PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ବିନା ପଇସାରେ ଚଲାଇପାରିବେ Netflix, ଜାଣନ୍ତୁ ଉପାୟ

https://zeenews.india.com/

ନୂଆଦିଲ୍ଲୀ ୨୩/୭: କରୋନା ଭାଇରସର ବଢୁଥିବା ମାମଲା ପରେ ଦେଶରେ ଲକଡାଉନ ଲଗାଇ ଦିଆଯାଇଛି । ସିନେମା ହଲ୍ସ ବନ୍ଦ ହୋଇଯାଇଛି । ଫଳରେ ଲୋକମାନେ ଓଟିଟି ପ୍ଲାଟଫର୍ମ୍ସ ଆଡକୁ ଅଗ୍ରସର ହେଉଛନ୍ତି । ଫିଲ୍ମ ନିର୍ମାତାମାନେ ମଧ୍ୟ ଓଟିଟି ପ୍ଲାଟଫର୍ମରେ ନିଜ ଫିଲ୍ମ ରିଲିଜ କରିବା ଆରମ୍ଭ କରିଦେଇଛନ୍ତି । ଏବେ ଅଧିକାଂଶ ଲୋକଙ୍କ ପାଖରେ ଓଟିଟି ପ୍ଲାଟଫର୍ମର ସବସ୍କ୍ରିପ୍ସନ ଅଛି । କିନ୍ତୁ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନଙ୍କ ପାଖରେ ସବସ୍କ୍ରିପ୍ସନ ନାହିଁ । ସେମାନେ ସାଙ୍ଗ ବା ଆଉ କାହା ସବସ୍କ୍ରାଇବରୁ ଫିଲ୍ମ ଦେଖିଥାନ୍ତି । ତେବେ ଆପଣଙ୍କୁ କହିରଖୁଛୁ ଆପଣ ବର୍ଷସାରା ପାଇଁ ଫ୍ରି ରେ ନେଟଫ୍ଲିକ୍ସର ସବସ୍କ୍ରିପ୍ସନ ପାଇପାରିବେ । ଏଥିପାଇଁ ଆପଣଙ୍କୁ କିଛି ଷ୍ଟେପ୍ସ ଫଲୋ କରିବାକୁ ହେବ ।

ନେଟଫ୍ଲିକ୍ସ ଇଣ୍ଡିଆ ୟୁଜର୍ସଙ୍କ ପାଇଁ ଯେତେ ସମ୍ଭବ କମ୍ ଟଙ୍କାରେ ଅଫର୍ସ ବାହାର କରିଛି । ନେଟଫ୍ଲିକ୍ସର ୧୯୯ ଟଙ୍କିଆ ପ୍ଲାନରେ ୟୁଜରଙ୍କୁ ୨ଟି ସ୍କ୍ରିନରେ ଆକ୍ସେସ ମିଳିଥାଏ । ବାକି ୩ଟି ପ୍ଲାନର ଦାମ୍ ଯଥାକ୍ରମେ ୪୯୯, ୬୪୯ ଓ ୭୯୯ ଟଙ୍କା । ପ୍ରତି ମାସରେ ଏତେ ଟଙ୍କା ଦେଇ ଆପଣ ନେଟଫ୍ଲିକ୍ସର ମଜା ନେଇପାରିବେ । ଯଦି ଆପଣ ମେମ୍ବରସିପ୍ ନେବାକୁ ଚାହୁଁଛନ୍ତି ତେବେ ନେଟଫ୍ଲିକ୍ସର ୱେବସାଇଟକୁ ଯାଇପାରିବେ । ଆପଣ ଡେବିଟ୍, କ୍ରେଡିଟ୍ କାର୍ଡ ବ୍ୟତୀତ ୟୁପିଆଇରୁ ମଧ୍ୟ ପ୍ଲାନ୍ ନେଇପାରିବେ ।

ଯଦି ଆପଣ ପଇସା ଖର୍ଚ୍ଚ କରିବାକୁ ଚାହୁଁନାହାଁନ୍ତି କିନ୍ତୁ ଫ୍ରିରେ ନେଟଫ୍ଲିକ୍ସ ଦେଖିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଖରେ ଅନେକ ପ୍ରକାର ଉପାୟ ଅଛି । ରିଲାଏନ୍ସ ଜିଓ ଭଳି ଅନେକ ଅପରେଟରଙ୍କ ଅନେକ ବ୍ରଡବ୍ୟାଣ୍ଡ ଯୋଜନା ଅଛି ଯାହା ୟୁଜର୍ସଙ୍କୁ ଫ୍ରିରେ ସବସ୍କ୍ରିପ୍ସନ ଦେଇଥାଏ । ଯଦି ଆପଣ ୧୪୯୯ ଟଙ୍କିଆ ଜିଓ ଫାଇବରର ପ୍ଲାନେ ନେଉଛନ୍ତି ତେବେ ଆପଣଙ୍କୁ ଫ୍ରିରେ ନେଟଫ୍ଲିକ୍ସ ଦିଆଯିବ । ଏହା ସହିତ ଆପଣଙ୍କୁ 300mbps ର ସ୍ପିଡ୍ ମିଳିବ । ଏହା ସହିତ ଅନଲିମିଟେଡ୍ ଡାଟା ମିଳିବ । ଏହାର ବୈଧତା ୩୦ ଦିନ ।

୨୪୯୯ ଟଙ୍କିଆ ଜିଓ ଫାଇବରର ପ୍ଲାନ୍
୨୪୯୯ ଟଙ୍କିଆ ଜିଓ ଫାଇବରର ପ୍ଲାନ୍ ସହିତ ଆପଣଙ୍କୁ ଫ୍ରିରେ ନେଟଫ୍ଲିକ୍ସ ଦିଆଯିବ । ଏହା ସହିତ ଆପଣଙ୍କୁ 500mbps ର ସ୍ପିଡ୍ ମିଳିବ । ଏହା ସହିତ ଅନଲିମିଟେଡ୍ ଡାଟା ମିଳିବ । ଏହାର ବୈଧତା ୩୦ ଦିନ ପାଇଁ ରହିବ । କହିରଖୁଛୁ ଜିଓ ଫାଇବର ଅଫର ବାହାର କରିଛି । ଯଦି ଆପଣ ଜିଓ ଫାଇବରର ଗ୍ରାହକ ହେଉଛନ୍ତି ତେବେ ଆପଣଙ୍କ ପ୍ରଥମ ମାସ ଫ୍ରି ମିଳିବ । ଏହା ପରେ ଆପଣ ଯେଉଁ ପ୍ଲାନ୍ ନେଇଛନ୍ତି ତାର ପୈଠ କରିବାକୁ ହେବ । ଯଦି ଆପଣ ୧୨ ଜଣଙ୍କୁ ରେଫରେନ୍ସ ଦେଉଛନ୍ତି ତେବେ ଆପଣଙ୍କୁ ୧୨ ମାସ ଫ୍ରିରେ ବ୍ୟବହାର କରିବାର ସୁଯୋଗ ମିଳିବ । ଜିଓ ଫାଇବରର ଅଫର ରହିଛି ଯେ ଗୋଟିଏ ରେଫରେନ୍ସରେ ଏକ ମାସ ଫ୍ରି ଦିଆଯାଉଛି ।