PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଆଜିଠାରୁ ରାଜଧାନୀରେ ଖୋଲିବ ମଲ୍, ବଜାର ଏବଂ ଦୋକାନ, ୫୦ ପ୍ରତିଶତ କ୍ଷମତାରେ ଚାଲିବ ମେଟ୍ରୋ
  • ||
  • ନୂଆଦିଲ୍ଲୀ : ଇସ୍ରାଇଲରେ ନେତ୍‌ନ୍ୟାହୁଙ୍କ ଯୁଗ ଶେଷ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ରଜ ପାଇଁ ଓଟିଡିସି ଆରମ୍ଭ କଲା ‘ପିଠା ଅନ୍‌ ହ୍ୱିଲ୍‌’, ଭୁବନେଶ୍ୱର ସହ ସମ୍ବଲପୁର ଓ କଟକରେ ମିଳିବ ପିଠା
  • ||
  • ବଅଁରପାଳ : ସୁନାର ସଂସାରକୁ ଛାରଖାର କରିଦେଲା କରୋନା, ଆଗପଛ ହୋଇ ଚାଲିଗଲେ ପୁଅ-ବୋହୂ ଓ ମା, ଅନାଥ ହୋଇଗଲା ୧୪ ମାସର ଶିଶୁପୁତ୍ର
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ କନ୍ୟା ଚୋରି ନୀତି
  • ||
  • ଭୁବନେଶ୍ୱର : ଆଜି ପହିଲି ରଜ, ଗାଁଠାରୁ ସହର ସବୁଠି ଜମୁଛି ପିଠାପଣାର ଆସର
  • ||
  • ଭୁବନେଶ୍ୱର : ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ଆହୁରି ଦୁଇଦିନ ସ୍ୱଳ୍ପରୁ ମଧ୍ୟମ ବର୍ଷା ସମ୍ଭାବନା, ୧୫ ପର୍ଯ୍ୟନ୍ତ ଧୀବରଙ୍କୁ ସମୁଦ୍ର ମନା
  • ||

ରେଲଓ୍ବେ ଷ୍ଟେସନ ପ୍ଲାଟଫର୍ମରେ ଛିଡା ଥିଲା ଚଣ୍ଡୀଗଡ-କୋଚୁଭେଲି ଏକ୍ସପ୍ରେସ, ହଠାତ ନିଆଁ ଲାଗି ଜଳିଗଲା ବଗି

ନୂଆଦିଲ୍ଲୀ,୬।୯: ଦେଶର ରାଜଧାନୀ ଦିଲ୍ଲୀର ନୂଆଦିଲ୍ଲୀ ରେଲଓ୍ବେ ଷ୍ଟେସନରେ ଶୁକ୍ରବାର ମଧ୍ୟାହ୍ନରେ ବଡ ଧରଣର ଦୁର୍ଘଟଣା ଘଟିଛି। ଷ୍ଟେସନର ପ୍ଲାଟଫର୍ମ ନମ୍ବର ୮ରେ ଥିବା ଚଣ୍ଡୀଗଡ-କୋଚୁଭେଲି ଏକ୍ସପ୍ରେସର ଏକ ବଗିରେ ଘଟିଛି ଅଗ୍ନିକାଣ୍ଡ। ନିଆଁ ଲାଗିବା ପରେ ଘଟଣାସ୍ଥଳରେ ୪ଟି ଦମକଳ ଗାଡି ପହଁଞ୍ଚିବା ପରେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ। ଶୁକ୍ରବାର ମଧ୍ୟାହ୍ନ ୨ଟା ସମୟରେ ଏହି ଟ୍ରେନର ବଗିରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ, ଟ୍ରେନରୁ ବହୁ ଉଚ୍ଚାରେ ନିଆଁ ଧାଁସ ବାହାରୁଥିଲା। ଏହା ସହ ଧୂଆଁ ଏତେ ଅଧିକ ହୋଇଯାଇଥିଲା ଯେ, ଚାରିଆଡେ ଅନ୍ଧାର ହୋଇଯାଇଥିଲା।

ଅଧିକାରୀଙ୍କ ସୂଚନା ଅନୁସାରେ, ଏହି ନିଆଁ ଚଣ୍ଡୀଗଡ-କୋଚୁଭେଲି ଏକ୍ସପ୍ରେସର ପାଓ୍ବାର କାର ବଗିରେ ଲାଗିଥିଲା। ଟ୍ରେନ ନୂଆ ଦିଲ୍ଲୀ ରେଲଓ୍ବେ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୮ରେ ରହିଥିଲା। ଟ୍ରେନରେ ବସିଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ବେଳେ ଘଟଣାସ୍ଥଳରେ ଦମକଳ କର୍ମଚାରୀ ନିଆଁ ଲିଭାଇବାକୁ ପହଁଞ୍ଚିଥିଲେ। ଉଲ୍ଲେଖନୀୟ ଯେ, ଏହି ଟ୍ରେନ ପଞ୍ଜାବର ଚଣ୍ଡୀଗଡରୁ କେରଳର କେଚୁଭେଲି ପର୍ଯ୍ୟନ୍ତ ଯାଇଥାଏ। ରାଜଧାନୀରେ ଏହି ଟ୍ରେନ ନୂଆଦିଲ୍ଲୀ ରେଲଓ୍ବେ ଷ୍ଟେସନ ଓ ହଜରତ ନିଜାମୁଦ୍ଦିନ ରେଲଓ୍ବେଷ୍ଟେସନରେ ରହିଥାଏ ଓ ପରେ ଆଗକୁ ଯାଇଥାଏ। ନୂଆଦିଲ୍ଲୀ ରେଲଓ୍ବେ ଷ୍ଟେସନରୁ ଏହି ଟ୍ରେନ ଆଗକୁ ବଡିବାର ସମୟରେ ମଧ୍ୟାହ୍ନ ୨ଟା ରହିଥାଏ।