PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ସଂସଦୀୟ ଦଳର ନେତା ନିର୍ବାଚିତ ହେଲେ ମମତା; ବିଜେପି କଲା କଟାକ୍ଷ

pic-livehindustan.com

କୋଲକାତା: ନା ସାଂସଦ ନା ବିଧାୟକ କିଛି ନହୋଇବି ସଂସଦୀୟ ଦଳର ନେତ୍ରୀ ହେଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କୁ ସର୍ବସମ୍ମତିକ୍ରମେ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି।

ଲୋକସଭାରେ ଟିଏମ୍‌ସି ସଂସଦୀୟ ଧଳ ନେତା ସୁଦୀପ ବାନାର୍ଜୀ ଓ ରାଜ୍ୟସଭାରେ ସଂସଦୀୟ ଦଳ ନେତା ଡେରେକ ଓବ୍ରାଲନ୍‌ ଆଜି ଟିଏମ୍‌ସିର ବୈଠକରେ ଏହି ପ୍ରସ୍ତାବ ପାରିତ କରିଥିଲେ। ଏହାକୁ ଦଳ ପକ୍ଷରୁ ଗ୍ରହଣ କରିନିଆଯାଇଛି। ଏନେଇ ନୂଆ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଡେରେକ୍‌ ଓ ବ୍ରାଏନ୍‌ କହିଛନ୍ତି ଯେ ସଂକଳ୍ପକୁ ସର୍ବସମ୍ମତି କ୍ରମେ ପାସ୍ କରାଯାଇଛି। ଟିଏମ୍‌ସି ସାଂସଦମାନେ ଏଥିରେ ହସ୍ତାକ୍ଷର ମଧ୍ୟ କରିଛନ୍ତି। ଯେଉଁମାନେ ଏଥିରେ ହସ୍ତାକ୍ଷର କରି ନାହାଁନ୍ତି ସେମାନେ ସୋମବାର ଏଥିରେ ହସ୍ତାକ୍ଷର କରିବେ ବୋଲି ସେ କହିଛନ୍ତି।  ମମତା ଟିଏମ୍‌ସିର ଚେୟାରପର୍ସନ ଥିଲେ। ଏଥିପାଇଁ ଗୁରୁବାର ଠାରୁ ତାଙ୍କୁ ସଂସଦୀୟ ଦଳ ନେତା ନିର୍ବାଚିତ କରାଯାଇଛି ବୋଲି ଓ ବ୍ରାଏନ୍ ସୂଚନା ଦେଇଛନ୍ତି।

ତେବେ ଏହାରି ଉପରେ ବିଜେପି କିନ୍ତୁ କଟାକ୍ଷ କରିଛି। ଟିଏମ୍‌ସି ଏକ ମହିଳା ପାର୍ଟି ବୋଲି ବିଜେପି କହିଛି। ପଶ୍ଚିମବଙ୍ଗର ବିଜେପି ପ୍ରବକ୍ତା ସାମିକ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ଏହା ସ୍ପଷ୍ଟ ନିର୍ଣ୍ଣୟ। ଟିଏମ୍‌ସି ଏକ ମହିଳା ଦଳ, ଆଉ ସେ ହେଲେ ମମତା ବାନାର୍ଜୀ।

ସୂଚନା ଥାଉକି ମମତା ବାନାର୍ଜୀ ନା ସଂସଦ ନା ବିଧାୟିକ ହୋଇଛନ୍ତି। ତଥାପି ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଚଳିତ ବର୍ଷ ନିର୍ବାଚନରେ ମମତା ନନ୍ଦୀଗ୍ରାମରୁ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଛିଡ଼ା ହୋଇ ନିର୍ବାଚନ ହାରିଥିଲେ। ଏହା ସତ୍ତ୍ୱେ ବି ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତେଣୁ ନିୟମ ଅନୁସାରେ ତାଙ୍କୁ ତାଙ୍କ ଆସନ ବଞ୍ଚାଇବାକୁ ହେଲେ ୬ ମାସ ଭିତରେ ବିଧାନସଭା ଆସନରୁ ନିର୍ବାଚିତ ହେବା ଆବଶ୍ୟକ।

ସମ୍ବନ୍ଧିତ ଖବର