ମେ ୪ରୁ ଲାଗୁ ହେବ ନୂଆ ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୩୦/୪: ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ରୋକିବାକୁ ଗତ ମାର୍ଚ୍ଚ ୨୫ ତାରିଖରୁ ଲାଗୁ ହୋଇଥିବା ଲକ୍‌ଡାଉନ ଅବଧି ଆଉ ୪ ଦିନ ପରେ ଅର୍ଥାତ ମେ ୩ ତାରିଖରେ ଶେଷ ହେବ । କିନ୍ତୁ ଏହା ପରେ ଜୀବନଯାତ୍ରା ପୂର୍ବଭଳି ସ୍ୱାଭାବିକ ହେବ ନାହିଁ । ଅନେକ ଅଞ୍ଚଳରେ କଟକଣା ରହିବ । କିନ୍ତୁ କେଉଁ ଅଞ୍ଚଳରେ କଟକଣା ରହିବ ଓ କେଉଁ ଅଞ୍ଚଳକୁ ଛାଡ କରାଯିବ ତାହା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ନୂଆ ଗାଇଡ୍‌ଲାଇନ ଜାରି କରାଯିବ। ଏହି ନୂଆ କୋଭିଡ-୧୯ ଗାଇଡ୍‌ଲାଇନ ମେ ୪ ତାରିଖରୁ ସମଗ୍ର ଦେଶରେ ଲାଗୁ ହେବ । କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଏହି ସୂଚନାଦିଆଯାଇଛି ।

ମନ୍ତ୍ରଣାଳୟର ଜଣେ ମୁଖପାତ୍ର ଟୁଇଟ କରି କହିଛନ୍ତି ଯେ ଏକ ଉଚ୍ଚସ୍ତରୀୟ ବୈଠକରେ ଦେଶରେ ଲକ୍‌ଡାଉନ ପରିସ୍ଥିତିର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରାଯାଇଥିଲା । ଲକ୍‌ଡାଉନ ଯୋଗୁ ଉଲ୍ଲେଖନୀୟ ସଫଳତା ମିଳିଛି ଓ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ହୋଇଛି । ମେ ୩ ତାରିଖ ପର୍ଯ୍ୟନ୍ତ ଏହି ଲକ୍‌ଡାଉନକୁ କଡାକଡି ପାଳନ କରିବାକୁ ହେବ । ମେ ୪ ତାରିଖ ପାଇଁ ନୂଆ ଗାଇଡ୍‌ଲାଇନ ଜାରି କରାଯିବ । ସେଥିରେ ଅନେକ ଜିଲ୍ଲାକୁ ରିହାତି ଦିଆଯିବାକୁ ଯୋଜନା କରାଯାଉଛି । ତେବେ ଏହି ନୂଆ ଗାଇଡ୍‌ଲାଇନର ରୂପରେଖ କ’ଣ ଓ କିଭଳି ହେବ ତାହା ଖୁବଶୀଘ୍ର ଘୋଷଣା କରାଯିବ ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ଫେସବୁକ୍ ଲଞ୍ଚ୍ କଲା ନୂଆ ସେବା, ଖୁବ୍ ଶୀଘ୍ର ଆକାଉଣ୍ଟକୁ କରନ୍ତୁ ଚେକ୍

ଚିନ୍ତାର କଥା ! ପରୀକ୍ଷଣ ସମୟରେ କରୋନା ଟିକାରେ ହେଲା ମୃତ୍ୟୁ…

ଟ୍ରେନରେ ଯାତ୍ରା ସମୟରେ ଲଗେଜ୍ ଚିନ୍ତା ଗଲା, ଏଣିକି ଘରେ ପହଞ୍ଚିବ ସାମଗ୍ରୀ

କରୋନାରୁ ରକ୍ଷା କରିବ ଏହି ‘ଛତୁ’–ଷ୍ଟାର୍ଟ ଅପ୍‌ କମ୍ପାନୀ ତିଆରି କଲେ ଇମ୍ୟୁନିଟି ବୁଷ୍ଟର

କରୋନା ଭୟରେ ଏହି ଦେଶରେ ବନ୍ଦ ହେଲା ମାଛ ମାର୍କେଟ୍, ଲାଗିଲା କର୍ଫ୍ୟୁ

ନବରାତ୍ରୀ ନେଇ ସୋସିଆଲ ମିଡିଆରେ ଅଶ୍ଲୀଳ ପୋଷ୍ଟ, କ୍ଷମା ମାଗିଲା Eros Now