ପ୍ରମୁଖ ଖବର
  • ଭଦ୍ରକ : ଭୋଟ ଦେବାକୁ ଆସିଥିଲା ସ୍ତ୍ରୀ, ବୁଥ ସାମ୍ନାରେ ହାଣିଲା ସ୍ୱାମୀ
  • ||
  • ନିଆଳିରେ ପ୍ରିଜାଇଡିଂ ଅଫିସର ନିଲମ୍ବିତ କଲେ କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ
  • ||
  • ନୀଳଗିରି: ଭୋଟ ଦେବା ବେଳେ ବୁଥ୍‌ରେ ଟଳିପଡିଲେ ବୃଦ୍ଧ, ମୃତକ ଇଶ୍ୱରପୁର ଅଞ୍ଚଳରେ ସୁରେନ୍ଦ୍ର ମହାନ୍ତି
  • ||
  • ରାଜ୍ୟରେ ଶେଷ ପର୍ଯ୍ୟାୟ ଶେଷ ମତଦାନ, ଦିନ ୧ଟା ସୁଦ୍ଧା ୩୭.୬୪ ପ୍ରତିଶତ ମତଦାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଆଜି ଭାରତ-ବାଂଲାଦେଶ ଅଭ୍ୟାସ ମ୍ୟାଚ୍‌
  • ||
  • ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ନିକଟରେ ଅଗ୍ନିକାଣ୍ଡ, ଧୂଆଁମୟ ହୋଇଗଲା ଆକାଶ
  • ||
  • ଓଡିଶା ଦେଉଛି ଶେଷ ପର୍ଯ୍ୟାୟ ଭୋଟ: ୬ ଲୋକସଭା,୪୨ ବିଧାନସଭା ସିଟ୍‌ରେ ୪୬୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||
  • କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଙ୍କ ଦେହାନ୍ତ, କାଠ କଣ୍ଢେଇ ନୃତ୍ୟ ପାଇଁ ପାଇଥିଲେ ସମ୍ମାନ
  • ||
  • ଦେଶରେ ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୯୦୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା
  • ||

ହଂକଂ-ସିଙ୍ଗାପୁର ପରେ ଏବେ ନେପାଳରେ ଭାରତୀୟ ମସଲା ବିକ୍ରୀ ଉପରେ ଲାଗିଲା ପ୍ରତିବନ୍ଧକ...

ନୂଆଦିଲ୍ଲୀ: ଭାରତର ଜଣାଶୁଣା ମସଲା ବ୍ରାଣ୍ଡ ଉପରେ ଆସିଥିବା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ଭାରତୀୟ ମସଲାକୁ ନେଇ ଗତ ମାସରୁ ଆରମ୍ଭ ହୋଇଥିବା ବିବାଦ ଏପର୍ଯ୍ୟନ୍ତ ଥମିବାର ସଙ୍କେତ ଦେଉନାହିଁ । ଏହି ବିବାଦ ଏବେ ସିଙ୍ଗାପୁର ଏବଂ ହଂକଂ ଦେଇ ନେପାଳରେ ପହଞ୍ଚିଛି । ଭାରତର ପଡୋଶୀ ଦେଶ ନେପାଳ ଭାରତୀୟ ବ୍ରାଣ୍ଡ ଦ୍ୱାରା ନିର୍ମିତ କେତେକ ମସଲା ବିକ୍ରୟ ଏବଂ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଛି । 

ନେପାଳର ଖାଦ୍ୟ ପ୍ରାଦ୍ୟୋଗିକ ଏବଂ ଗୁଣବତ୍ତା ନିୟନ୍ତ୍ରଣ ବିଭାଗ ୧୦୦ ବର୍ଷରୁ ଅଧିକ ପୁରୁଣା ଭାରତୀୟ ମସଲା କମ୍ପାନୀ ଏଭରେଷ୍ଟ ଏବଂ ଏମଡିଏଚ (MDH) ର ଆମଦାନୀ, ବ୍ୟବହାର ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି । ଏହା ବ୍ୟତୀତ ଇଥିଲିନ ଅକ୍ସାଇଡ ପରିମାଣର ଯାଞ୍ଚ ମଧ୍ୟ ଆରମ୍ଭ ହୋଇଛି । ସୂଚନାଥାଉକି ଯେ MDH ଏବଂ ଏଭରେଷ୍ଟର ଚାରୋଟି ଉତ୍ପାଦକୁ ଅଧିକ ପରିମାଣର ଇଥିଲିନ୍ ଅକ୍ସାଇଡ୍ ଦର୍ଶାଇ ନିଷେଧ କରାଯାଇଛି । 

 ନିଷିଦ୍ଧ ହୋଇଥିବା ମସଲା ମଧ୍ୟରେ ମଡ୍ରାସ କରି ପାଉଡର, ସମ୍ବର ମିକ୍ସ ମସାଲା ପାଉଡର, MDH ର ମିକ୍ସଡ ମସାଲା କରି ପାଉଡର ଏବଂ ଏଭରେଷ୍ଟର ଫିସ୍ କରି ମସାଲା ଅନ୍ତର୍ଭୁକ୍ତ । 

ନେପାଳର ଖାଦ୍ୟ ଗୁଣବତ୍ତା ନିୟନ୍ତ୍ରଣ ବିଭାଗର ଜଣେ ଅଧିକାରୀ କହିଛନ୍ତି, 'ଗଣମାଧ୍ୟମ ରିପୋର୍ଟରେ ଆମର ଧ୍ୟାନ ଆକର୍ଷଣ କରାଯାଇଛି ଯେ ଏହି ଅବ୍ୟବହୃତ ଦ୍ରବ୍ୟ ବଜାରରେ ବିକ୍ରି ହେଉଛି ଏବଂ ବ୍ୟବହାର ପାଇଁ କ୍ଷତିକାରକ । ଏହି ଚାରୋଟି ଦ୍ରବ୍ୟରେ ଅଧିକ ପରିମାଣର ଇଥିଲିନ ଅକ୍ସାଇଡ୍ ମିଳିଛି । ତେଣୁ ଦେଶ ମଧ୍ୟରେ ଏହି ଉତ୍ପାଦଗୁଡିକର ଆମଦାନୀ ଏବଂ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.