PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ଫାଶୀ ଦିଆଯିବାର ୨ ଘଣ୍ଟା ପରେ ମଧ୍ୟ ବଞ୍ଚି ରହିଥିଲା ଏହି କୁଖ୍ୟାତ ଅପରାଧୀ, ଜାଣନ୍ତୁ ତା’ର କଳା କାରନାମା

ନୂଆଦିଲ୍ଲୀ, ୧୪।୧୨: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଫାଶୀ ଦିଆଯିବ। ଏହାକୁ ନେଇ ସାରା ଦେଶରେ ଚର୍ଚ୍ଚା। ଫାଶୀଦଣ୍ଡକୁ ନେଇ ବିଭିନ୍ନ ପ୍ରକାର ଖବର ଶୁଣିବାକୁ ମିଳୁଛି। ତେବେ ଜାଣନ୍ତି କି ଫାଶୀକୁ ନେଇ ଏକ ଆଶ୍ଚର୍ଯ୍ୟକର ଖବର ସମ୍ପର୍କରେ। ସାଧାରଣତଃ ଫାଶୀ ଦଣ୍ଡ ପାଇବା ସମୟରେ ରଶିରେ ଲଟକିବାର ମାତ୍ର କିଛି ସେକେଣ୍ଡ ପରେ ଦୋଷୀର ମୃତ୍ୟୁ ହୋଇଥାଏ। କିନ୍ତୁ ଦିଲ୍ଲୀରେ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିସାରିଛି, ଯେଉଁଥିରେ ଦୋଷୀକୁ ଫାଶୀ ଦିଆଯିବା ପରେ ମଧ୍ୟ ୨ ଘଣ୍ଟା ପର୍ଯ୍ୟନ୍ତ ଜୀବିତ ଥିଲା। ଏହି ମାମଲା ରଙ୍ଗା-ବିଲାର ରଙ୍ଗା ସହିତ ଜଡିତ।

ତିହାର ଜେଲରେ ବହୁ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟରତ ଥିବା ସୁନିଲ ଗୁପ୍ତା ବ୍ଲାକ ଓ୍ବାରେଣ୍ଟ ନାମକ ନିଜର ବହିରେ ଏହା ଉଲ୍ଲେଖ କରିଛନ୍ତି। ତିହାର ଜେଲରେ ୧୯୮୨ ମସିହାରେ ରଙ୍ଗା ଓ ବିଲ୍ଲାକୁ ଫାଶୀ ଦିଆଯାଇଥିଲା। ଫାଶୀ ଦିଆଯିବାର ଦୁଇ ଘଣ୍ଟା ପରେ ଯେତେବେଳେ ଚିକିତ୍ସକମାନେ ଫାଶୀ ଘରେ ଏହା ଯାଞ୍ଚ କରିବାକୁ ଯାଇଥିଲେ ଦୁହିଁଙ୍କର ମୃତ୍ୟୁ ହୋଇଛି କି ନାହିଁ ସେତେବେଳେ ଜଣାପଡିଥିଲା ରଙ୍ଗାର ନାଡି(ପଲସ୍) ଚାଲୁଛି। ପରେ ରଙ୍ଗାକୁ ଫାଶୀରୁ ଖୋଲି ତଳକୁ ଅଣାଯାଇଥିଲା ଓ ଏହାପରେ ତା’ର ମୃତ୍ୟୁ ହୋଇଥିଲା।

ଦୀନଦୟାଲ ଉପାଧ୍ୟୟ ହସ୍ପିଟାଲରେ ଫରେନସିକ୍ ବିଭାଗରେ ଅଧ୍ୟକ୍ଷ ଥିବା ଡ. ବିଏନ୍ ମିଶ୍ରଙ୍କ କହିବା ଅନୁସାରେ, ଫାଶୀ ସମୟରେ ବେକର ହାଡକୁ ଅଚାନକ ଝଟକା ଲାଗିଥାଏ। ଝଟକାରେ ବେକର ୭ଟି ହାଡ ଭିତରୁ ଗୋଟିଏ ହାଡ, ଯାହାକୁ ଭର୍ଟିବା କୁହାଯାଏ ସେଥିରୁ ସେଥିରୁ ଅଡୋଣ୍ଟୋଓ୍ବାଇଡ୍ ପ୍ରୋସେସ୍ ନାମକ ଏକ ହାଡ ବାହାରି ସ୍ପାଇନାଲ କର୍ଡରେ ଧସି ଯାଇଥାଏ। ଏହା ଧସିବା ମାତ୍ରେ ଶରୀର ନ୍ୟୁରୋଲୋଜିକାଲ ସକ୍ର ଶିକାର ହୋଇଯାଇଥାଏ ଓ ତୁରନ୍ତ ଶରୀରର ନିୟନ୍ତ୍ରଣ କ୍ଷମତା ଶେଷ ହୋଇଯାଇଥାଏ। ଏହାଫଳରେ ମୃତ୍ୟୁ ହୋଇଥାଏ।

ଉଲ୍ଲେଖନୀୟ ଯେ, ଏହି ମାମଲା ୪ ଦଶକ ପୂର୍ବର ୧୯୭୮ ମସିହାର। ଏହା ସେତେବେଳର କୁଖ୍ୟାତ ଅପରାଧ ଥିଲା। ଦୁଇ ଭାଇ ଭଉଣୀ ଗୀତା ଓ ସଞ୍ଜୟ ​‌ଚୋପ୍ରାଙ୍କୁ ରଙ୍ଗା(କୁଲଜିତ ସିଂ)ଓ  ବିଲ୍ଲା(ଜସବୀର ସିଂ) ଅପହରଣ କରି ତାଙ୍କ ପରିବାର ଲୋକଙ୍କୁ ଟଙ୍କା ମାଗିଥିଲେ। ଗୀତା ଏବଂ ସଞ୍ଜୟଙ୍କ ବାପା ନୌସେନା ଅଧିକାରୀ ହୋଇଥିବାରୁ ଅପରାଧୀମାନେ ନିଜର ଯୋଜନା ବଦଳାଇ ଦେଇଥିଲେ। ସେମାନେ ପ୍ରମାଣ ନଷ୍ଟ କରିବାକୁ ସଞ୍ଜୟଙ୍କୁ ମାରିଦେଇଥିବା ବେଳେ ଗୀତାଙ୍କୁ ଦୁଷ୍କର୍ମ କରି ମାରି ହତ୍ୟା କରିଥିଲେ। ସେମାନେ ସହର ଛାଡି ଫେରାର ହୋଇଯାଇଥିଲେ। କିଛି ମାସ ପରେ ତାଙ୍କୁ ଏକ ଟ୍ରେନରୁ ଗିରଫ କରାଯିବା ପରେ କୋର୍ଟ ଫାଶୀ ଦଣ୍ଡ ଦେଇଥିଲେ। ୧୯୮୨ରେ ଦୁହିଁଙ୍କୁ ଫାଶୀ ଦିଆଯାଇଥିଲା।