PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ପୁଲଓ୍ବାମା ଆକ୍ରମଣକୁ ଭୁଲିନୁ, ପୁଣି ନେବୁ ପ୍ରତିଶୋଧ

ନୂଆଦିଲ୍ଲୀ,୧୯।୩:ଭାରତର ସିଆରପିଏଫ୍ ଯବାନଙ୍କ ଉପରେ ପୁଲ୍ୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କେବେ ମଧ୍ୟ ଭୁଲିବୁ ନାହିଁ। ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକଙ୍କ ଉପରେ ଆଗକୁ ଆହୁରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଜି କହିଛନ୍ତି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ। ୮୦ତମ ସିଆରପିଏଫ୍ ବାର୍ଷିକ ଦିବସ ଉପଲକ୍ଷେ ସେ କହିଛନ୍ତି, ଦେଶ ପୁଲଓ୍ବାମା ଘଟଣାକୁ ଭୁଲିନି ଏବଂ କେବେ ମଧ୍ୟ ଭୁଲିବନାହିଁ। ସମୟ ଏବଂ ଠିକଣା ନିର୍ଦ୍ଧାରଣ କରି ପୁଣି କାର୍ଯ୍ୟାନୁଷ୍ଠାନ ନିଆଯିବ। ତାହା ଆତଙ୍କବାଦୀଙ୍କ ଉପରେ ହେଉ କିମ୍ବା ଯେଉଁମାନେ ଆତଙ୍କବାଦକୁ ସମର୍ଥନ ଜଣାଉଛନ୍ତି।

ଗୁରୁଗ୍ରାମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡୋଭାଲ ୪୦ ଶହୀଦ ସିଆରପିଏଫ୍ ଯବାନଙ୍କୁ ଶ୍ରଦ୍ଦାଞ୍ଜଳି ଜଣାଇଛନ୍ତି। ସେ କହିଛନ୍ତି, ଗର୍ବର କଥା ଯେ ସିଆରପିଏଫ୍ ୮୦ ବର୍ଷ ପୂରଣ କରିଛି। ସିଆରପିଏଫ୍ ଦେଶର ଏଭଳି ଏକ ଫୋର୍ସ ଯିଏ ଦେଶର ୩୨ ଲକ୍ଷ ବର୍ଗ କିଲୋମିଟରର ରକ୍ଷା କରିଥାଏ। ଦେଶର ଏଭଳି କୌଣସି ଅଂଶ ନାହିଁ ଯେଉଁଠି ଏ ଫୋର୍ସ ନାହିଁ ବୋଲି କହିଛନ୍ତି ଡୋଭାଲ।

୩୭ ବର୍ଷ ଭାରତୀୟ ପୋଲିସ ସେବାରେ ଥିଲି, କିନ୍ତୁ ସିଆରପିଏଫର ବିଶେଷ୍ବତ ରହିଛି। ଦେଶରେ ଯଦି କିଛି ସମସ୍ୟା ହୁଏ ତେବେ ପ୍ରଥମେ ସିଆରପିଏଫ୍କୁ ଡକାଯାଇଥାଏ। ସିଆରପିଏଫ୍ ଦେଶପ୍ରେମ, ଯୋଗ୍ୟତା ଓ ସାହାସିକତାରେ କିଛି କମ୍ ନୁର୍ହେ। ଏହାକୁ ସବୁବେଳେ ବଜାୟ ରଖିବା ମଧ୍ୟ ତା ଠାରୁ ବଡ କଥା ବୋଲି କହିଛନ୍ତି ଡୋଭାଲ। ଡୋଭାଲଙ୍କ ଧମକରୁ ଆଶଙ୍କା କରାଯାଉଛି ଯେ, ଭାରତ ପୁଣି ଆତଙ୍କୀ ସଂଗଠନ ଜୈଶ୍-ଏ-ମହମ୍ମଦ ଏବଂ ଏହାର ମୁଖ୍ୟ ମାସୁଦ୍ ଆଝାରକୁ ସୁରକ୍ଷା ଦେଉଥିବା ପାକିସ୍ତାନ ବିରୋଧରେ ଆଉଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।

ସମ୍ବନ୍ଧିତ ଖବର