ଏହି ସବୁ ଖାଦ୍ୟକୁ କେବେ ବି ରୋଷେଇ ପରେ ଗରମ କରି ଖାଆନ୍ତୁ ନାହିଁ,କ୍ୟାନସର ହେବାର ରହିଛି ଅଧିକ ସମ୍ଭାବନା

ଆମେ ସବୁବେଳେ ବହୁତ କିଛି ଜିନିଷ ଥଣ୍ଡା ହେବାପରେ ପରେ ପୁଣିଥରେ ଗରମ କରି ଖାଇଥାଉ। କିନ୍ତୁ ଖାଦ୍ୟ-ପେୟରେ ଏଭଳି କିଛି ଜିନିଷ ରହିଛି ଯାହାକୁ ଆମେ ଗରମ କରି ଖାଇବା ଆମ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଏଭଳି କିଛି ଖାଦ୍ୟ ରହିଛି ଯାହାକୁ ପୁଣିଥରେ ଗରମ କରି ଖାଇବା ଫଳରେ କ୍ୟାନସର ହେବାର ସମ୍ଭାବନା ରହିଛି। ତା ଛଡା ଖାଦ୍ୟକୁ ବାରମ୍ବାର ଗରମ କରି ଖାଇବା ଫଳରେ ଏଥିରେ ଥିବା ପ୍ରୋଟିମ୍ ଶେଷ ହୋଇଯାଇଥାଏ ଓ ଏଥିରେ ଥିବା ତତ୍ତ୍ବ କ୍ୟାନସରର କାରକରେ ବଦଳି ଯାଇଥାଏ। ତେବେ ଆସନ୍ତୁ ଜାଣିବା ଏଭଳି କିଛି ଖାଦ୍ୟ ସମ୍ପର୍କରେ ଯାହାକୁ ଗରମ କରି ଖାଇବା ଉଚିତ୍ ନୁହେଁ।

ବିଟ୍: ବିଟକୁ ରୋଷେଇ କରି ସାରିବା ପରେ ପୁଣିଥରେ ତାକୁ ଗରମ କରି ଖାଇବା ଫଳରେ ଏଥିରେ ଥିବା ନାଇଟ୍ରେଟ୍ ଶେଷ ହୋଇଯାଇଥାଏ। ଯଦି ବିଟ୍ ରୋଷେଇ ହୋଇଯାଇଛି  ତେବେ ଏହାକୁ ଫ୍ରିଜରେ ରଖି ଦିଅନ୍ତୁ ଓ ପୁଣିଥରେ ଖାଇବାର କିଛି ଘଣ୍ଟା ପୂର୍ବରୁ ଏହାକୁ ବାହାର କରି ରଖିଦିଅନ୍ତୁ ଓ ଗରମ ନକରିକି ଖାଆନ୍ତୁ।

ଆଳୁ: ଆଳୁ ସ୍ବାସ୍ଥ୍ୟ ପାଇଁ ଖୁବ୍ ଭଲ ହୋଇଥାଏ, କିନ୍ତୁ ଯଦି ଏହାକୁ ରୋଷେଇ କରି ତାକୁ ଅଧିକ ସମୟ ପର୍ଯ୍ୟନ୍ତ ରଖନ୍ତୁ ତେବେ ଏଥିରେ ଥିବା ପୋଷକ ତତ୍ତ୍ବ ସମାପ୍ତ ହୋଇଯାଇଥାଏ। ଏହାକୁ ଦ୍ବିତୀୟ ଥର ଗରମ କରି ଖାଦ୍ୟର ପାଚନ କ୍ରିୟା ଉପରେ ନକାରତ୍ମକ ପ୍ରଭାବ ପଡିଥାଏ।

ପାଳଙ୍ଗ: ପାଳଙ୍ଗଙ୍କୁ ରୋଷେଇ କରି ସାରିବା ପରେ ପୁଣିଥରେ ଗରମ କରି ଖାଇବା ଦ୍ବାରା କ୍ୟାନସର ହେବାର ବିପଦ ବଢିଯାଇଥାଏ। ଏଥିରେ ଥିବା ନାଇଟ୍ରେଟ୍ ପୁଣିଥରେ ଗମର ହେବା ପରେ କ୍ୟାନସର ସୃଷ୍ଟି କରୁଥିବା ତତ୍ତ୍ବରେ ବଦଳି ଯାଇଥାଏ।

ଛତୁ: ଯଦି ପାରିବେ ସବୁବେଲେ ଛତୁକୁ ସବୁବେଳେ ଫ୍ରେଶ ଅବସ୍ଥାରେ ଖାଆନ୍ତୁ। ଏଥିରେ ପ୍ରୋଟିନ୍ ରହିଥାଏ, କିନ୍ତୁ ପୁଣିଥରେ ଗରମ କରି ଖାଇବା ଫଳରେ ଏଥିରେ ପ୍ରୋଟିନର କମ୍ପୋଜିସନରେ ବଦଳି ଯାଇଥାଏ ଓ ଏହା ହାନିକାରକ ହୋଇଥାଏ।

ଅଣ୍ଡା: ଅଣ୍ଡା ତିଆରି ଯେ କୌଣସି ଖାଦ୍ୟକୁ ଦ୍ବିତୀୟ ଥର ଗରମ କରି ଖାଇବା ସବୁବେଳେ କ୍ଷତିକାରକ ହୋଇଥାଏ। ଅଣ୍ଡାରେ ଥିବା ପ୍ରୋଟିନ୍ ଦ୍ବିତୀୟ ଥର ଗରମ କରି ଖାଇବା ଫଳରେ ବିଷାକ୍ତ ହୋଇଯାଇଥାଏ।

   ସମ୍ବନ୍ଧିତ ଖବର


ଆୟୋଡିନ୍‌ରେ ନିଷ୍କ୍ରିୟ ହେବ କରୋନା-ମାତ୍ର ୧୫ ସେକେଣ୍ଡ ଲାଗିବ:ଘରେ ଏହି ବ୍ୟବସ୍ଥା ନ ଆପଣାଇବାକୁ ଗବେଷକମାନେ ପରାମର୍ଶ

ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ସାକ୍ଷାତ ଲକ୍ଷ୍ମୀ ସଦୃଶ୍ୟ ହୋଇଥାନ୍ତି, ଆପଣ ବି ଅଛନ୍ତି କି ସାମିଲ…

ବେଶୀ ସମୟ କମ୍ପ୍ୟୁଟର ସାମ୍ନାରେ ବସିରହୁଛନ୍ତି କି ? ହୋଇପାରେ ଏଭଳି ଅସୁବିଧା

ଏହି ଦିଗରେ ଅଛି କି କିଚେନ୍, ଗେଷ୍ଟ୍ ରୁମ୍ ଏବଂ ପୂଜାସ୍ଥଳ..ହୋଇଯାଆନ୍ତୁ ସାବଧାନ…

ସେପ୍ଟେମ୍ବରେ ଏହି ତାରିଖରୁ ନିଜ ଗତି ବଦଳାଉଛନ୍ତି ଶନି ଦେବତା, ଏହି ରାଶିର ବ୍ୟକ୍ତିଙ୍କୁ ମିଳିବ ଆଶ୍ବସ୍ତି

ଇମ୍ୟୁନିଟି ବୁଷ୍ଟର ରସୁଣ ଟମାଟୋ ସୁପ୍‌