PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

ସହଜରେ ମିଳିଯିବ ଚୋରି ହୋଇଥିବା ମୋବାଇଲ୍, ସରକାର ଲଞ୍ଚ୍ କଲେ ଏହି ସେବା

ନୂଆଦିଲ୍ଲୀ, ୩୦|୧୨:  କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଜି ଏକ ସ୍ୱତନ୍ତ୍ର ଓ୍ୱେବ୍ ପୋର୍ଟାଲ ଲଞ୍ଚ୍ କରିଛନ୍ତି। ଏହି ଓ୍ୱେବ୍ ପୋର୍ଟାଲରେ ଚୋରି ହୋଇଥିବା ମୋବାଇଲ ଫୋନକୁ ବ୍ଲକ ଓ ଟ୍ରାକ୍ କରାଯାଇ ପାରିବ। ଯେପରି କେହି ଏହାର ଦୁରୁପଯୋଗ କରିବେ ନାହିଁ। ଏହି ଓ୍ୱେବ୍ ପୋର୍ଟାଲ କେବେଳ ଦିଲ୍ଲୀ ପାଇଁ ହେବ। ଏହାକୁ ପ୍ରଥମେ ପାଇଲଟ୍ ପ୍ରୋଜେକ୍ଟ ଭାବେ ମୁମ୍ବାଇରେ ସେପ୍ଟେମ୍ବରରେ ଲଞ୍ଚ୍ କରାଯାଇଥିଲା। ଏବେ ଦିଲ୍ଲୀରେ ଏହା ଲଞ୍ଚ୍ ହେବା ପରେ ସାଧାରଣ ଲୋକ ଫୋନ ଚୋରି ହେବା ପରେ ବ୍ଲକ୍ କରିପାରିବେ। ଏପରିକି ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବା ଆଶଙ୍କା କମିଯିବ। ପୋଲିସ ମଧ୍ୟ ଏହା ସାହାଯ୍ୟରେ ଫୋନ୍ ଟ୍ରାକ କରପାରିବ।

ଦୂରସଂଚାର ନିଗମ ଏହି ପୋର୍ଟାଲ ପାଇଁ ଦେଶର ସମସ୍ତ ମୋବାଇଲ ଫୋନର ଡାଟାବେସ୍ ପ୍ରସ୍ତୁତ କରିଛି। ଏହାକୁ ସେଣ୍ଟ୍ରାଲ୍ ଇକ୍ୟୁପମେଣ୍ଟ୍ ଆଇଡେଣ୍ଟିଟି ରେଜିଷ୍ଟର ନାମ ଦିଆଯାଉଛି। ଏଥିରେ ଦେଶର ସମସ୍ତ ଫୋନର ଆଇଏମଇଆଇ ନମ୍ବର ରେଜିଷ୍ଟର କରାଯାଇଛି। ଯଦି ଆପଣଙ୍କ ଫୋନ ଚୋରି ହୁଏ ତେବେ ପୋଲିସରେ ଅଭିଯୋଗ କରିବା ପରେ ଏହାକୁ ବ୍ଲକ କରି ଦିଆଯିବ। ଏହା କୌଣସି ଅପରେଟର୍ ନେଟଓ୍ୱାର୍କରେ କାମ କରିବ ନାହିଁ। ଏହି ଡାଟାବେସ୍ କାରଣରୁ ପୋଲିସ ଫୋନକୁ ସହଜଜରେ ଟ୍ରାକ କରିପାରିବ।

ଏପରି ବ୍ଲକ୍ ହେବ ଚୋରି ହୋଇଥିବା ଫୋନ୍

ଯଦି ଆପଣଙ୍କ ଫୋନ ଚୋରି ହୋଇଯାଏ, ତେବେ ପ୍ରଥମେ ପୋଲିସରେ ଅଭିଯୋଗ କରନ୍ତୁ।ଏହାର ଏକ ଜେରକ୍ସ ନିଜ ପାଖରେ ରଖନ୍ତୁ।ଏହାପରେ ନୂଆ ସିମ୍ ପାଇଁ ଟେଲିକମ୍ ବିଭାଗ ସହ କଥାବାର୍ତା କରନ୍ତୁ। ଓ୍ୱେବ୍ ପୋର୍ଟାଲରେ ଆବେଦନ କରିବା ଆଗରୁ ପ୍ରଥମେ ନିଜ ଡକ୍ୟୁମେଣ୍ଟ୍ ସବୁ ପାଖରେ ରଖନ୍ତୁ। ଏଥିପାଇଁ ଆପଣଙ୍କୁ ପରିଚୟ ପତ୍ର ଦେବାକୁ ପଡିବ।

ଏହି ସବୁ କରିବା ପରେ ଆପଣ ପୋର୍ଟାଲକୁ ଯାଇ ଏକ ରେଜିଷ୍ଟ୍ରେସନ ନମ୍ବର ଭରିବେ। ସେଠାରେ ଆଇଏମଇଆଇକୁ ବ୍ଲକ କରିପାରିବେ। ଏହାସହ ଡକ୍ୟୁମେଣ୍ଟ୍ ଅପଲୋଡ କରିପାରିବେ।

ସମ୍ବନ୍ଧିତ ଖବର