କରୋନା ପଜିଟିଭ୍ ଥିଲେ ଜେଲ୍ ମନା, କୋଭିଡ୍ ରିପୋର୍ଟ ବାଧ୍ୟତାମୂଳକ…

ଭୁବନେଶ୍ୱର ୮/୪: କରୋନା ପଜିଟିଭ୍ ଥିଲେ ଜେଲ୍ ମନା । କରୋନା ପଜିଟିଭ୍ ଥିଲେ ଜେଲକୁ ଅନୁମତି ନାହିଁ । ଜେଲ୍ ବିଭାଗ ପକ୍ଷରୁ କୋଭିଡ୍ କଟକଣା ନେଇ ଏସଓପି ଜାରି ହୋଇଛି । କୌଣସି ବି ଅଭିଯୁକ୍ତ ବା ଦୋଷୀ ଜେଲ୍ ଆସିଲେ କୋଭିଡ୍ ରିପୋର୍ଟ ବାଧ୍ୟତାମୂଳକ । ଯଦି ରିପୋର୍ଟ ନେଗେଟିଭ୍ ତେବେ ଜେଲକୁ ପ୍ରବେଶ ଅନୁମତି ମିଳିବ । ଜେଲରେ କୋଭିଡ୍ ନିୟମ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି । କହିରଖୁଛୁ ରାଜ୍ୟରେ ନୂଆ କରୋନା ସଂକ୍ରମଣ ୮ ଶହ ଟପିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୭୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।