PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍: ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କୋଭିଡ୍ ପଜିଟିଭ ଚିହ୍ନଟ
  • ||
  • ସମ୍ବଲପୁର: ଶୀତଳ ଷଷ୍ଠୀ ପାଇଁ ପୂର୍ବ ପ୍ରସ୍ତୁତି: ୩ ତାରିଖରୁ ୭୨ ଘଣ୍ଟା ପାଇଁ ସମସ୍ତ ମଦ ଦୋକାନ ସିଲ୍
  • ||
  • ଭୁବନେଶ୍ୱର: ଆଜିଠୁ ଅଲ୍‌ ଓଡ଼ିଶା ସନ୍ତରଣ ପ୍ରତିଯୋଗିତା, ୨୦ଟି ଜିଲ୍ଲାରୁ ୨୫୮ ଜଣ ପ୍ରତିଯୋଗୀ ହେବେ ସାମିଲ
  • ||
  • ଭୁବନେଶ୍ୱର: ଆହୁରି କଲବଲ କରିବ ଅସହ୍ୟ ତାତି ସାଙ୍ଗକୁ ଗୁଳୁଗୁଳି , ଜୁନ୍‌ ୨ ତାରିଖ ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରକୋପ
  • ||
  • ବାରଙ୍ଗ: ନନ୍ଦନକାନନରେ ଆଖିବୁଜିଲା ଆଫ୍ରିକୀୟ ସିଂହ, ୧୬କୁ ହ୍ରାସ ପାଇଲା ସିଂହଙ୍କ ସଂଖ୍ୟା
  • ||

କ୍ୟାପିଟାଲ ହସ୍ପିଟାଲରେ ନୂଆ କର୍କଟ ବିଭାଗ

ଭୁବନେଶ୍ୱର,୮ା୩(ବ୍ୟୁରୋ): କ୍ୟାପିଟାଲ ହସ୍ପିଟାଲରେ ଆଜି ନୂଆ କର୍କଟ ବିଭାଗ ଖୋଲିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ଏହାକୁ ଆଜି ଉଦ୍‌ଘାଟନ କରିଛନ୍ତି । ବିଭାଗରେ କର୍କଟ ରୋଗୀଙ୍କ ସମସ୍ତ ପ୍ରକାର ପରୀକ୍ଷା, ଚିକିତ୍ସା ଓ ଅନ୍ୟ ସେବା ମାଗଣାରେ ପ୍ରଦାନ କରାଯିବ । କ୍ୟାପିଟାଲ ହସ୍ପିଟାଲର ଆଉଟଡୋର୍‌(ବର୍ହିବିଭାଗ)କୁ ୨୦୧୬-୧୭ରେ ୩୩୩୮ଜଣ ରୋଗୀ ଆସିଥିଲେ । ୨୦୧୭-୧୮ରେ ୬୫୫୪ଜଣ ଓ ୨୦୧୮- ୧୯ରେ ୯୮୦୦ରୁ ଅଧିକ ରୋଗୀ ଆସିଛନ୍ତି । ହସ୍ପିଟାଲକୁ ଆସିଥିବା କର୍କଟ ରୋଗୀଙ୍କୁ ମାଗଣାରେ ୫୯୨୪ଥର କେମୋଥେରାପି ଦିଆଯାଇଛି । ଏସବୁକୁ ଆଖି ଆଗରେ ରଖି ଆଜି ଏକ ସ୍ୱତନ୍ତ୍ର କର୍କଟ ବିଭାଗ ଖୋଲାଯାଇଛି ବୋଲି ମନ୍ତ୍ରୀ ଶ୍ରୀଜେନା କହିଛନ୍ତି ।

କର୍କଟ ବିଭାଗ ସହ ହସ୍ପିଟାଲରେ ଚକ୍ଷୁ ବିଭାଗର ନୂଆ ଓଟି ମଧ୍ୟ ଆଜି କାର୍ଯ୍ୟକ୍ଷମ ହୋଇଛି । ମୋତିଆ ବିନ୍ଦୁ ସର୍ଜରୀ ସହିତ ଏଣିକି ଏଠାରେ ରେଟିନା ସର୍ଜରା ମଧ୍ୟ ହୋଇପାରିବ । ସୁନେତ୍ର ଯୋଜନାରେ ଚକ୍ଷୁ ବିଭାଗର ଉନ୍ନତିକରଣ ସହିତ ଅତ୍ୟାଧୁନିକ ଚିକିତ୍ସା ସୁବିଧା କରାଯାଇଛି । ଏବେ ହସ୍ପିଟାଲରେ ମଧୁମେହରେ ଆକ୍ରାନ୍ତ ଚକ୍ଷୁ ରୋଗୀଙ୍କ ମାଗଣା ଚିକିତ୍ସା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀଜେନା ସୂଚନା ଦେଇଛନ୍ତି । ଆଜିର ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ପ୍ରମୋଦ ମେହେର୍ଦ୍ଦା, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡା. ଅଶୋକ ପଟ୍ଟନାୟକ, ଅଧୀକ୍ଷକ ଡା. ଧନଞ୍ଜୟ ଦାଶ, କର୍କଟ ବିଭାଗ ମେଡିକାଲ ଅଫିସର ଡା. ନିହାର ରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।