ଭାରତୀୟ ମହିଳା କ୍ରିକେଟ ଟିମର ଫ୍ୟାନ୍ ହେଲେ ଭିଭି ରିଚର୍ଡସ୍, ପ୍ରଶଂସାରେ କହିଲେ ଏହା

ନୂଆଦିଳ୍ଳୀ,୯।୩ : ଆଇସିସି ମହିଳା ଟି-୨୦ ବିଶ୍ବକପ୍ ଜିତିବା ନେଇ ଭାରତର ସ୍ବପ୍ନ ରବିବାର ଭାଙ୍ଗିଯାଇଛି। ଭାରତୀୟ  ମହିଳା ଟିମ୍ ଫାଇନାଲରେ ଆୟୋଜକ ଅଷ୍ଟେ୍ରଲିଆ ବିରୋଧରେ ପରାଜୟ ସାମନା କରିଛି। ଅଷ୍ଟେ୍ରଲିଆ ୫ମ ଥର  ଟି-୨୦ ବିଶ୍ବକପ୍  ଜିତିଛି।  ଭାରତୀୟ ଟିମ୍ ପ୍ରଥମ ଥର ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଁଞ୍ଚିଥିଲେ ଓ ଏହାକୁ ଜିତିବାର ସ୍ବପ୍ନ ଅଧା ରହିଗଲା। ସମ୍ପୂର୍ଣ୍ଣ ଟିମ୍ ଏହି ପରାଜୟରୁ ନିରାଶ ହୋଇଛି।

ଭାରତୀୟ ମହିଳା ଟି-୨୦ ଓ୍ବାର୍ଲ୍ଡ କପ୍  ଯେଉଁ ଅନ୍ଦାଜରେ ଖେଳାଯାଇଥିଲା ତା’ର ସମସ୍ତେ ଫ୍ୟାନ୍ ହେଇଯାଇଥିଲେ। ଭିଭିୟନ୍ ରିଚଡର୍ସ ମଧ୍ୟ ସେହି ପୂର୍ବ କ୍ରିକେଟରଙ୍କ ଭିତରେ ରହିଛନ୍ତି। ଯିଏକି ଭାରତୀୟ ଟିମ୍ ଦ୍ବାରା ପ୍ରଭାବିତ ହୋଇଛନ୍ତି। ରିଚର୍ଡସ ମ୍ୟାଚ୍ ରେ ଭାରତର ପରାଜୟକୁ ନେଇ ନିରାଶ ନହେବାର ପରାମର୍ଶ ଦେଇଛନ୍ତି। ଓ୍ବେଷ୍ଟଇଣ୍ଡିଜର ଏହି ବରିଷ୍ଠ ଖେଳାଳୀ ମ୍ୟାଚର ତୁରନ୍ତ ପରେ ଟ୍ବିଟ୍ କରିଛନ୍ତି।

ଭିଭି ରିଚର୍ଡସ୍ ଭାରତୀୟ ଟିମକୁ ପ୍ରଶଂସା କରି ଟ୍ବିଟ୍ କରିଛନ୍ତି, କେବେ ବି ନିରାଶ ହୁଅନ୍ତୁ ନାହିଁ। ଆପଣ ସବୁ ଟୁର୍ଣ୍ଣାମେଣ୍ଟରେ ଭଲ ଖେଳିଛନ୍ତି ଓ ଦିନେ ଆପଣଙ୍କ ହାତରେ ଟ୍ରଫି ନିହାତି ରହିବ। ନିଜ ଉପରେ ଭରଷା ରଖନ୍ତୁ। ଭିଭିୟନ୍ ରିଚର୍ଡସ ଏହି ଟ୍ବିଟ୍ ସହିତ ବିସିସିଆଇକୁ ଟ୍ୟାଗ୍ ମଧ୍ୟ କରିଛନ୍ତି। ଉଲ୍ଲେଖନୀୟ ଯେ, ଅଷ୍ଟେ୍ରଲିଆ ଟି-୨୦ ବିଶ୍ପକପ୍ ଫାଇନାଲରେ ରବିବାର ଭାରତକୁ ୮୫ ରନରେ ହରାଇ ଦେଇଥିଲା। ପ୍ରଥମେ ବ୍ୟାଟିଂ କରି  ଚାରି ଓ୍ବିକେଟରେ ଅଷ୍ଟେ୍ରଲିଆ ୧୮୪ ରନ୍ କରିଥିଲା। ଏହାପରେ ଭାରତୀୟ ଟିମକୁ ୧୯.୧ ଓଭରରେ ମାତ୍ର ୯୯ ରନ କରି ଆଉଟ୍ କରିଦେଇଥିଲେ। ୪୧ଟି ବଲରେ ୭୫ ରନ୍ କରି ଆଲିସା ହିଲି ପ୍ଲେୟାର ଅଫ୍ ଦ ମ୍ୟାଚ୍ ହୋଇଥିଲେ।

   ସମ୍ବନ୍ଧିତ ଖବର


ସୁଶୀଲ ମୋଦିଙ୍କ ଅଭିଯୋଗ; ଜେଲରେ ଥାଇ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରୁଛନ୍ତି ଲାଲୁ, ବିଧାୟକଙ୍କୁ କରୁଛନ୍ତି ଫୋନ୍…

ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

କରୋନା କାଳରେ କେତେଥର କୋଭିଡ ଟେଷ୍ଟ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ? ନିଜେ କଲେ ଖୁଲାସା

କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସା ଉପରେ କଟକଣା

ICC ବାଛିବ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି: ଭାରତରୁ ଅଛନ୍ତି ୬ ଖେଳାଳି, ବିରାଟ ସର୍ବାଧିକ ୫ଟି ଆଓ୍ବାର୍ଡ ପାଇଁ ମନୋନୀତ

ଲଭ୍ ଜିହାଦ ଉପରେ ଯୋଗୀ ସରକାରଙ୍କ ବଡ ଫୈସଲା, ଧୋକାଦେଇ ଧର୍ମ ବଦଳାଇଲେ ୧୦ବର୍ଷ ପର୍ଯ୍ୟନ୍ତ ମିଳିବ ଜେଲଦଣ୍ଡ…