PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ବାତ୍ୟା ପ୍ରଭାବିତ ୧୧ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
  • ||
  • ଭୁବନେଶ୍ଵର : ମଧ୍ୟରାତ୍ରୀ ସୁଦ୍ଧା ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଗୁଲାବ, ଗଞ୍ଜାମ ଓ ଗଜପତିରେ ପଡିବ ବେଶି ପ୍ରଭାବ
  • ||
  • ମାଲକାନଗିରି : ବାତ୍ୟା ମୁକାବିଲା ପାଇଁ ସଜାଗ ମାଲକାନଗିରି ଜିଲ୍ଲା ପ୍ରଶାସନ, ୬ଟି ଓଡ୍ରାଫ୍ ଓ ଗୋଟିଏ ଏନଡିଆରଏଫ୍ ଟିମ୍ ନିୟୋଜିତ
  • ||
  • କଟକ : ମହାନଦୀ ପୋଲ ଉପରୁ ପାଣିକୁ ଡେଇଁଲେ ବିଜେବି କଲେଜ କେମେଷ୍ଟ୍ରି ଲାବୋରେଟୋରୀ ଆସିଷ୍ଟାଣ୍ଟ
  • ||
  • ସୋରୋ : ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ୨୦ ହଜାର ଟଙ୍କା ଓ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ: କଟକ ଯୋବ୍ରା ନିକଟରୁ ଠାବ ହେଲା ନିଖୋଜ ହାତୀର ମୃତଦେହ, ଶୁକ୍ରବାର ରାତିରେ ମହନଦୀରେ ଭାସଯାଇଥିଲା
  • ||
  • ଭୁବନେଶ୍ୱର: ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୫୮୫ ଜଣ ପଜିଟିଭ୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୭୫କୁ ବୃଦ୍ଧି
  • ||
  • ଅନୁଗୁଳ: କୋଡିଏମାଇଲ ଛକରେ ଥିବା ୨ଟି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡିଗଲେ ୩ ଯୁବକ, ଖୁଣ୍ଟରେ ବାନ୍ଧି ଉତ୍ତମ ମଧ୍ୟମ ଦେଲେ ସ୍ଥାନୀୟଲୋକ
  • ||
  • ଭୁବନେଶ୍ୱର: ମାଡ଼ି ଆସୁଛି ବାତ୍ୟା ଗୁଲାବ୍, ମଧ୍ୟ ରାତ୍ରରେ ହେବ ଲ୍ୟାଣ୍ଡଫଲ୍
  • ||
  • ଆଇପିଏଲ୍- ୨୦୨୧: ଆଜି ରୋହିତ ଓ ବିରାଟଙ୍କ ମଧ୍ୟରେ କଡ଼ା ମୁକାବିଲା, ବିଜୟ ଲକ୍ଷ୍ୟରେ ଉଭୟ ଦଳ
  • ||
  • ଭୁବନେଶ୍ୱର: ‘ରମାଦେବୀ’ରେ ପିଏଚ୍‌ଡି ନାମଲେଖା ପାଇଁ ପ୍ରକାଶ ପାଇଲା ମେରିଟ ଲିଷ୍ଟ୍, ୧୧ଟି ବିଭାଗରେ ମୋଟ୍ ୬୦ ଛାତ୍ରୀଙ୍କୁ ଚୟନ..
  • ||
  • ପଞ୍ଜାବ: ଆଜି ପଞ୍ଜାବ କ୍ୟାବିନେଟ ସମ୍ପ୍ରସାରଣ ,ଶପଥ ନେବେ ମନ୍ତ୍ରୀ, ଚନ୍ନୀଙ୍କ ଟିମ୍‌ରେ ସାମିଲ ହେବେ ୭ ନୂଆ ଚେହେରା
  • ||

ନେହା କକ୍କର ଏହି କାମ ସିନା କରିଦେଲେ , ଏବେ ସୋସିଆଲ ମିଡ଼ିଆରେ ପ୍ରଶଂସକଙ୍କୁ ମାଗୁଛନ୍ତି କ୍ଷମା

ନୂଆଦିଲ୍ଲୀ – ଲୋକପ୍ରିୟ ପ୍ଲେବ୍ୟାକ୍‌ ସିଙ୍ଗର ନେହା କକ୍କର ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ୍‌ ରହିଥାନ୍ତି। ସେ ସର୍ବଦା ନିଜର ପ୍ରଶଂସକଙ୍କ ସହ ନିଜର ୱାର୍କ ଫ୍ରଣ୍ଟ ବା ବ୍ୟକ୍ତିଗତ ଜୀବନ ସହ ଜଡ଼ିତ ଜିନିଷକୁ ସେୟାର କରିଥାନ୍ତି । ନିକଟରେ ନେହା କକ୍କର ଯେଉଁ କଥା ନିଜର ପ୍ରଶଂସକଙ୍କ ସହ ଇନଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି , ଏଥିରେ ପ୍ରଶଂସକଙ୍କୁ ଖୁସି ବଦଳରେ ଅଧିକ ଅସୁବିଧାର ସାମନା କରିବାକୁ ପଡ଼ିଛି ।  

ଉଲ୍ଲେଖନୀୟ ଯେ, ନେହା କକ୍କର ନିଜର କିଛି ପ୍ରଶଂସକଙ୍କୁ ଇନଷ୍ଟାଗ୍ରାମ୍‌ରୁ ଅନଫଲୋ କରି ଦେଇଛନ୍ତି । ସେ ନିଜର ଇନ୍‌ଷ୍ଟା ଷ୍ଟୋରୀ ଜରିଆରେ ଏହି ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ଏବଂ  ସେ କହିଛନ୍ତି କି ଏବେ ସେ କେବଳ ସେହି ଲୋକଙ୍କୁ ଫଲୋ କରିବେ ଯାହାଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣନ୍ତି । ଏବେ ନେହା କକ୍କର ଏହି ନିଷ୍ପତ୍ତି କାହିଁକି ନେଇଛନ୍ତି ତାଙ୍କୁ ହିଁ ଏହା ଜଣା , ହେଲେ ପ୍ରକୃତରେ ଏଥିରେ ତାଙ୍କର କିଛି ପ୍ରଶଂସକଙ୍କୁ କଷ୍ଟ ନିଶ୍ଚୟ ହୋଇଛି ।  

ନେହା ନିଜର ଇନ୍‌ଷ୍ଟା ଷ୍ଟୋରୀରେ ଲେଖିଛନ୍ତି , ସରି !! ଶେଷରେ ମୁଁ ଇନ୍‌ଷ୍ଟାଗ୍ରାମ୍‌ରେ କିଛି ଲୋକଙ୍କୁ ଅନ୍‌ଫଲୋ କରିବାକୁ ନିଷ୍ପତ୍ତି ନେଇଛି । କାରଣ ଅତୀତରେ ମୋ ସହ କିଛି ଖରାପ ଅନୁଭବ ହୋଇଛି। ଏବେ କେବଳ ତାଙ୍କୁ ଫଲୋ କରିବି , ଯାହାଙ୍କୁ ଜାଣିଛି ଏବଂ ଯାହାଙ୍କ ସହ ମିଳାମିଶା କରୁଛି ବା ଯାହାଙ୍କ ସହ କାମ କରୁଛି ।

ଯଦି ଆପଣଙ୍କୁ ଖରାପ ଲାଗିଛି କ୍ଷମା ମାଗୁଛି , କୌଣସି ପ୍ରକାରର ଅଭିଯୋଗ ରଖନାହିଁ । ଏହା ହେଉଛି ଜୀବନ , ଆମକୁ ସାବଧାନ ରହିବାକୁ ହେବ ।