ଲିଫ୍ଟ ବାହାନାରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବନ୍ଧକ ରଖି ୨ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ,ଦିଆଯାଇଥିଲା ଏଭଳି ଅକଥନୀୟ ନିର୍ଯ୍ୟାତନା

ପ୍ରୟାଗରାଜ,୫।୯: ଉତ୍ତର ପ୍ରଦେଶର ପ୍ରୟାଗରାଜ ଜିଲ୍ଲାରେ ପୁଣିଥରେ ଗଣଦୁଷ୍କର୍ମର ମାମଲା ଦେଖିବାକୁ ମିଳିଛି। ଏହି ଘଟଣା ୯ମ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରୀଙ୍କ ସହିତ ହୋଇଛି ବୋଲି ଜଣାପଡିଛି। ପୋଲିସର ସୂଚନା ଅନୁସାରେ, ସ୍କୁଲରୁ ଘରକୁ ଫେରୁଥିବା ସମୟ ଛାତ୍ର ତାଙ୍କର ପଡୋଶୀଙ୍କୁ ଲିଫ୍ଟ ଦେବା ବାହାନାରେ ବାଇକରେ ବସାଇ ନେଇଥିଲେ ଓ ପରେ ତାଙ୍କୁ ଏକ ରୁମରେ ବନ୍ଦ କରିଦେଇଥିଲେ। ଦୁଇ ଦିନ ପର୍ଯ୍ୟନ୍ତ ନିଜର ବନ୍ଧୁଙ୍କ ସହିତ ମିଶି ଦୁଷ୍କର୍ମ କରିଥିଲେ। ଦୁଇ ଦିନ ପରେ ଛାତ୍ରୀଙ୍କୁ ତାଙ୍କର ଘର ନିକଟରେ ଆଣି ଛାଡିଦେଇଥିଲେ ଓ ଧମକ ଦେଉଥିଲେ ଯଦି ଏ ବିଷୟରେ କାହାକୁ କହିବୁ ତେବେ ଭିଡିଓ ଭାଇରାଲ କରିଦେବୁ।

ପୋଲିସର ସୂଚନା ଅନୁସାରେ, ଛାତ୍ରୀଜଣକ ପ୍ରତାପଗଡର। ସୋମବାର ସେ ସ୍କୁଲ ଯାଇଥିଲେ, କିନ୍ତୁ ଘରକୁ ଫେରିନଥିଲେ। ପରିବାର ଲୋକ ସ୍କୁଲରେ ଯେତେବେଳେ ପହଁଞ୍ଚିଥିଲେ ​ତାଙ୍କୁ ଜଣାପଡିଥିଲା ଝିଅ ସ୍କୁଲରୁ ଚାଲିଯାଇଛି। ଏହାପରେ ଝିଅଟିର ସାଙ୍ଗମାନଙ୍କ ଘରକୁ ଯାଇଥିଲେ, କିନ୍ତୁ ସେଠାରେ ତାଙ୍କର କୌଣସି ଖବର ମିଳିନଥିଲା। ଦୁଇ ଦିନ ପରେ ଅଚାନକ ଭାବରେ ଛାତ୍ରୀ ଜଣକ ଘରକୁ ଫେରିଥିଲେ, ଏହାପରେ ତାଙ୍କ ସହ ହୋଇଥିବା ସବୁ ଘଟଣା ସମ୍ପର୍କରେ ସେ ଘର ଲୋକଙ୍କୁ କହିଥିଲେ। ଛାତ୍ରୀଜଣକ କହିଥିଲେ, ସେ ସୋମବାର ସ୍କୁଲରୁ ଘରକୁ ଫେରୁଥିଲେ। ସେତେବେଳେ ଗାଁରେ ରହୁଥିବା ପଡୋଶୀ ନରେନ୍ଦ୍ର ଯାଦବ ବାଇକରେ ଆସିଥିଲେ ଓ ବାଇକ୍ ରୋକି ଛାତ୍ରୀଙ୍କୁ ତାଙ୍କ ଘରେ ଛାଡିଦେବାର କହିଥିଲେ।

ବାରମ୍ବାର କହିବା ପରେ ଛାତ୍ରୀଜଣକ ବାଇକରେ ବସି ନରେନ୍ଦ୍ରଙ୍କ ସହିତ ଯାଇଥିଲେ। କିଛି ସମୟ ପରେ ନରେନ୍ଦ୍ର କିଛି ଜିନିଷ କିଣିବା ବାହାନରେ ଗାଡିକୁ ଆଉ ଏକ ରାସ୍ତାରେ ନେଇଯାଇଥିଲେ। ଛାତ୍ରୀଜଣକ କିଛି ବୁଝିପାରିନଥିଲେ, କିନ୍ତୁ କିଛି ବିଳମ୍ବରେ ନରେନ୍ଦ୍ର ତାଙ୍କୁ ନେଇ ପ୍ରୟାଗରାଜ ପହଁଞ୍ଚି ଯାଇଥିଲେ ଓ ଛାତ୍ରୀଙ୍କୁ ଏକ ରୁମରେ ବନ୍ଦ କରିଦେଇଥିଲେ। ପୂର୍ବରୁ ନରେନ୍ଦ୍ରଙ୍କ ସାଙ୍ଗ ମୋହିତ ମଧ୍ୟ ସେଠାରେ ଥିଲେ। ଦୁହେଁ ଛାତ୍ରୀଙ୍କ ସହିତ ଦୁଷ୍କର୍ମ କରିଥିଲେ। ପାଟି କରିବାରୁ ଛାତ୍ରୀଜଣଙ୍କୁ ସେମାନେ ବହୁତ ମାଡ ମାରିଥିଲେ। ଏଭଳି ପ୍ରାୟ ୨ ଦିନ ଧରି କରିବା ପରେ ଛାତ୍ରୀଙ୍କ ଦେହ ଖରାପ ହୋଇଯାଇଥିଲା। ଏହା ଦେଖି ଦୁଇଜଣକ ତାଙ୍କର ଅଶ୍ଲୀଳ ଫଟୋ ଏବଂ ଭିଡିଓ ତିଆରି କରି ତାଙ୍କୁ ଧମକ ଦେଇ କହିଥିଲେ କାହାକୁ କିଛି କହିଲେ ଇଣ୍ଟରନେଟରେ ଭାଇରାଲ କରିଦେବେ।

ଭୟରେ ଛାତ୍ରୀଜଣକ କିଛି କହିନଥିଲେ। ଏହାପରେ ଅଭିଯୁକ୍ତଜଣକ ତାଙ୍କୁ ବାଇକରେ ବସାଇ ପୁଣିଥରେ ପ୍ରତାପଗଡ ଫେରାଇ ଆଣିଥିଲେ ଓ ଗାଁ ପୂର୍ବରୁ ଛାଡି ଦେଇଥିଲେ। ଛାତ୍ରୀଜଣକ ଘରେ ପହଁଞ୍ଚିବା ପରେ କାନ୍ଦି କାନ୍ଦି ନିଜର ମା’ ଆଗରେ ଓ ପରିବାର ଲୋକଙ୍କ ଆଗରେ ଏସବୁ କଥା କହିଥିଲେ। ଏହାପରେ ପରିବାର ଲୋକ ସବୁ ଥାନାରେ ପହଁଞ୍ଚିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଗଣଦୁଷ୍କର୍ମ ଏବଂ ପୋକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି। ଦୁଇ ଅଭିଯୁକ୍ତ ଏବେ ଫେରାର ଅଛନ୍ତି।

   ସମ୍ବନ୍ଧିତ ଖବର


ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…

ରୋଗୀଙ୍କ ପାଇଁ ସୁରକ୍ଷିତ ନୁହେଁ ହସ୍ପିଟାଲ ICU ; ଭେଣ୍ଟିଲେଟରରେ ଥାଇବି ଦୁଷ୍କର୍ମର ଶିକାର ହେଲେ ଯୁବତୀ…

ହସ୍ପିଟାଲର ଆଇସିୟୁ ଭିତରେ ଯୁବତୀଙ୍କୁ ଦୁଷ୍କର୍ମ: ଅଭିଯୁକ୍ତୁକୁ ଧରିବାକୁ ସିସିଟିଭ ଯାଞ୍ଚ କରୁଛି ପୁଲିସ

ସମ୍ପର୍କରେ କଳଙ୍କ: ବିଧବାଙ୍କୁ ଦୁଷ୍କର୍ମ କଲା ଦେଡ଼ଶୁର

ଆଇପିଏଲ୍‌ ବେଟିଂ କିଙ୍ଗ୍‌ପିନ୍ ଗିରଫ ! ବିପୁଳ ପରିମାଣର ଟଙ୍କା, ବୁକି ତାଲିକା ଜବତ

ଫ୍ରାନ୍ସର ଏକ ଚର୍ଚ୍ଚରେ ଆତଙ୍କବାଦୀ ଆକ୍ରମଣ: ମହିଳାଙ୍କ ଗଳାକାଟି ହତ୍ୟା, ୩ ମୃତ