
ନୂଆଦିଲ୍ଲୀ- ବଲିଉଡ୍ର ପ୍ରସିଦ୍ଧ ଗାୟକ ନେହା କକ୍କର ବର୍ତ୍ତମାନ ସମୟରେ ସ୍ୱାମୀ ରୋହନପ୍ରୀତ ସିଂହଙ୍କ ସହ ବିବାହକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ନିକଟରେ ନେହା କକ୍କରଙ୍କ ଏକ ପୁରୁଣା ଭିଡ଼ିଓ ଇଣ୍ଟରନେଟ୍ରେ ଖୁବ୍ ଭାଇରାଲ ହେଉଛି। ଏହି କୌତୁକିଆ ଭିଡ଼ିଓରେ ସିଙ୍ଗରଙ୍କୁ କପିଲ ଶର୍ମା ପଚାରୁଛନ୍ତି , ଏହି ଡ୍ରେସ୍ ଆପଣ କେଉଁଠୁ ଆଣିଲେ । ଆଉ ଏହାର ଜବାବରେ ସିଙ୍ଗର କହିଥିଲେ ପାପାଙ୍କ ଠାରୁ । ନେହାଙ୍କର କଥା ଶୁଣି କପିଲ୍ ପୁଣି କହୁଛନ୍ତି , ଆପଣଙ୍କ ପାପା କେଉଁଠି ? ଆପଣଙ୍କ ପାପା କଣ କରନ୍ତି , ଜାଣନ୍ତି ?
ସିଙ୍ଗର ନେହା କକ୍କରଙ୍କର କଥା ଶୁଣି ଯେକେହି ହସିବାକୁ ଲାଗିବ । ନେହା କକ୍କରଙ୍କର ଏହି ପୁରୁଣା ଭିଡ଼ିଓ ତାଙ୍କର ପ୍ରଶଂସକ କ୍ଲବ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟର କରିଛନ୍ତି । ସିଙ୍ଗରଙ୍କର ଏହି ଭିଡ଼ିଓକୁ ଲୋକେ ଖୁବ୍ କମେଣ୍ଟ କରୁଛନ୍ତି ଏବଂ ନିଜର ପ୍ରତିକ୍ରିୟା ଦେଉଛନ୍ତି । ନେହାଙ୍କର ଏହି ଭିଡ଼ିଓକୁ ଏବେ ସୁଦ୍ଧା ୧୭ ହଜାରରୁ ଅଧିକ ଭ୍ୟୁଜ୍ ମିଳିସାରିଛି ।
ଉଲ୍ଲେଖନୀୟ ଯେ, ନେହା କକ୍କର ଓ ରୋହନପ୍ରୀତି ସିଂହ ଗତ ମାସରେ ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।