PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ ଯୁବକ, ଫାସରେ ପଡି ଜୀବନ ଗଲା
  • ||
  • ଚାନ୍ଦବାଲି : ମୁଖ୍ୟ ବଜାରରେ ହଠାତ୍ ଭୁଶୁଡିଲା ବିଦ୍ୟୁତ୍ ଖୁଣ୍ଟି, ଅଳ୍ପକେ ବର୍ତ୍ତିଲେ ପଥଚାରୀ
  • ||
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

ଧଳା କେଶ , ଆଖିରେ ଖୁବ୍‌ ମେକ୍‌ଅପ୍‌ରେ ନେହା କକ୍କର – ଗାୟିକାଙ୍କ ଅଦ୍ଭୁତ ଲୁକ୍‌ ଦେଖି ସମସ୍ତେ ଆଶ୍ଚର୍ଯ୍ୟ !

ମୁମ୍ୱାଇ – ବଲିଉଡ୍‌ର ଲୋକପ୍ରିୟ ସିଙ୍ଗରଙ୍କ ମଧ୍ୟରୁ ଜଣେ ନେହା କକ୍କର ଏହି ସମୟରେ ନିଜର କାଣ୍ଟା ଲଗାକୁ ନେଇ ଖୁବ୍‌ ଚର୍ଚ୍ଚା ସାଉଁଣ୍ଟୁଛନ୍ତି । ଏହି ଗୀତକୁ ପ୍ରଶଂସକ ଯେତେ ମାତ୍ରାରେ ପସନ୍ଦ କରୁଛନ୍ତି , ସେତିକି ମାତ୍ରାରେ ତାଙ୍କର ଏହି ଲାଟେଷ୍ଟ ଲୁକ୍‌କୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ନେହାଙ୍କର ଭାଇରାଲ ହେଉଥିବା ଫଟୋ ଗୁଡ଼ିକୁ ଦେଖି ଲୋକେ ଭିନ୍ନ ଭିନ୍ନ ପ୍ରଶ୍ନ କରି ତାଙ୍କୁ ଥଟ୍ଟା କରୁଛନ୍ତି।

neha kakkar strange look shocked everyone, fans asking funny questions

କହି ରଖୁଛୁ କି ନେହା ନିକଟରେ ନିଜର ଇନଷ୍ଟାଗ୍ରାମ୍‌ରେ କିଛି ଫଟୋକୁ ସେୟାର କରିଛନ୍ତି , ଯାହାକୁ ଦେଖିବା ପରେ ଲୋକେ ଖୁବ୍‌ ମଜା ନେଉଛନ୍ତି ।

ନେହା କକ୍କର ଯେଉଁ ଲୁକ୍‌ରେ ନିଜର ଫୋଟ ସବୁ ସେୟାର କରିଛନ୍ତି , ଏମିତି ଲୁକ୍‌ ପ୍ରଥମ ଥର ଦେଖିବାକୁ ମିଳିଛି । ସାମନାକୁ ଆସିଥିବା ଫଟୋରେ ଦେଖିବାକୁ ମିଳିଛି ନେହା ପିଙ୍କ୍‌ କ୍ରପ୍‌ ଟପ୍‌ ଓ ଗ୍ରୀନ୍‌ ସାର୍ଟରେ ନଜର ଆସୁଛନ୍ତି । ଏହାସହ ସେ କେଶକୁ ମଧ୍ୟ ଧଳା ରଙ୍ଗ କରିଛନ୍ତି । ସେ ନିଜର ମୁଣ୍ଡକୁ  ଏକ ସ୍କ୍ରାର୍ଫ ବାନ୍ଧିଛନ୍ତି ।  ନେହା କକ୍କରଙ୍କର ଏହି ହିପ୍ପି ଲୁକ୍‌ ଦେଖି ସୋସିଆଲ ମିଡ଼ିଆରେ ପ୍ରଶଂସକମାନେ କମେଣ୍ଟ କରୁଛନ୍ତି ।

neha kakkar strange look shocked everyone, fans asking funny questions

ଆପଣଙ୍କୁ କହି ରଖୁଛୁ କି ,  ନେହା କକ୍କରଙ୍କର ଏହି ଲୁକ୍‌ ତାଙ୍କର ନୂଆ ଗୀତ କାଣ୍ଟା ଲଗା…ର ଅଂଶ ବିଶେଷ । ତାଙ୍କର ନୂଆ ଗୀତକୁ ଏବେସୁଦ୍ଧା  ୫୦ ମିଲିୟନରୁ ଅଧିକ ଭିୟୁଜ୍‌ ମିଳି ସାରିଛି ।