ପୃଥିବୀକୁ ମିଳିଲା ଦ୍ୱିତୀୟ ଜହ୍ନ, ଛୋଟ କାର ଭଳି ଏହାର ଆକାର

ନୂଆଦିଲ୍ଲୀ, ୨୭|୦୨:  ଏବେସୁଦ୍ଧା ପୃଥିବୀର ଏକମାତ୍ର ଜହ୍ନ ଥିବା କୁହାଯାଉଥିଲା। କିନ୍ତୁ ଦ୍ୱିତୀୟ ଜହ୍ନ ବାବଦରେ ସୂଚନା ମିଳିଛି। ଧୂମକେତୁ ଓ କ୍ଷୁଦ୍ରଗ୍ରହର ସନ୍ଧାନ କରୁଥିବା ଆମେରିକା ସଂସ୍ଥା କେଟାଲିନା ସାଏ ସର୍ଭେ ଅନ୍ତରୀକ୍ଷରେ ଏକ ବସ୍ତୁକୁ ଠାବ କରିଛି। ଯାହା ପ୍ରାୟ ୩ ବର୍ଷ ହେଲା ପୃଥିବୀରେ ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ଯୋଡି ହୋଇରହିଛି। ବୈଜ୍ଞାନିକମାନେ ଏହାକୁ ୨୦୨୦ସିଡି-୩ ନାମ ଦେଇଛନ୍ତି।

୧୯ ଫେବ୍ରୁଆରୀରେ କେଟାଲିନା ସ୍କାଏ ସର୍ଭେ ଏକ ଧୀର ବସ୍ତୁକୁ ପୃଥିବୀ ନିକଟରେ ଘୁରୁଥିବା ଦେଖିବାକୁ ପାଇଥିଲେ। ଏହା ପୃଥିବୀ ନିକଟରେ ରହିଥିଲା। ଏହାର ଆକାର ମଧ୍ୟ ଜହ୍ନଠାରୁ ଅତି ଛୋଟ ଥିଲା। ଏହାକୁ ଅନ୍ୟ  ଦେଶର ବୈଜ୍ଞାନିକମାନେ ମଧ୍ୟ ଦେଖିବାକୁ ପାଇଥିଲେ।ଏହାକୁ ମିନିମୁନ୍ ବୋଲି ସେମାନେ କହିଥିଲେ। ଏହା ୧.୯ରୁ ୩.୫ ମିଟର ମଧ୍ୟରେ ବୋଲି ସେମାନେ ପ୍ରକାଶ କରିଥିଲେ। ଏହାର ଆକାର ଏକ ଛୋଟ କାରରୁ ମଧ୍ୟ ସାନ ହେବ।

ଏତତ୍ ବ୍ୟତୀତ ଆଷ୍ଟ୍ରୋନୋମିକାଲ ୟୁନିଅନ ମିରର ପ୍ଲାନେଟ୍ ସେଣ୍ଟର କହିଛି ଯେ, ଏହି ବସ୍ତୁ ଅସ୍ଥାୟୀ ରୂପେ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଦ୍ୱାରା ବାନ୍ଧି ହୋଇ ରହିଛି। ସୈର ବିକିରଣ ହେତୁ ଏହା ସ୍ଥିର ରହିଛି। ଏହାର ଅର୍ବିଟ୍ ସ୍ଥିର ରହିଛି।

   ସମ୍ବନ୍ଧିତ ଖବର


ୟୁପି ସରକାରଙ୍କ ଲଭ ଜିହାଦ ଅଧ୍ୟାଦେଶକୁ ରାଜ୍ୟପାଳଙ୍କ ମଞ୍ଜୁରୀ, ବେଆଇନ ଭାବେ ଧର୍ମାନ୍ତରୀକରଣ ବିରୁଦ୍ଧରେ କଡାନିୟମ ଲାଗୁ…

ମିଳିଳା ୫ ହଜାର ବର୍ଷ ପୁରୁଣା ତିମି ମାଛର କଙ୍କାଳ,ଖୋଲିବ ଏହି ସବୁ ରହସ୍ୟ

ବୈଜ୍ଞାନିକଙ୍କୁ ମିଳିଲା ବଡ଼ ସଫଳତା: ଗ୍ରହାଣୁ ଧକ୍କାକୁ ଅନୁକରଣ କରି କିଛି ମିନିଟ୍‌ ମଧ୍ୟରେ ପ୍ରୟୋଗଶାଳାରେ ବିକଶିତ କଲେ ହୀରା

ବିପତ୍ତି ଆଣିଦେଲା ସୁଯୋଗ, ଏହି କାରିଗର ଆରମ୍ଭ କରିଦେଲେ ସୁନା-ରୁପାର ମାସ୍କ

ଆତ୍ମହତ୍ୟା ଉଦ୍ୟମ କଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି…

ଓଲା, ଉବର ପାଇଁ ନୂଆ ଗାଇଡ୍‌ଲାଇନ ଜାରି: କ୍ୟାବ୍‌ ଡ୍ରାଇଭର ପାଇବେ ୮୦% ଭଡ଼ା, ମୋଟ ଭଡ଼ାର ୨୦% ରଖିପାରିବେ ଆଗ୍ରିଗେଟର