ଜାଣନ୍ତୁ ବିଶ୍ବର ସବୁଠାରୁ ଧନୀ ସହର ମଧ୍ୟରେ ଭାରତର କେଉଁ ସହର ରହିଛି? ଯେଉଁଠି ରୁହନ୍ତି ବିଶ୍ବର ସବୁଠାରୁ ଅଧିକ ଧନୀ

ନୂଆଦିଲ୍ଲୀ,୨୨।୧୧: ବିଶ୍ଟର ଟପ୍ ୧୧୩ଟି ଦେଶ ଭିତରେ ଭାରତର ବେଙ୍ଗାଲୁର, ଦିଲ୍ଲୀ, ଓ ମୁମ୍ବାଇକୁ ସାମିଲ କରାଯାଇଛି। ଆର୍ଥିକ ଏବଂ ସାମାଜିକ ସମାବେସିତ (ନ୍ୟୁ ଗ୍ଲୋବାଲ ପ୍ରସପରିଟି ଇଣ୍ଡେକ୍ସ) ମାମଲାରେ ବେଙ୍ଗାଲୁରର ୮୩ ତମ ସ୍ଥାନ ହାସଲ କରିଛି। ଏହି ଲିଷ୍ଟରେ ଦିଲ୍ଲୀ ଓ ମୁମ୍ବାଇର ନାଁ ସାମିଲ ରହିଛି, ଯାହାକି ଯଥାକ୍ରମେ ୧୦୧ ଓ ୧୦୭ ତମ ସ୍ଥାନରେ ରହିଛନ୍ତି।

ଉତ୍ତର ସ୍ପେନର ବିଲବାଓରେ ଜାରି ‘ ପ୍ରସପରିଟି ଆଣ୍ଡ ଇନକ୍ଲୁଜନ୍ ସିଟି ସିଲ୍ ଆଣ୍ଡ ଆଓ୍ବାର୍ଡ’(ପିଆଇସିଏସଏ) ଇଣ୍ଡେକ୍ସରେ ସ୍ବିଜରଲାଣ୍ଡର ଜ୍ୟୁରିଖ ଶୀର୍ଷ ସ୍ଥାନରେ ରହିଛି। ଏହି ଇଣ୍ଡେକ୍ସ କୌଣସି ସହରର ଆର୍ଥିକ ବିକାଶ ସହିତ ଏହାର ଗୁଣବତା ଓ ଜନସଂଖ୍ୟା ଭିତିରେ ଏହାର ଡିଷ୍ଟ୍ରିବ୍ୟୁସନକୁ ଦର୍ଶାଇଥାଏ।

ଏହି ତାଲିକାରେ ପ୍ରଥମ ସ୍ଥାନରେ ସ୍ବିଜରଲାଣ୍ଡର ଜ୍ୟୁରିଖ, ଅଷ୍ଟ୍ରିଆର ରାଜଧାନୀ ଭିଏନା ଦ୍ବିତୀୟ, ଡେନମାର୍କର କୋପନହୋଗନ ତୃତୀୟ, ଲକ୍ସମବର୍ଗ ଚତୁର୍ଥ ଏବଂ ହେଲାସଂକି ପଞ୍ଚମ ସ୍ଥାନରେ ରହିଛି। ଲିଷ୍ଟର ଟପ୍ ୨୦ରେ ଅଧିକାଂଶ ୟୁରୋପୀୟ ସହର ରହଛି। ତାଇପେ ଏକମାତ୍ର ଏଭଳି ଏସୀୟ ଦେଶ ଯାହାକି ଟପ୍ ୨୦ରେ ସ୍ଥାନ ପାଇବାରେ ସଫଳ ରହିଛି। ତାଇପେ ୬ଷ୍ଠ ସ୍ଥାନରେ ରହିଛି। ଉତ୍ତର ଆମେରିକାରୁ ଓଟାଓ୍ବା ଅଷ୍ଟମ, ଓ୍ବାଶିଂଟନ୍ ୧୧ତମ, ସିଏଟଲ ୧୪ତମ ଓ ବୋଷ୍ଟନ ୧୬ତମ ସ୍ଥାନରେ ରହିଛି।

   ସମ୍ବନ୍ଧିତ ଖବର


ଜାପାନରେ କରୋନାଠୁ ବି ବଡ ବିପଦ, ଲଗାତର ମରୁଛନ୍ତି ଲୋକ

ବିବାହରେ ଲୋକଙ୍କୁ ଏମିତି କରାଗଲା ସାନିଟାଇଜ୍‌ , ଆଇଏଏସ୍‌ ଅଫିସର କହିଲେ …

ଆଉ ଦୁଇ ଦିନ – ବୁଧବାରଠାରୁ ଏନ୍‌ଏଚ୍‌ଏସ୍‌ ହସ୍ପିଟାଲମାନଙ୍କରେ ଦିଆଯିବ କରୋନା ଟିକା

ଡିସେମ୍ବର ମାସରେ ପ୍ରାୟ ଅଧା ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖନ୍ତୁ ତାଲିକା

୧୩ ବର୍ଷିୟା ନାବାଳିକାଙ୍କୁ ନିଶା ଦେଇ ଗଣଦୁଷ୍କର୍ମ – ୨ ଗିରଫ

ଜାଆଁଳା ଶିଶୁଙ୍କ ଛାତି ଓ ପେଟ ଯୋଡି ହୋଇ ରହିଥିଲା,୮ ଘଣ୍ଟାର ଅପରେସନ୍ ପରେ କରାଗଲା ଅଲଗା