପ୍ରବେଶ ପରୀକ୍ଷା JEE Mains କୁ ସ୍ଥଗିତ କରିବା ଦାବିରେ କରାଯାଇଥିବା ଆବେଦନକୁ ଖାରଜ କରିଦେଇଥିଲେ।

ଆବେଦନ ଖାରଜ୍ କରି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି, କ’ଣ ଦେଶରେ ସବୁ କିଛି ରୋକି ଦିଆଯିବ? ଏକ ମୂଲ୍ୟବାନ ବର୍ଷକୁ କ’ଣ ଏଭଳି ନଷ୍ଟ କରିଦିଆଯିବ? ଆବେଦନରେ କୋଭିଡ୍-୧୯ ସଂକ୍ରମଣର ବଢୁଥିବା ମାମଲା ଦେଖି ସେପ୍ଟେମ୍ବରରେ ପ୍ରସ୍ତାବିତ JEE Mains ଓ NEET UG  ପରୀକ୍ଷାକୁ ସ୍ଥଗିତ ରଖିବାର ଦାବି କରାଯାଇଥିଲା।

ମାମଲାର  ଶୁଣାଣି ଜଷ୍ଟିସ୍ ଅରୁଣ ମିଶ୍ରଙ୍କ ନେତୃତ୍ବରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କରୁଥିଲେ। ଉଲ୍ଳେଖନୀୟ ଯେ, JEE ପରୀକ୍ଷା ୧ ସେପ୍ଟେମ୍ବରରୁ ୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଆୟୋଜିତ କରାଯିବାର ଅଛି। ସେଭଳି ନିଟ୍ ପରୀକ୍ଷା ୧୩ ସେପ୍ଟେମ୍ବରରେ ଆୟୋଜନ କରାଯିବାର ଯୋଜନା ରହିଛି। ଏହି ପରୀକ୍ଷା ସ୍ଥଗିତ ରଖିବାକୁ ଦାବିକୁ ନେଇ ୧୧ ରାଜ୍ୟର ଛାତ୍ର ପରୀକ୍ଷା ସ୍ଥଗିତ କରିବାର ଅନୁରୋଧ ସହିତ ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ ଦାଖଲ କରିଥିଲେ।

ଆବେଦନରେ କରୋନା ମହାମାରୀ କାରଣରୁ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ତିନି ଜୁଲାଇର ନୋଟିସ୍ ରଦ୍ଦ କରିବାର ଅନୁରୋଧ କରାଯାଇଥିଲା। ଏହି ନୋଟିସ୍ ମାଧ୍ୟମରେ ଏନଟିଏ ମିଳିତ ପ୍ରବେଶିକା ପରୀକ୍ଷା (ଜେଇଇ) ମୁଖ୍ୟ, ଅପ୍ରେଲ ୨୦୨୦ରେ ହେବାକୁ ଥିବା ନିଟ୍-ୟୁଜି ସେପ୍ଟେମ୍ବରରେ କରିବାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର