PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡ଼ିୟମ୍‌ରେ ଖେଳା ଯିବ ଆଇପିଏଲ ୨୦୨୨ ଫାଇନାଲ
  • ||
  • ଆନନ୍ଦପୁର : ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ୧୫ ଭରି ସୁନାଅଳଙ୍କାର ସହ ନଗଦ ୫୨ ହଜାର ଟଙ୍କା ଲୁଟ୍
  • ||
  • ସୋର : ଗୋରୁ ବୋଝେଇ କଣ୍ଟେନର ଜବତ, ୪୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର, ୧୧ ଗିରଫ
  • ||
  • ସମାନ ନାଗରିକ ସଂହିତା ଲାଗୁ କରିବା ପ୍ରସ୍ତୁତିରେ ମୋଦି ସରକାର , ପ୍ରଥମେ ଉତ୍ତରାଖଣ୍ଡରେ ଏହି ଆଇନ୍‌ ଲାଗୁ କରାଯିବାର ଅଭ୍ୟାସ ଆରମ୍ଭ କରାଯାଇଛି
  • ||
  • ଗୁଜରାଟରେ ବଡ଼ ବିଜୟର ପ୍ରସ୍ତୁତିରେ ବିଜେପି , କଂଗ୍ରେସ ଦୁର୍ବଳତାର ବି ମିଳିବ ଫାଇଦା
  • ||

ଓମିକ୍ରନର ଆଶ୍ଚର୍ଯ୍ୟକର ଲକ୍ଷଣ – ଶରୀରର ଏହି ଅଙ୍ଗକୁ କରିପାରେ ଅକାମୀ

ନୂଆଦିଲ୍ଲୀ- କରୋନା ଭାଇରସର ଓମିକ୍ରନ ଭାରିଆଣ୍ଟ ଭାରତରେ ଖୁବ୍ ଜୋରରେ ବ୍ୟାପି ଚାଲିଛି । ଭାଇରସ୍‌ର ଡେଲଟା ଭାରିଆଣ୍ଟ ପରେ ଏବେ ଓମିକ୍ରନ ଏକ ପ୍ରମୁଖ  ଭାରିଆଣ୍ଟ ହେବାକୁ ଯାଉଛି । ଯେଉଁଥି ପାଇଁ ଲୋକେ ସଂକ୍ରମିତ ହେଉଛନ୍ତି। ଏହି ଭାରିଆଣ୍ଟ ନ୍ୟୁନତମ ସଂପର୍କ ସହ ଦ୍ରୁତ ଗତିରେ ବ୍ୟାପୁଛି । ହେଲେ ଏଯାଏ ଓମିକ୍ରନ ଯୋଗୁଁ  ସଂକ୍ରମଣର ଅଧିକ ଗୁରୁତର ମାମଲା ସାମନାକୁ ଆସିନାହିଁ। ଏହି ଭାରିଆଣ୍ଟ ଲୋକଙ୍କୁ ଦୁର୍ବଳ କରି ଦେଉଛି ଏବଂ ଏହା ଠାରୁ ଆହୁରି ଭୟଙ୍କର କଥା ଏହା କି ଓମିକ୍ରନ ସଂକ୍ରମଣର ଲକ୍ଷଣ କୋଭିଡ-୧୯ର କୁହାଯାଇ ଥିବା ଲକ୍ଷଣ ଗୁଡ଼ିକ ଠାରୁ ଭିନ୍ନ । କରୋନା ମାମଲାରେ ସ୍ୱାଦ ଓ ବାସ୍ନା ହ୍ରାସ ପାଇବା , ଜ୍ୱର ଓ ଫ୍ଲୁ ସାମିଲ ରହିଛି । ହେଲେ ଓମିକ୍ରନରେ ଆଉ ଏକ ଲକ୍ଷଣ ଯୋଡ଼ି ହୋଇଛି ।

କିଛି ଲକ୍ଷଣ କାନରେ ବି ଦେଖା ଦେଇପାରେ –

ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞଙ୍କ ଏକ ଦଳ ଏହି ସଂକ୍ରମଣର ନୂଆ ଲକ୍ଷଣକୁ ଖୋଜି ବାହାର କରିଛନ୍ତି । ଓମିକ୍ରନ ଭାରିଆଣ୍ଟ ଆଖିରୁ ନେଇ ହାର୍ଟ ଓ ମସ୍ତିଷ୍କ ଯାଏ ଶରୀରର ଅନେକ ଅଂଶକୁ ପ୍ରଭାବ ପକାଉଛି । ହେଲେ ବିଶେଷଜ୍ଞଙ୍କ ମତରେ କିଛି ଲକ୍ଷଣ କାନରେ ବି ଦେଖାଦେଇପାରେ ।

ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏହା ବୁଝିବା ପାଇଁ କୋଭିଡ ପଜିଟିଭ୍‌ ରୋଗୀଙ୍କ ଇଣ୍ଟରନାଲ ଇୟର ମଡେଲର ପରୀକ୍ଷଣ କରିଥିଲେ କି ଭାଇରସ ସିଷ୍ଟମକୁ କେମିତି ପ୍ରଭାବ ପକାଉଛି । ସେ ଏହି ପରୀକ୍ଷଣରୁ ଜାଣିଲେ କି ରୋଗୀର କାନରେ ଯନ୍ତ୍ରଣା ଓ ଭିତରେ ଫଟଫଟ  ଶବ୍ଦ ହେବାର ବି କିଛି କହିଛନ୍ତି । ଏହା ଏମିତି ଏକ ଲକ୍ଷଣ ଯାହା ଏବେସୁଦ୍ଧା ଭାଇରସ ସହ ଯୋଡ଼ି ହୋଇନାହିଁ । ଯଦି ଆପଣଙ୍କ କାନରେ ଯନ୍ତ୍ରଣା , କାନରେ ସିଟି ଓ ଫଡଫଡ ଭଳି ଶବ୍ଦ ହୁଏ ତ ଏହା କରୋନା ଭାଇରସର ସଙ୍କେତ ହୋଇପାରେ , ଆଉ ଏହା ବି ଚିନ୍ତାର ବିଷୟ ଯେ, ଏହା ସଂପୂର୍ଣ୍ଣ ଟିକା ନେଇସାରିଥିବା ରୋଗୀଙ୍କ ଠାରେ ସବୁଠୁ ଅଧିକ ନଜର ଆସୁଛି ।

ଏହା ବ୍ୟତୀତ ଓମିକ୍ରନ ଭାରିଆଣ୍ଟର ଅନ୍ୟ ଲକ୍ଷଣ ଗୁଡ଼ିକ ହେଲା –

ଥଣ୍ଡା ଲାଗିବା , ନାକ ବନ୍ଦ ହୋଇଯିବା ,ଗଳା କୁଣ୍ଡାଇ ହେବା, ଶରୀରରେ ଯନ୍ତ୍ରଣା, ଦୁର୍ବଳତା , ବାନ୍ତି ହେବା , ରାତିରେ ଝାଳ ବାହାରିବା , ହାଲକା ଜ୍ୱର , କାଶ ହେବା , କ୍ଲାନ୍ତ ଲାଗିବା , ମୁଣ୍ଡ ବ୍ୟଥା ।

ଡା. କନଷ୍ଟେଣ୍ଟିନା ଷ୍ଟେନକୋଭିକ ଦୃଢ଼ତାର ସହ କହିଛନ୍ତି ଶବ୍ଦ ଓ ଶ୍ରବଣ ସମ୍ୱନ୍ଧିତ ସମସ୍ୟାର ସମ୍ମୁଖୀନ କରୁଥିବା ରୋଗୀଙ୍କର ଶୀଘ୍ର ପରୀକ୍ଷଣ କରିବା ଉଚିତ। ଯଦି ଏହା ଉପରେ ଧ୍ୟାନ ଦିଆ ନଯାଇ ଅଧିକ ଦିନ ରଖାଯାଏ ତ ସଂକ୍ରମଣରେ ଶ୍ରବଣ ଶକ୍ତି ମଧ୍ୟ ପ୍ରଭାବିତ ହୋଇପାରେ ।