ଡିସେମ୍ବର ପହିଲାରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ମହଙ୍ଗା ହୋଇପାରେ ନୂଆ ବୀମା ପଲିସି

ନୁଆଦିଲ୍ଲୀ ୧୯/୧୧: ବୀମା ନିୟାମକ ଆଇଆରଡିଏର, ଜୁଲାଇରେ ଜାରି ନନ୍ ଲିଙ୍କ୍ଡ ଓ ଲିଙ୍କ୍ଡ ବୀମା ପଲିସିର ନୂଆ ନିୟମ ୧ ଡିସେମ୍ବର ୨୦୧୯ରୁ ଲାଗୁ ହେବ । ତେଣୁ ସମସ୍ତ ବୀମା କମ୍ପାନୀ ୩୦ ନଭେମ୍ବର ଭିତରେ ନୂଆ ନିୟମ ଅନୁସାରେ ନିଜ ଉତ୍ପାଦରେ ପରିବର୍ତ୍ତନ ଆଣିବେ । ଆଇଆରଡିଏ(Insurance Regulatory and Development Authority) ସମସ୍ତ ବୀମା କମ୍ପାନୀକୁ ୩୦ ନଭେମ୍ବର ଭିତରେ ନୂଆ ନିୟମ ଅନୁସାରେ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦେଇଛି ।

ଏଲଆଇସି ବନ୍ଦ କରିବ ଅନେକ ପଲିସି
ଏହି ପରିବର୍ତ୍ତନ ଅନୁସାରେ ଦେଶର ସବୁଠାରୁ ବଡ ଜୀବନ ବୀମା କମ୍ପାନୀ ଲାଇଫ୍ ଇନସ୍ୟୁରାନ୍ସ କର୍ପୋରେସନ୍ ମଧ୍ୟ ୧୨ରୁ ଅଧିକ ବ୍ୟକ୍ତିଗତ ବୀମା ପଲିସି, ୮ ଗ୍ରୁପ୍ ଇନ୍ୟୁରାନ୍ସ ପ୍ଲାନ୍ ଓ ୭-୮ ରାଇଡର ପ୍ଲାନକୁ ୩୦ ନଭେମ୍ବର ଭିତରେ ବନ୍ଦ କରିବାର ଘୋଷଣା କରିଛି । ଅବଶ୍ୟ ଏଲଆଇସି କହିଛି ଯେ ସେ ଭବିଷ୍ୟତରେ ଏହି ପଲିସିକୁ ଆଇଆରଡିଏର ନୂଆ ପ୍ଲାନ୍ ଅନୁସାରେ ପୁଣି ଥରେ ଲଞ୍ଚ କରିବ । ଏକ ସୂଚନା ଅନୁସାରେ ଆଇଆରଡିଏରର ନୂଆ ନିୟମ ଅନୁସାରେ ୭୫ରୁ ୮୦ ବୀମା ପଲିସି ୩୦ ନଭେମ୍ବର ଭିତରେ ବନ୍ଦ ହୋଇଯିବ ।

ପୁରୁଣା ପଲିସି ଉପରେ ପଡିବନି ପ୍ରଭାବ
ଆଇଆରଡିଏ କହିଛି ଯେ ତାର ଏହି ନିୟମ ୧ ଡିସେମ୍ବର ପରେ ବିକ୍ରି ହେବାକୁ ଥିବା ବୀମା ପଲିସି ଉପରେ ଲାଗୁ ହେବ । ପୂର୍ବରୁ ଜାରି ଥିବା ବୀମା ପଲିସି ଉପରେ ଏହାର କୌଣସି ପ୍ରଭାବ ପଡିବନି । ପୁରୁଣା ବୀମା ପଲିସିର ପ୍ରିମିୟମ୍ ଓ ବେନିଫିଟ୍ ପୂର୍ବ ଭଳି ଚାଲୁ ରହିବ ।

   ସମ୍ବନ୍ଧିତ ଖବର


ଗଲୱାନର ବୀର ସହିଦଙ୍କ କାହାଣୀ – ଏକାକୀ ୧୨ ଚୀନ୍‌ ସୈନିକଙ୍କୁ ମାରିଥିଲେ

ଚୀନ୍‌କୁ ଜବାବ ଦେବାପାଇଁ ପ୍ରସ୍ତୁତି- ଲଦାଖରେ ମୁତୟନ ହେଲେ ସର୍ଜିକାଲ୍‌ ଷ୍ଟ୍ରାଇକିଂ ଫୋର୍ସ

ଏହି ସ୍ଥାନମାନଙ୍କରେ ଖୋଲିଲା ରେଡ୍‌ଲାଇଟ୍‌ ଏରିଆ- କିସ୍‌ କରିବା ଓ ଜୋରରେ ଶ୍ୱାସକ୍ରିୟା ମନା

ଭାରତରେ ଆଇଆଇଟି ଛାତ୍ର ଓ ପ୍ରଫେସର ତିଆରି କଲେ କରୋନା ବିନାଶକ ଡିଓଡ୍ରେଣ୍ଟ – ବାସ୍ନା ସହ ଭୁତାଣୁ ମାରିବ

୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ଗୁଗଲ ଅଫିସ୍

ଦେଶରେ ୬ ଜୁଲାଇରୁ ଖୋଲିବ ସମସ୍ତ ସ୍ମାରକୀ, ସଂସ୍କୃତି ମନ୍ତ୍ରୀଙ୍କ ଘୋଷଣା