ବଜାରରେ ଅଲ୍‌ ନ୍ୟୁ ବୋଲେରୋ କ୍ୟାମ୍ପର ଗୋଲ୍‌ଡ ଜେଡ୍‌ଏକ୍ସ ଓଡ଼ିଶାରେ ବଜାର ପ୍ରବେଶ

ଭୁବନେଶ୍ୱର,୩୦/୦୭:ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ପକ୍ଷରୁ ଅଲ୍‌ ନ୍ୟୁ ବୋଲେରୋ କ୍ୟାମ୍ପର ଗୋଲ୍‌ଡ ଜେଡ୍‌ଏକ୍ସର ବଜାର ପ୍ରବେଶ କରାଯାଇଛି । ପ୍ରିମିୟମ୍‌ ଇଣ୍ଟେରିୟର ସହିତ ଆସୁଥିବା ଏହି ଗାଡ଼ିରେ ନୂଆ ଇନ୍‌ଷ୍ଟ୍ରୁମେଣ୍ଟାଲ ପ୍ୟାନେଲ, ନୂଆ ଷ୍ଟାଇଲିସ୍‌ ବଡି ଗ୍ରାଫିକ୍ସ, ସେଣ୍ଟ୍ରାଲ ଲକିଂ, ପାୱାର ୱିଣ୍ଡୋ ଏବଂ ଫକ୍ସ-ଲେଦର ସିଟ୍‌ ଆଦି ରହିଛି । ସମ୍ପ୍ରତି ଗ୍ରାହକ ପିକ୍‌ଅପ୍‌ ସେଗ୍‌ମେଣ୍ଟରେ ପ୍ରିମିୟମ୍‌ ଭାରିଆଣ୍ଟ ଚାହାନ୍ତି । ଷ୍ଟାଇଲିସ୍‌ ଲୁକ୍‌(ଉଭୟ ଇଣ୍ଟେରିୟର ଏବଂ ଏକ୍ସଟେରିୟର), ସର୍ବୋତ୍ତମ ପ୍ରଦର୍ଶନ, ଆରାମ ଦାୟକ ଡ୍ରାଇଭିଂ ଅନୁଭୂତି ତା’ସହିତ ନିମ୍ନ ରକ୍ଷଣାବେକ୍ଷଣ ସୁବିଧା ଗ୍ରାହକ ଚାହୁଁଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଅଲ୍‌ ନ୍ୟୁ ବୋଲେରୋ କ୍ୟାମ୍ପର ଗୋଲ୍‌ଡ ଜେଡ୍‌ଏକ୍ସ ପ୍ରସ୍ତୁତ କରାଯାଇଛି ।

ଓଡ଼ିଶାରେ ବଜାର ପ୍ରବେଶ ଅବସରରେ କମ୍ପାନିର ଏଏସ୍‌ଏମ୍‌ କୌଶଲ କିଶୋର ଏବଂ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରାର ଅନୁରାଗ ନିମେଶ ପ୍ରମୁଖ ଉପସ୍ଥିତ ଥିଲେ । ଏସ୍‌ଏମ୍‌ଇ କ୍ଷେତ୍ରର ଆବଶ୍ୟକତା ଏହି ଗାଡି ପୂରଣ କରିବ ବୋଲି କମ୍ପାନି ପକ୍ଷରୁ ପ୍ରକାଶ । ଆଧୁନିକ ଚାଷୀଙ୍କ ପାଇଁ ଏହା ଉପଯୋଗୀ ସାବ୍ୟସ୍ତ ହେବ । ଧଳା ଏବଂ ଜାଭା ବ୍ରାଉନ୍‌ ରଙ୍ଗରେ ଉପଲବ୍ଧ ଏହି ଗାଡିର ଏକ୍ସସୋ’ରୁମ୍‌ ମୂଲ୍ୟ ୭୮୪୩୧୩ ଟଙ୍କା ରହିଛି । ରାଜ୍ୟରେ କମ୍ପାନିର ସମସ୍ତ ସୋ’ରୁମ୍‌ରେ ଏହା ଉପଲବ୍ଧ ।

   ସମ୍ବନ୍ଧିତ ଖବର


ସରକାରୀ କର୍ମଚାରୀଙ୍କ ପାଇଁ ମାରୁତି ସୁଜୁକିର ସ୍ୱତନ୍ତ୍ର ଅଫର: ପାର୍ବଣ ଅଫର ବାଦ୍‌ ମିଳିବ ସ୍ୱତନ୍ତ୍ର ବେନିଫିଟ୍‌

ପାର୍ବଣ ଋତୁରେ SBIର ବଡ଼ ଅଫ‌ର, ଘର କିଣୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର

ବଜାରରେ ଖୁବ୍ ଶୀଘ୍ର ୩୦ ଟଙ୍କାରେ ମିଳିବ ପିଆଜ!

ପିଆଜ ଦରରେ ଲାଗିବ ରୋକ: ଲାଗୁ ହେଲା ମହଜୁଦ ସୀମା, ଡିସେମ୍ବର ୩୧ ଯାଏ ବଳବତ୍ତର ରହିବ

କ୍ରେଡିଟ୍‌ ସୁଇସ୍‌ ରିପୋର୍ଟ: କରୋନା ସଙ୍କଟ ସମୟରେ ଭାରତୀୟ ପରିବାରକ ସମ୍ପତ୍ତି ବଢ଼ିଛି

ପାର୍ବଣ ଉପଲକ୍ଷେ ହିନ୍ଦୁଜା ଗ୍ରୁପ୍‌ର ମିଡିଆ ଆର୍ମ ନେକ୍ସଟଡିଜିଟାଲ ପକ୍ଷରୁ ଦୁର୍ଗୋତ୍ସବ