PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀମପୁର ନିକଟରେ ଚାଲିଥିଲା ଜୁଆ ଖେଳ, ଆଡ୍ଡା ଉପରେ ଚଢ଼ଉ କଲା ଜରଡା ପୁଲିସ, ୧ଲକ୍ଷ ୬୬ହଜାର ୪୬୦ ଟଙ୍କା ସହ ୮ ବାଇକ ଓ ୬ ମୋବାଇଲ ଫୋନ୍ ଜବତ, ୧୦ ଗିରଫ
  • ||
  • ପାରାଦୀପ: ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ,ହାଇଡ୍ରା ମେସିନ୍ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ
  • ||
  • ବଡମ୍ବା: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ଜଣ ଆହତ ହୋଇ ଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର
  • ||
  • ଖୁଣ୍ଟା: କୂଅ ଭିତରୁ ମଲା ଛେଳି ଉଦ୍ଧାର କରିବାକୁ ଯାଇ ଶବ ପାଲଟି ଗଲେ ଯୁବକ, ଅଣନିଶ୍ୱାସୀ ହୋଇ ଜୀବନ ହାରିଲେ…
  • ||
  • ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଏକାଧିକ ଗାଡି ଭାଙ୍ଗିଲେ
  • ||
  • କଟକ: ଆଜିଠୁ ଖୋଲିବ ଅଟୋମୋବାଇଲ୍‌ ସୋ-ରୁମ୍‌, ଆରମ୍ଭ ହେବ ନୂଆ ଗାଡ଼ି ପଞ୍ଜୀକରଣ
  • ||
  • ନୀଳଗିରି: ଗାଁ ଭିତରକୁ ପଶିଲା ଭାଲୁ, ନାକେଦମ ହେଲା ବନ ବିଭାଗ
  • ||
  • ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଆଇସିୟୁରେ ଚାଲିଛି ଚିକିତ୍ସା
  • ||
  • କାମାକ୍ଷାନଗର: ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୩ ଗୁରୁତର
  • ||
  • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା , ୩ ଗିରଫ
  • ||
  • ଓଡ଼ିଶାରେ ହ୍ରାସ ପାଉଛି କରୋନା ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ, ୩୯ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ସମ୍ଭାବନା; ୧୮ ଓ ୧୯ରେ ବର୍ଷା ବଢ଼ିବ, ୨୦ରୁ ପାଗ ବଦଳିବ
  • ||
  • ଭୁବନେଶ୍ୱର: ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା କାଙ୍କଡ ବୋଝେଇ ଟ୍ରକ , ଘରକୁ ବୋହି ନେଲେ ଲୋକେ
  • ||
  • ବ୍ରହ୍ମପୁର: ଏମ୍‌କେସିଜିରେ ଅଦ୍ଭୁତ ଶିଶୁ ଜନ୍ମ, କପାଳରେ ରହିଛି ୨ଟି ଆଖି ଓ ନାକ
  • ||
  • ଭୁବନେଶ୍ୱର: ଆଜିଠୁ ଆଂଶିକ ଲକଡାଉନ୍: ୧୭ ଜିଲ୍ଲାରେ ଅପରାହ୍ଣ ୫ ଯାଏ ଦୋକାନ ଖୋଲା, ୧୩ ଜିଲ୍ଲାରେ ଦିନ ଗୋଟାଏ ଯାଏ କଟକଣା କୋହଳ
  • ||
  • ଓଡ଼ିଶାରେ ନୂଆ ଡିଜିପି ତଲାସ ଆରମ୍ଭ, ଦୌଡ଼ରେ ୧୪ ବରିଷ୍ଠ ଆଇପିଏସ୍‌ ଅଫିସ
  • ||

ଆଜିଠୁ ଲାଗୁ ହେଲା ନୂଆ ନିୟମ, ଏଣିକି ଗାଡି ଷ୍ଟାର୍ଟ କରିବା ପୂର୍ବରୁ ମନେ ରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

ଭୁବନେଶ୍ୱର ୧/୯:  କେନ୍ଦ୍ର ସରକାର ସଂଶୋଧିତ ମୋଟର ଭେଇକିଲ୍ ଆକ୍ଟ ୨୦୧୯ର ୬୩ ଉପବନ୍ଧ ଲାଗୁ କରିବା ନେଇ ନୋଟିଫିକେସନ୍ ଜାରି ହୋଇଯାଇଛି । ଏହି ନିୟମ ଅନୁସାରେ ଏଣିକି ଯାତାୟତ ସମୟରେ ନିୟମ ଉଲ୍ଲଙ୍ଘନ କଲେ ଜୋରିମାନା ଦେବାକୁ ପଡିବ । ଏହି ନୂଆ ଉପବନ୍ଧ ଆଜିଠାରୁ ଲାଗୁ ହୋଇଯାଇଛି । ଏହି ନିୟମାନୁସାରେ ବିନା ଲାଇସେନ୍ସରେ ଗାଡି ଚଳାଇଲେ ୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ କହିଛି  ଯେ ସଂଶୋଧିତ ମୋଟର ଭେଇକିଲ୍ ଆକ୍ଟ ୨୦୧୯ ର ଅନ୍ଯ ଉପବନ୍ଧକୁ ଲାଗୁ କରିବା ପାଇଁ ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଛି । ଯେମିତି ଡ୍ରାଫ୍ଟ ପ୍ରସ୍ତୁତ ହେବ ଅନ୍ଯ ଉପବନ୍ଧକୁ ଲାଗୁ କରିବା ପାଇଁ ନୋଟିଫିକେସନ୍ ଜାରି କରିଦିଆଯିବ ।

କଣ ପଡିବ ପ୍ରଭାବ ?
ଏହି ନୂଆ ନିୟମ ଲାଗୁ ହେବା ପରେ ରାଜଧାନୀ ଭୁବନେଶ୍ୱରରେ କିଛି ପରିମାଣରେ ପ୍ରଭାବ ପଡିଛି । ପୂର୍ବରୁ ଅନେକ ବାଇକ୍ ଚାଳକ ବିନା ହେଲମେଟରେ ଯାତ୍ରା କରୁଥିଲେ କିନ୍ତୁ ରବିବାର ୯୦ ପ୍ରତିଶତ ବାଇକ୍ ଚାଳକ ହେଲମେଟ୍ ପିନ୍ଧି ଯାତ୍ରା କରୁଥିବା ଦେଖିବାକୁ ମିଳିଥିଲା । ଅନେକ ବଡ ଗାଡି ଯଥା କାର୍ ମଧ୍ୟ ନିମାନୁସାରେ ଯାତ୍ରା କରୁଥିବା ନଜର ଆସିଛି । ତେବେ ଆଜି ପ୍ରଥମ ଦିନରେ ମଧ୍ଯ ଅନେକ ଚାଳକ ନିୟମ ଉଲ୍ଲଙ୍ଘନ କରିଥିବା ନଜର ଆସିଛି ଏବଂ ସେମାନଙ୍କୁ ଫାଇନ୍ ପାଇଁ ଯାନ ରେଜିଷ୍ଟର ହୋଇଥିବା ନମ୍ବରକୁ ମେସେଜ୍ ପଠାଯାଇଛି । କିଛି ଚାଳକ ଘଟଣାସ୍ଥଳରେ ଜୋରିମାନା ମଧ୍ଯ ଦେଇଛନ୍ତି । ଛାତ୍ରଛାତ୍ରୀଙ୍କ ଉପରେ ମଧ୍ୟ କଡା ନଜର ରଖାଯାଇଛି । ୧୮ ବର୍ଷ ତଳକୁ ଡ୍ରାଇଭିଂ କରୁଥିବା ଚାଳକଙ୍କ ଉପରେ ନଜର ରଖାଯାଉଛି । କିଛି ଚାଳକଙ୍କ ମତରେ ଫାଇନର ଆମାଉଣ୍ଟ ବଢିବା ଫଳରେ ସେମାନେ ଅସୁବିଧା ଭୋଗିଥିବା କହିଛନ୍ତି ଏବଂ ଅନ୍ଯପଟେ ଏହି ନିୟମ ଫଳରେ ସମସ୍ତେ ସୁଧୁରିଯିବେ ବୋଲି ମତ ଦେଉଛନ୍ତି ରାଜଧାନୀ ବାସିନ୍ଦା । ତେବେ ଆଶା କରାଯାଉଛି ଏହି ନିୟମ ଫଳରେ ସମସ୍ତେ ନିମୟ ମାନିବାକୁ ବାଧ୍ୟହେବେ ଏବଂ ସୁରକ୍ଷିତ ଡ୍ରାଇଭିଂ କରିବେ ।

ସଂଶୋଧିତ ବିଲ୍ ସହିତ ଜଡିତ କିଛି ଖାସ୍ କଥା
ନୂଆ ନିୟମାନୁସାରେ ଯଦି କୌଣସି ବ୍ୟକ୍ତି ପଞ୍ଜୀକୃତ ହୋଇନଥିବା ଗାଡି ଚଳାଉଛି ତେବେ ତା ଉପରେ ୫ ହଜାର ଟଙ୍କା ଜୋରିମାନା ଲାଗିବ । ପୂର୍ବରୁ ଏହି ଜୋରିମାନା ରାଶି ୧ ହଜାର ଟଙ୍କା ଥିଲା । ବିନା ଲାଇସେନ୍ସରେ ଗାଡି ଚଳାଇଲେ ୫୦୦ ବଦଳରେ ୫ ହଜାର ଟଙ୍କାର ଜୋରିମାନା ଦେବାକୁ ପଡିବ ।

ମଦ୍ୟପାନ ପିଇ ଗାଡି ଚଳାଇବା ସମୟରେ ଧରା ପଡିଲେ ୬ ମାସ ଜେଲ୍ କିମ୍ବା ୧୦ ହଜାର ଟଙ୍କା ଜୋରିମାନା ଏବଂ ଦ୍ୱିତୀୟ ଥର ଧରା ପଡିଲେ ୨ ବର୍ଷ ଜେଲ୍ ଦଣ୍ଡ ଏବଂ ୧୫ ହଜାର ଟଙ୍କା ଜୋରିମାନା ଦେବା ବାଧ୍ଯତାମୂଳକ କରାଯାଇଛି । ତେବେ ଚାଲନ୍ତୁ ଆଉଥରେ ଆପଣଙ୍କୁ ମନେ ପକାଇ ଦେଉଛୁ ନିୟମ ଭାଙ୍ଗିଲେ ଆପଣଙ୍କ ପକେଟରୁ କେତେ ଟଙ୍କା ଦେବାକୁ ପଡିବ ଏବଂ ଏହା ସହ ଆଉ କଣ ଦଣ୍ଡ ରହିଛି….

ଜାଣନ୍ତୁ କେତେ ଲାଗିବ ଜୋରିମାନା
୧. ତୀବ୍ର ଗତିରେ ଗାଡି ଚଳାଇବା ଫଳରେ ୫ ହଜାର ଟଙ୍କା ଜୋରିମାନା, ୩ ମାସ ଜେଲ୍  ଏବଂ ଦ୍ୱିତୀୟ ଥର ଧରା ପଡିଲେ ୧୦ ହଜାର ଟଙ୍କା ଜୋରିମାନା ଓ ୧ ବର୍ଷ ପର୍ୟ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ ।

୨. ଓଭରଲୋଡିଂରେ ୧୦ ହଜାର ଟଙ୍କା ଜୋରିମାନା କିମ୍ବା ୬ ମାସ ଜେଲ୍ ଦଣ୍ଡ ଏବଂ ଦ୍ୱିତୀୟ ଥର ଧରାପଡିଲେ ୧୫ ହଜାର ଟଙ୍କା ଜୋରିମାନା ଓ ୨ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିପାରେ ।

୩. ମଦ୍ଯପାନ କରି ଗାଡି ଚଳାଇଲେ ୧୦ ହଜାର ଟଙ୍କା ଜୋରିମାନା ୬ ମାସ ଜେଲ୍, ଏବଂ ଦ୍ୱିତୀୟ ଥର ଧରା ପଡିଲେ ୧୫ ହଜାର ଟଙ୍କା ଜୋରିମାନା ଏବଂ ୨ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ ।

୪. ଟ୍ରାଫିକ୍ ନିୟମ ଭାଙ୍ଗିଲେ କିମ୍ବା ଫୋନରେ କଥା ହୋଇ ଗାଡି ଚଳାଇଲେ ୫ ହଜାର ଟଙ୍କାର ଜୋରିମାନା ଦେବା ସହିତ ୬ରୁ ୧୨ ମାସ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । ଯଦି ଦ୍ୱିତୀୟ ଥର ଧରା ପଡନ୍ତି ତେବେ ୧୦ ହଜାର ଟଙ୍କା ଜୋରିମାନା ସହିତ ୨ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ ।

ତେଣୁ ଗାଡି ଚଳାଇବା ସମୟରେ ଏହି ନିୟମକୁ ଭାଙ୍ଗିବା ପାଇଁ ଭୁଲରେ ମଧ୍ୟ ଚେଷ୍ଟା କରନ୍ତୁ ନାହିଁ ।

ସମ୍ବନ୍ଧିତ ଖବର