ବରଗଡ: ଅଲୋଡା ଶିଶୁକନ୍ୟା, ରାସ୍ତାକଡରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ବରଗଡ ୨୨/୫: ପୁଣି ଅଲୋଡା ହେଲା ଶିଶୁକନ୍ୟା । ବରଗଡ ଜିଲ୍ଳା ପାଇକମାଲ ଥାନା ଭେଙ୍ଗରାଜପୁର ପଞ୍ଚାୟତ ଅନ୍ତର୍ଗତ ପିପଲପାଲି ରାସ୍ତାକଡ଼ରୁ ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ରାସ୍ତାରୁ ପ୍ରାୟ ଶହେ ମିଟର ଦୂରରେ ଥିବା ଏକ କୁଶୁମ ଗଛ ମୂଳରେ ଶିଶୁଟି ପଡିଥିଲା । ସେହି ରାସ୍ତା ଦେଇ ଯାଉଥିବା ଦୁଇ ଜଣ ପିଲା ଶିଶୁଟିକୁ ଆଜି ମଧ୍ୟାହ୍ନରେ ଦେଖିଥିଲେ । ସେମାନେ ଆସି ଗାଁଲୋକଙ୍କୁ ଓ ଘର ଲୋକଙ୍କୁ ଜଣେଥିଲେ। ଶିଶୁ ବିଷୟରେ ଜାଣିବାପରେ ଗାଁ ଲୋକେ ସେହି ସ୍ଥାନକୁ ପହଞ୍ଚିଲେ ,ପରେ ସାବିତ୍ରୀ ଖର୍ସେଲ ଏବଂ ରାଜିନ ଖର୍ସେଲ ଶିଶୁଟିକୁ ଘରକୁ ଆଣିଥିଲେ । ଶିଶୁ କନ୍ୟାର ପିଠିରେ କାଇ କାମୁଡ଼ି ଦାଗ ମଧ୍ୟ ହୋଇସାରିଥିଲା । ଆଶାକର୍ମୀ ଏହି ଘଟଣା ବାବଦରେ ଜାଣିବାପରେ ଆମ୍ବୁଲାନ୍ସ ଡକାଇ ଶିଶୁକନ୍ୟାକୁ ଚିକିତ୍ସା ପାଇଁ ପାଇକମାଲ ଡ଼ାକ୍ତରଖାନା ନେଇଥିଲେ । ତେବେ ଆଜିର ଆଧୁନିକ ସମାଜରେ ମଧ୍ୟ ଶିଶୁ କନ୍ୟା ଅଲୋଡ଼ା ହେବା ଏକ ଚର୍ଚ୍ଚାର ବିଷୟ ପାଲଟିଛି ।

   ସମ୍ବନ୍ଧିତ ଖବର


ଏମିତି ବି ଆସେ ମୃତ୍ୟୁ… କାର ଡୋର୍‌ରେ ଧକ୍କା ପରେ ମିନିଟ୍ରକ୍‌ ତଳେ ଗଲା ଜୀବନ

କୋଇଲିପୁର ଗାଁରେ ଡକାୟତି : ବନ୍ଧୁକ ଓ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟିନେଲେ ଦୁର୍ବୃତ୍ତ

କନ୍ଧମାଳରେ ବଜ୍ରପାତ : ଜଣେ ମୃତ୍ୟୁ, ୨ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

ସରକାରୀ ବସ୍ତାରେ ବାଦାମ ଚାଲାଣ ପଡିଲା ମହଙ୍ଗା: ନିଲମ୍ବିତ ହେଲେ ପୋଟେରୁ ଲ୍ୟାମ୍ପ୍‌ସ ଏମ୍‌ଡି

ପରିତ୍ୟକ୍ତ କୂଅରୁ ବଜ୍ରକାପ୍ତା ଉଦ୍ଧାର କଲା ବନ ବିଭାଗ

ଚିକିତ୍ସା ଅବହେଳାରେ ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ