ଚାଇନାରେ କରୋନାର ଆଉ ଏକ ଭୟଙ୍କର ରୂପ, ପ୍ରଥମ ଥର ପାଇଁ ଖାଇବା ସାମଗ୍ରୀରେ ମିଳିଲା ଭାଇରସ

https://zeenews.india.com/
ବେଜିଂ ୧୭/୧: କରୋନା ଭାଇରସ ମହାମାରୀର ଆରମ୍ଭ ଚୀନରେ ହୋଇଥିଲା । ଏବେ ଏଠାରେ ଆଇସକ୍ରିମରେ କରୋନା ଭାଇରସ ପଜିଟିଭ୍ ଆସିବା ଖବର ସାମ୍ନାକୁ ଆସୁଛି । ତିୟାନଜିନ ଅଞ୍ଚଳରେ ଲୋକଲ ଲେବଲରେ ପ୍ରସ୍ତୁତ ଆଇସକ୍ରିମର ୩ ଟି ସାମ୍ପଲରେ କରୋନା ଭାଇରସ ପଜିଟିଭ୍ ହେବା ଖବର ସାମ୍ନାକୁ ଆସିଛି ।
ଆଇସକ୍ରିମରେ କରୋନା ସଂକ୍ରମଣ କଥା ସାମ୍ନାକୁ ଆସିବା ପରେ ପ୍ରଶାସନ ଅଲର୍ଟ ହୋଇଯାଇଛି ଏବ ସେହି ୩ ଜଣଙ୍କୁ ସନ୍ଧାନ କରୁଛି ଯେଉଁମାନଙ୍କୁ ଏହା ସଂକ୍ରମଣ ହେବାର ଆଶଙ୍କା ରହିଛି ।
ଏମିତି ଆସିଛି ଆଇସକ୍ରିମରେ ଭାଇରସ
ଗ୍ଲୋବାଲ୍ ଟାଇମ୍ସର ରିପୋର୍ଟ ଅନୁସାରେ ଏହି ଆଇସକ୍ରିମ ଯେଉଁ ମିଲ୍କ ପାଉଡରରେ ପ୍ରସ୍ତୁତ ହୋଇଥିଲା ତାହା ନ୍ୟୁଜିଲାଣ୍ଡ ଓ ୟୁକ୍ରେନରୁ ଆସିଥିଲା । ଆଇସକ୍ରିମର ବିକ୍ରିରେ ରୋକ ଲଗାଇ ଦିଆଯାଇଛି ଏବଂ ପୂରୁଣା ଏବଂ ନୂଆ ଷ୍ଟକର ଯାଞ୍ଚ କରାଯାଉଛି ।
ରିପୋର୍ଟ ଅନୁସାରେ ଏଠାରେ ଏକ ଲୋକାଲ ଫୁଡ୍ କମ୍ପାନୀକୁ ୪୮୩୬ ବାକ୍ସରେ କରୋନା ଭାଇରସ ସଂକ୍ରମଣ ମିଳିଥିଲା । ଏଥିରୁ ୨୦୮୯ ବାକ୍ସ ଷ୍ଟୋରେଜରେ ସିଲ କରି ରଖାଯାଇଥିଲା । କିନ୍ତୁ ୧୮୧୨ ବାକ୍ସକୁ ଅନ୍ୟ ରାଜ୍ୟକୁ ପଠାଇ ଦିଆଯାଇଥିଲା ଏବଂ ଆଇସକ୍ରିମର ୯୩୫ ପ୍ୟାକେଟ୍ ସ୍ଥାନୀୟ ବଜାରରେ ମଧ୍ୟ ପହଞ୍ଚି ଯାଇଥିଲା । ତେବେ ଏଥିରୁ ମାତ୍ର ୬୫ ଆଇସକ୍ରିମ ପ୍ୟାକେଟ୍ ବିକ୍ରି ହୋଇଥିଲା । ଯେଉଁ ଗ୍ରାହକମାନେ ଏହି ଆଇସକ୍ରିମକୁ କିଣିଥିଲେ ସେମାନଙ୍କୁ ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ ସୂଚନା ଦେବାକୁ କୁହାଯାଇଛି ।