ଦୁଇ ଦିନ ଧରି ପଡ଼ି ରହିଛି ନବଜାତ ଶିଶୁର ମୃତଦେହ, ପୁଲିସ‌ ଚୁପ୍

ନୟାଗଡ଼,୨୨/ ୧୧: ଏକଦା କନ୍ୟା ଭୃଣହତ୍ୟାର ଗଡ଼ ଭାବେ ପରିଚିତ ଜିଲ୍ଲା ନୟାଗଡ଼ରେ ଦେଖିବାକୁ ମିଳିଛି ଆଉ ଏକ ଅଭାବନୀୟ ଘଟଣା। ଶରଣକୁଳ ଥାନା ଗୋଡ଼ିପଡ଼ା ଫାଣ୍ଡି ଅଧୀନ ମଝିଆଖଣ୍ଡ ନିକଟ ଏକ ନାଳ ପାଖରେ ଦୁଇ ଦିନ ଧରି ପଡ଼ି ରହିଛି ନବଜାତ ଶିଶୁର ମୃତଦେହ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଲାଗି ରହିଛି।

ନାଳ ପାଖରେ ନବଜାତ ଶିଶୁ ପୁତ୍ରର ମୃତ ଦେହ ପଡିରହିଥିବା ବେଳେ ଶରୀରଟି ସମ୍ପୁର୍ଣ୍ଣ ବିକଶିତ ହୋଇଥିବା ଦେଖିବାକୁ ମିଳିଛି। ତେବେ କିଏ ଏବଂ କାହିଁକି ସେଠାରେ ଶିଶୁର ଶରୀରକୁ ପକେଇଛି ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ। ଅନ୍ୟପଟେ ଶରୀରଟି ୨୪ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପଡି ରହିଥିବା ବେଳେ ସ୍ଥାନୀୟ ଲୋକ ଗୋଡିପଡା ଫାଣ୍ଡିକୁ ଏନେଇ ଖବର ଦେଇଥିଲେ। ହେଲେ ପୁଲିସ୍‌ କିମ୍ବା କୌଣସି ଅଧିକାରୀ ଘଟଣା ସ୍ଥଳରେ ପହଁଞ୍ଚି ନଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ନବଜାତ ମଣିଷ ଶିଶୁ ପୁତ୍ର ମୃତ ଶରୀର ପଡ଼ିଥିଲେ ବି ପୁଲିସ୍ ତାକୁ ହାଲକା ଭାବେ ନେବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ତ୍ରିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

   ସମ୍ବନ୍ଧିତ ଖବର


କଟକରେ ଆଇଆଇଏଫ୍‌ଏଲ୍‌ ସୁନା ଲୁଟ୍‌ରେ ଲେଡି ଅଫିସର ନୀଳିମା ଲିଙ୍କ୍‌- ଲାଲା ସହ ଲୁଟ୍ ସମ୍ପତ୍ତିରେ କରୁଥିଲା..

୨୦ ବର୍ଷିୟା ଯୁବତୀ ନାଭିରୁ ଅସ୍ୱାଭାବିକ ଭାବେ ଝରୁଛି ପରିସ୍ରା – ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ- ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

ଟ୍ୟୁସନ ଯିବା ସମୟରେ ନାବାଳିକାକୁ ଗଣଦୁଷ୍କର୍ମ, ଅଶ୍ଲୀଳ ଭିଡିଓ ତିଆରି କରି ଦେଉଥିଲେ ଧମକ…