କରୋନା ପାଇଁ ଏହି ଔଷଧ ଫଳପ୍ରଦ ବୋଲି ବୈଜ୍ଞାନିକଙ୍କ ଦାବି, କୋଭିଡ୍‌ ଭୁତାଣୁ କରିପାରୁନି ବଂଶ ବିସ୍ତାର

ନୂଆଦିଲ୍ଲୀ- କରୋନା ବା କୋଭିଡ୍‌ର ଚିକିତ୍ସା ପାଇଁ ବିଭିନ୍ନ ସାମ୍ଭବ୍ୟ ଔଷଧକୁ ଏବେ ବ୍ୟବହାର କରାଯାଉଛି । ଏ ପର୍ଯ୍ୟନ୍ତ ଏଥିପାଇଁ କୌଣସି ନିଶ୍ଚିତ ଔଷଧ ବିକଶିତ କରାଯାଇ ନାହିଁ । ରୁଷ୍‌ ଏକ ଟିକା ବିକଶିତ କରିଥିବା ଦାବି କରିଛି । ତେବେ ସାରା ବିଶ୍ୱରେ ଏହି ଟିକାକୁ ନେଇ ଏବେ ବି ସନ୍ଦେହ ଜାରି ରହିଛି । ଏବେ କରୋନା ପାଇଁ ଏକ ନିର୍ଦ୍ଦିଷ୍ଟ ଔଷଧ ବେଶ୍‌ ଭଲ କାମ କରୁଥିବା ବିଶ୍ୱର ପ୍ରତିଷ୍ଠିତ ଗବେଷଣାତ୍ମକ ପତ୍ରିକା ସାଇନ୍ସ ମାଗାଜିନ୍‌ରେ ତଥ୍ୟ ପ୍ରକାଶିତ ହୋଇଛି । କରୋନା ଭାଇରସ୍‌ର ସ୍ପାଇକ୍‌ ପ୍ରୋଟିନ୍‌କୁ ପ୍ରତିହତ କରିବା ପାଇଁ ଏହି ଔଷଧ ବେଶ୍‌ ଭଲ କାମ କରୁଥିବା ଏଥିରେ ସୂଚନା ଦିଆଯାଇଛି । ଏହା କରୋନା ଭୁତାଣୁର ଜୀବନ ଚକ୍ରକୁ ହ୍ରାସ କରୁଥିବା ବେଳେ ଏହାର କୋଷର ବିକାଶ ହ୍ରାସ କରୁଛି ।

https://aajtak.intoday.in/

ଚିକାଗୋ ବିଶ୍ୱ ବିଦ୍ୟାଳୟରେ କରାଯାଇଥିବା ଗବେଷଣା ଅନୁଯାୟୀ Ebselen ନାମକ ଉପାଦାନ କୋଭିଡ୍‌ ଭାଇରସ୍‌ର ବୃଦ୍ଧିକୁ ଶରୀର ମଧ୍ୟରେ ରୋକିବା ସହ ଏହାର ସଂକ୍ରମଣକୁ ହ୍ରାସ କରୁଛି । ଭୁତାଣୁର ଆର୍‌ଏନ୍ଏରେ ଥିବା ସ୍ପାଇକ୍‌ ପ୍ରୋଟିନ୍‌କୁ ଏହା ପ୍ରତିହତ କରୁଛି । ବାୟୋଲୋଜିକାଲ୍‌ ମଲେକ୍ୟୁଲ୍‌ ଉପରେ ଗବେଷଣା କରି ବୈଜ୍ଞାନିକମାନେ ଏହି ସୂଚନା ଦେଇଛନ୍ତି । ଏମ୍‌ପ୍ରୋ Ebselen ଭାଇରସ୍‌ ବିରୋଧରେ ଏକ ଭଲ ଔଷଧ ବୋଲି ଗବେଷକମାନେ ଦାବି କରିଛନ୍ତି । ଏହାକୁ ବାଇପୋଲାର ଏବଂ କାନ ତଥା ଶ୍ରବଣ ଶକ୍ତିର ବିଭିନ୍ନ ସମସ୍ୟାରେ ବ୍ୟବହାର କରାଯାଇଥାଏ । ଏହା ବ୍ୟଥା ନିବାରକ, ତଥା ବ୍ୟାକ୍ଟେରିଆର ସଂକ୍ରମଣକୁ ମଧ୍ୟ ପ୍ରତିହତ କରିଥାଏ ।

Ebselen କୁ ବିଭିନ୍ନ ରୋଗ ପାଇଁ ବ୍ୟବହାର କରାଯାଇଥାଏ । ମୁଖ୍ୟତଃ ବାଇପୋଲାର ଡିସ୍‌ଅର୍ଡର ଏବଂ ଶ୍ରବଣ ସମସ୍ୟା ପାଇଁ ଏହାକ ବ୍ୟବହାର କରାଯାଇଥାଏ । ତେବେ ଏହାର ବ୍ୟବହାର ଉପରେ କ୍ଲିନିକାଲ୍‌ ଟ୍ରାଏଲ୍‌ କରାଯିବାର ଆବଶ୍ୟକତା ରହିଛି ବୋଲି ଗବେଷକମାନେ କହିଛନ୍ତି ।

   ସମ୍ବନ୍ଧିତ ଖବର


ହଠାତ୍ ଆକାଶରେ ଦେଖିବାକୁ ମିଳିଲା ଅଗ୍ନି ପିଣ୍ଡୁଳା,ଜୋରଦାର ଲାଇଟ୍ ସହିତ ହୋଇଗଲା ଗାଏବ୍

ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍ ଆହତ, ଭାଙ୍ଗିଗଲା ଗୋଡର ହାଡ଼

୧୧୦ ଜଣ ଶ୍ରମିକଙ୍କୁ ଗଳାକାଟି ହତ୍ୟା କଲେ ବୋକୋ ହରାମ ଆତଙ୍କବାଦୀ,ମହିଳାଙ୍କୁ ଉଠାଇ ନେଲେ

କୋଭିଡ୍ ମୃତ୍ୟୁରେ ଲାଗିଲା ବ୍ରେକ୍: ୨୪ଘଣ୍ଟାରେ ଆଖିବୁଜିଲେ ୫ ଜଣ ଆକ୍ରାନ୍ତ, ମୃତକଙ୍କ ସଂଖ୍ୟା ୧୭୩୯କୁ ବୃଦ୍ଧି

ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ୍‌: ୨୪ଘଣ୍ଟା ଆଉ ୪୧୮ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି

ତୃତୀୟ ଥର ବି ଝିଅ ଜନ୍ମହେଲା, ରାଗରେ ନବଜାତ ଶିଶୁ କନ୍ୟାକୁ ପାଣିରେ ବୁଡାଇ ମାରିଦେଲା ମା’