ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

କାଠମାଣ୍ଡୁ, ୨୫/ ୧୦: ନେପାଳର ପ୍ରଧାନମନ୍ତ୍ରୀ କେପି ଓଲି ଶର୍ମା ଦଶହରା ଅବସରରେ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। କେପି ଶର୍ମା ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ ନେପାଳର ପୁରାତନ ମାନଚିତ୍ରକୁ ବ୍ୟବହାର କରିଥିଲେ। ଯାହାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଭାରତର ତିନୋଟ ଅଞ୍ଚଳକୁ ନେପାଳର ଅଂଶ ନଦର୍ଶାଇ ପୁରୁଣା ମାନଚିତ୍ରକୁ ସେୟାର କରିଥିବାରୁ ଦେଶବାସୀ ଓଲିଙ୍କୁ ନେଇ ଆଲୋଚନ କରିବା ଆରମ୍ଭ କରି ଦେଇଛନ୍ତି।

ଅପରପକ୍ଷେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଏହି ଅଭିଯୋଗକୁ ଖାରଜ କରିବା ସହ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସଂଶୋଧିତ ମାନଚିତ୍ରର ଆକାର ଛୋଟ ହୋଇଥିବାରୁ ତାହା ଦେଖା ଯାଉନାହିଁ। ଜୁନରେ ନେପାଳର ସଂସଦରେ ଦେଶର ନୂଆ ମାନଚିତ୍ରକୁ ମଞ୍ଜୁରୀ ମିଳିଥିଲା। ଯେଉଁଥିରେକି ଭାରତର କାଳାପାନୀ, ଲିପୁଲେଖ ଓ ଲିମ୍ପିଆଧୁରା ଅଞ୍ଚଳକୁ ନେପାଳର ଅଂଶ ବୋଲି କୁହାଯାଇଥିଲା।

ଓଲି ଶୁକ୍ରବାର ଦିନ ଟୁଇଟ କରି ନେପାଳବାସୀଙ୍କୁ ବିଜୟାଦଶମୀର ଶୁଭକାମନ ଓ ଶୁଭଚ୍ଛୋ ଜଣାଇଥିଲେ। ଫେସ୍ବୁକ ଓ ଟୁଇଟର ସମେତ ସୋଶିଆଲ ମିଡିଆରେ ବହୁଲୋକ ତାଙ୍କ ପୋଷ୍ଟରେ କମେଣ୍ଟ ଦେଇ କହିଛନ୍ତି ଯେ, ଭାରତର ଗୁଇନ୍ଦା ସଂସ୍ଥା ‘ର’ର ପ୍ରମୁଖ ସାମନ୍ତ କୁମାର ଗୋୟଲଙ୍କ ସହ ସାକ୍ଷାତ କରିବା ପରେ ଜାଣିଶୁଣି ସଂଶୋଧିତ ମାନଚିତ୍ରକୁ ହଟାଇ ଦେଇଛନ୍ତି।

   ସମ୍ବନ୍ଧିତ ଖବର


କାହାକୁ ନଜଣାଇ ଲୁଚିଛପି କିମ ଜୋଙ୍ଗ ଉନ ନିଜ ପରିବାର ସହ ନେଇଗଲେ କରୋନା ଟିକା, ଜାଣନ୍ତୁ କେଉଁଠୁ ପାଇଲେ ସେ ଟିକା ?

ଥରେ କି ଦୁଇଥର ନୁହେଁ ଏବେ ତୃତୀୟଥର ପାଇଁ କରୋନାକୁ ମାତ୍ ଦେଲେ ଏହି ମହିଳା, ବୟସ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ଆତଙ୍କବାଦୀକୁ “ସୈନ୍ୟ ସମ୍ନାନ” ଭୂଷିତ କରୁଛି ପାକିସ୍ତାନ ? 26/11 ଆକ୍ରମଣରେ ନିଭାଇଥିଲା ବଡ ଭୁମିକା…

ତଦନ୍ତ ବେଳେ ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ- ହତ୍ୟା ଅଭିଯୋଗ କରିଥିବା ବ୍ୟକ୍ତି ହଁ ହତ୍ୟାକାରୀ

ଏହି ରାଜନେତାଙ୍କୁ ହୃଦୟ ଦେଇବସିଛନ୍ତି ଦାଉଦର ଗର୍ଲଫ୍ରେଣ୍ଡ ହୟାତ୍