ଆଦିତ୍ୟ ନାରାୟଣଙ୍କ ସହ ନେହାଙ୍କ ବିବାହ ସମ୍ପନ୍ନ ! ଆସିଲେନି ପରିବାର ଲୋକ

ମୁମ୍ବାଇ ୧୪।୨ : ବଲିଉଡ୍‌ ସିଙ୍ଗର ନେହା କକ୍କଡ଼ ଓ ଆଦିତ୍ୟ ନାରାୟଣଙ୍କ ବିବାହକୁ ନେଇ ଖୁବ ଜୋରରେ ଚର୍ଚ୍ଚା ଧରିଥିଲା। ଦୁହେଁ ଭାଲେଣ୍ଟାଇନ୍ସ ଡେ’ରେ ବିବାହ କରିବେ ବୋଲି ପୂର୍ବରୁ ଘୋଷଣା ସରିଥିଲା। ତେବେ ଦୁହେଁ ଆଜି ବିବାହ କରିସାରିଛନ୍ତି। ବିବାହର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

‘ଇଣ୍ଡିଆନ୍‌ ଆଇଡଲ୍‌ ୧୧’ର ସେଟ୍‌ରେ ନେହା ଓ ଆଦିତ୍ୟଙ୍କ କାହାଣୀ ଆରମ୍ଭ ହୋଇଥିଲା। ଆଜି ସେହି ମଞ୍ଚ ଉପରେ ହିଁ ଦୁହିଁଙ୍କର ବିହାହ ସମ୍ପନ୍ନ ହୋଇଯାଇଛି। ଭାଇରାଲ୍ ଭିଡିଓରେ ଆଦିତ୍ୟ ଓ ନେହା ପରସ୍ପରଙ୍କୁ ମାଳ ପିନ୍ଧାଉଛନ୍ତି ଆଉ ଅଗ୍ନି କୁଣ୍ଡ ଆଗରେ ସାତ ଫରେ ନେବାର ଦେଖିବାକୁ ମିଳିଛି।

ସେମାନଙ୍କ ସହ ଶୋ’ର ଜଜ୍‌ ବିଶାଲ୍‌ ଦଦ୍‌ଲାନୀ, ହିମେଶ ରେଶମିଆ ଓ ପ୍ରତିଯୋଗୀମାନେ ମଧ୍ୟ ଉପସ୍ଥିତ ଥିଲେ। ହେଲେ ଉଭୟଙ୍କ ପରିବାର ଲୋକ ଉପସ୍ଥିତ ନାହାନ୍ତି। ତେଣୁ ଏହା କେବଳ ଶୋ’ର ଟିଆର୍‌ପି ବଢ଼ାଇବା ପାଇଁ କରାଯାଇଛି। ନିକଟରେ ଆଦିତ୍ୟଙ୍କ ବାପା ଉଦିତ୍‌ ମଧ୍ୟ ଏହି କଥାର ଖୁଲାସା କରିଛନ୍ତି।

ଏହି ଗୁଜବ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଆଦିତ୍ୟଙ୍କ ବାପା ଉଦିତ୍ ନାରାୟଣ ଶୋ’ରେ ପହଁଞ୍ଚି ନେହାଙ୍କ ପ୍ରଶଂସା କରି ତାଙ୍କୁ ଘରର ବୋହୁ କରିବାକୁ ଇଛା ପ୍ରକାଶ କରିଥିଲେ। ଏହି ଏପିସୋଡ୍‌ରେ ହିମେଶଙ୍କ ପତ୍ନୀ ସୋନିଆ କପୁର ମଧ୍ୟ ସାମିଲ ଥିଲେ।

ନିକଟରେ ନେହା-ଆଦିତ୍ୟଙ୍କର ଏକ ମ୍ୟୁଜିକ୍‌ ଭିଡିଓ ‘ଗୋଆ ବିଚ୍‌’ ମଧ୍ୟ ରିଲିଜ୍‌ ହୋଇଯାଇଛି। ‘ଗୋଆ ବିଚ୍‌’ ଗୀତଟିକୁ ନେହାଙ୍କ ସହ ତାଙ୍କ ଭାଇ ଟୋନି କକ୍କଡ଼ ଗାଇଛନ୍ତି। ଗୀତରେ ଆଦିତ୍ୟ ଓ ନେହାଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଛି। ପୂରା ଗୀତର ଭିଡିଓ ସୁଟିଂ ଗୋଆର ସମୂଦ୍ରକୂଳରେ ହୋଇଛି।

   ସମ୍ବନ୍ଧିତ ଖବର


‘ରାମାୟଣ’ର ସୁଟିଂ ୫୫୦ ଦିନ ଚାଲିଥିଲା, ପ୍ରତି ଏପିସୋଡରେ ଜାଣନ୍ତୁ କେତେ ହେଉଥିଲା ଖର୍ଚ୍ଚ

ଚର୍ଚ୍ଚାରେ ଶୋଲେର ‘ଶାମ୍ବା’, ସାମାଜିକ ଦୂରତା ରକ୍ଷା ନେଇ ଭାଇରାଲ ହେଉଛି ଫଟୋ

କଥା ରଖିଲେ ଭାଇଜାନ୍: ୧୬ ହଜାର ଶ୍ରମିକଙ୍କ ଆକାଉଣ୍ଟକୁ ଦେଲେ ଏତେ କୋଟି ଟଙ୍କା

ଲୋକଙ୍କୁ ସୋସିଆଲ ଡିଷ୍ଟାନ୍ସ ବୁଝାଇବା ପାଇଁ ଦୀପିକା-ଶାହରୁଖଙ୍କ ସାହାଯ୍ୟ ନେଲା ପୋଲିସ