ଡ୍ରାଇଭିଂ ଲାଇସେନ୍ସ ଓ RC ରଖିବା ଚିନ୍ତା ସରିଲା ! ୧ ଅକ୍ଟୋବରରୁ ବଦଳୁଛି ନିୟମ-

ନୂଆଦିଲ୍ଲୀ – ଗାଡ଼ି  ଚଲାଇବା  ସମୟରେ  ଆଉ  କିଛି  ଅସୁବିଧା  ନାହିଁ । ସାଥିରେ ଡ୍ରାଇଭିଂ  ଲାଇସେନ୍ସ   ଓ  RC ଭଳି  ଡକ୍ୟୁମେଣ୍ଟର  ହାର୍ଡ  କପି  ରଖିବାର  ଚିନ୍ତା  ଏବେ  ସରିବାକୁ  ଯାଉଛି ।  ଏବେ ଆପଣଗାଡ଼ିର  ଭ୍ୟାଲିଡ୍‌  ସଫ୍ଟ  କପି  ନେଇ ଗାଡ଼ି ଚଳାଇ ପାରିବେ ।  ଯାଞ୍ଚ ସମୟରେ ଏହା ସଂପୂର୍ଣ୍ଣ ଭାବେ ଗ୍ରହଣ  ହେବ ।  ଅର୍ଥାତ୍‌  ହାର୍ଡ କପି ଦେଖାଇବା  ଆବଶ୍ୟକ  ପଡ଼ିବ ନାହିଁ ।   ଏହାସହ  ଡ୍ରାଇଭିଂ  ସମୟରେ  ରୁଟ୍‌  ଦେଖିବା ପାଇଁ  ଏବେ ମୋବାଇଲ୍‌ର  ବ୍ୟବହାର  କରିପାରିବେ।

ବାସ୍ତବରେ  କଥା  ଏୟା ଯେ, ସଡ଼କ  ପରିବହନ  ଓ  ରାଜମାର୍ଗ  ମନ୍ତ୍ରାଳୟ  ମୋଟର ବାହନ ନିୟମ ୧୯୮୯ରେ  କରାଯାଇଥିବା  ଏମିତି  ବିଭିନ୍ନ ସଂଶୋଧନର  ଅଧିସୂଚନା ଜାରି  କରାଯାଇଛି ,ଯାହା  ୧ ଅକ୍ଟୋବରରୁ  ଲାଗୁ  ହୋଇଯିବ ।

ସରକାର କହିଛନ୍ତି, ୧ ଅକ୍ଟୋବର ୨୦୨୦ରୁ  ଡ୍ରାଇଭିଂ ଲାଇସେନ୍ସ ଓ  ଇ-ଚାଲାଣ ସହ ଗାଡ଼ି ସହ ଜଡ଼ିତ  ସମସ୍ତ ଡକ୍ୟୁମେଣ୍ଟ କୁ  ଏକ ଆଇଟି ପୋର୍ଟଲ ମାଧ୍ୟମରେ  ରଖାଯିବ। ଯାଞ୍ଚ  ସମୟରେ  ଇଲେକ୍ଟ୍ରନିକ୍  ମାଧ୍ୟମରେ ବୈଧ  ଜଣାପଡ଼ିବା ଗାଡ଼ି ଡକ୍ୟୁମେଣ୍ଟର ପରିବର୍ତ୍ତେ ଫିଜିକଲ୍  ଡକ୍ୟୁମେଣ୍ଟ ( ହାର୍ଡ କପି ) ମଗା  ଯିବ ନାହିଁ ।  ଏହା ସହ କୁହାଯାଇଛି କି, ଲାଇସେନ୍ସିଂ  ଅଥୋରିଟି  ଦ୍ୱାରା   ଅଯୋଗ୍ୟ ବା ନାକଚ  କରାଯାଇଥିବା  ଡ୍ରାଇଭିଂ ଲାଇସେନ୍ସର  ଡିଟେଲସ  ପୋର୍ଟଲରେ  ରେକର୍ଡ  କରାଯିବ  ଏବଂ   ଏହାକୁ  ଅପଡେଟ୍‌ ମଧ୍ୟ କରାଯିବ ।

   ସମ୍ବନ୍ଧିତ ଖବର


କ୍ୟାନସର ମୁକ୍ତ ହେଲେ ସଞ୍ଜୟ ଦତ୍ତ ! ଫୁସଫୁସ୍‌ ରୋଗକୁ ଦେଲେ ମାତ୍‌

ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନରେ ମା’ କୁଷ୍ମାଣ୍ଡା ଉପାସନା କଲେ ଆୟୁ, ଯଶ, ବଳ, ସ୍ୱାସ୍ଥ୍ୟରେ ହୁଏ ବୃଦ୍ଧି

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା

ଭାରତର ଜନସଂଖ୍ୟାର ଅଧା କରୋନା ସଂକ୍ରମିତ ହୋଇପାରନ୍ତି ! ଜାଣନ୍ତୁ କେବେ ସୁଦ୍ଧା?