ସାଇକେଲରେ ଅଫିସ ଗଲେ ଏହି ଦେଶରେ ମିଳେ ପ୍ରତି କିଲୋମିଟରକୁ ୧୬ ଟଙ୍କା, ଲୋକଙ୍କ ଅପେକ୍ଷା ଅଛି ଅଧିକ ସାଇକେଲ

ନୂଆଦିଲ୍ଲୀ,୧୪।୩: ଏଠାର ଲୋକ ମାନନ୍ତି ଯେ ସେମାନେ ସାରା ବିଶ୍ବରେ ସବୁଠାରୁ ଭଲ ସାଇକେଲ ଚଳାଇ ପାରୁଥିବା ଦେଶର ଲୋକ। ଏହି ଦେଶର ଲୋକମାନେ ସବୁଠାରୁ ଅଧିକ ସାଇକେଲ ଚଳାଇଥାନ୍ତି। ଆମେ ଆପଣଙ୍କୁ ଏଭଳି ଏକ ଦେଶ ବିଷୟରେ କରିବାକୁ ଯାଉଛୁ ,ଯେଉଁଠି ଲୋକଙ୍କୁ ସାଇକେଲ ବ୍ୟବହାର କରିବା ପାଇଁ ସରକାର ଟଙ୍କା ଦେଇଥାନ୍ତି। ବିଶ୍ବରେ ଏଭଳି ଏକ ଦେଶ ହେଉଛି ନେଦରଲାଣ୍ଡ। ସେଠାର ଅଧିକାଂଶ ଲୋକ ଅଫିସ ଯିବା ପାଇଁ କାର କିମ୍ବା ବାଇକରେ ଯିବା ଅପେକ୍ଷା ସାଇକେଲରେ ଯାଇଥାନ୍ତି। ଏକ ଅଧ୍ୟୟନରୁ ଜଣାପଡିଛି ନେଦରଲାଣ୍ଡର ଜନସଂଖ୍ୟା ଠାରୁ ସାଇକେଲର ସଂଖ୍ୟା ଅଧିକ ହେବାପରେ ଏ ବିଷୟରେ ଜଣାପଡିଛି।

କେବଳ ସେତିକି ନୁହେଁ ସାଇକେଲ ଚଳାଇ ଅଫିସ ଗଲେ ଲୋକଙ୍କୁ ଟ୍ୟାକ୍ସ ଫ୍ରି ୧୬ଟଙ୍କା ପ୍ରତି କିଲୋମିଟରକୁ ମିଳିଥାଏ। ନେଦରଲାଣ୍ଡର ସରକାର ତାଙ୍କ ଦେଶର ନାଗରିକଙ୍କୁ ସାଇକେଲ ଚଳାଇବା ପାଇଁ ପ୍ରଥମେ ଉତ୍ସାହିତ କରିଥାନ୍ତି। ସେଠାରେ ସାଇକେଲକୁ ପାର୍କିଂ, ସୁରକ୍ଷା ଓ ଭିନ୍ନ ଲେନ୍ ସହିତ ସରକାର ସାଇକେଲିଂ ପାଇଁ ଉନ୍ନତ ଭିତ୍ତିଭୂମୀ ଉପଲବ୍ଧ କରାଇଥାନ୍ତି। ଏହି ଦିଗରେ ସରକାର ଆଉ ଏକ ପାଦ ଆଗକୁ ବଢାଇ ଘୋଷଣା କରିଛନ୍ତି ଯେ ସାଇକେଲ ଚଳାଇ ଅଫିସ ଯିବା ଆସିବା ଲୋକଙ୍କୁ ଟ୍ୟାକ୍ସ ଫ୍ରି ଅର୍ଥ ଦିଆଯିବ।

ଏହି ଦିଗରେ ସରକାର ଆଉ ଏକ ପାଦ ଆଗକୁ ଯାଇ ଘୋଷଣା କରିଛନ୍ତି ଯେ, ସାଇକେଲ ଚଳାଇ ଅଫିସ ଯାଉଥିବା ଲୋକଙ୍କୁ ଟ୍ୟାକ୍ସ ଫ୍ରି ଅର୍ଥ ଦିଆଯିବ। ତାହା ସେହି କମ୍ପାନୀ ପକ୍ଷରୁ ମିଳିବ, ଯେଉଁଠି ସେ ବ୍ୟକ୍ତି କାମ କରୁଛି। ଯଦି କୌଣସି ବ୍ୟକ୍ତି ସାଇକେଲ ଚଳାଇ ଅଫିସ ଯାଆନ୍ତି ତେବେ ତାଙ୍କୁ ପ୍ରତିକିଲୋମିଟରକୁ ୦.୨୨ ଡଲାର(ପ୍ରାୟ ୧୬ ଟଙ୍କା) ଦିଆଯିବ। ଏହି ଅର୍ଥ କେବଳ ଅଫିସ ଯିବାକୁ ଦିଆଯିବ। ବ୍ୟକ୍ତିଗତ କାର୍ଯ୍ୟପାଇଁ ସାଇକେଲ ଚଳାଇଲେ କୌଣସି ଅର୍ଥ ଦିଆଯିବନି। ଉଲ୍ଳେଖନୀୟ ଯେ ଏହି ନିୟମ ଇଂଲଣ୍ଡରେ ମଧ୍ୟ ଲାଗୁ କରାଯାଇଛି। ସେଠାରେ ’ସାଇକେଲ ଟୁ ଓ୍ବାର୍କ’ ନିୟମ ଅନୁଯାୟୀ କର୍ମଚାରୀଙ୍କୁ ସାଇକେଲ ଚଳାଇବା ଓ ଏହାର ଜିନିଷ କିଣିବା ଉପରେ ରିହାତି ମିଳିବ।

ନେଦରଲାଣ୍ଡ ସରକାର କମ୍ପାନୀକୁ କହା ନିର୍ଦେଶ ଦେଇଛନ୍ତି ଯେ , ସେମାନେ ଏହି ନିୟମକୁ ପାଳନ କରିବେ। ୟୁରୋପର ବହୁ ଦେଶରେ ଯଦି ଆପଣ ସାଇକେଲ କିଣନ୍ତି ତେବେ ଆପଣଙ୍କୁ ଟାକ୍ସରେ ବହୁ ପରିମାଣରେ ରିହାତି ପାଇବେ। ସହରର ବିଭିନ୍ନ ରାସ୍ତାରେ ସାଇକେଲ ପାର୍କି କରିବା ପାଇଁ ସାଇକେଲ ଷ୍ଟାଣ୍ଡ କରାଯାଇଛି।