PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୋକିଓ ଅଲମ୍ପିକ୍ସ : ଭାରତକୁ ଆଉ ଏକ ପଦକ, ପୁରୁଷ ୫୭ କେଜି ଫ୍ରିଷ୍ଟାଇଲ କୁସ୍ତିରେ ରବିଙ୍କୁ ରୌପ୍ୟ
  • ||
  • କଟକ : ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଦ୍ଵାରା ୬୪୧ କୋଟି ଟଙ୍କାର ଜାଲ ବିଲ୍ ରାକେଟ ମାମଲାରେ ତୃତୀୟ ମାଷ୍ଟର ମାଇଣ୍ଡ୍ ଗିରଫ
  • ||
  • ସମ୍ବଲପୁର : ସମ୍ବଲପୁର ସଦର ଥାନା ଅଞ୍ଚଳରେ ଯୁବକଙ୍କୁ ହତ୍ୟା ପରେ ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ
  • ||
  • ଅଲିମ୍ପିକ୍ସ ହକି : ଭାରତ ଜର୍ମାନୀକୁ ୫-୪ ଗୋଲରେ ହରାଇ ଜିତିଲା ବ୍ରୋଞ୍ଚ ପଦକ
  • ||
  • ଟୋକିଓ : ଭାରତୀୟ ହକି ଟିମ୍‌ର ଐତିହାସିକ ବିଜୟ ନେଇ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, କହିଲେ-ଆଗାମୀ ପିଢିର ଖେଳାଳିଙ୍କ ପାଇଁ ହେବ ପ୍ରେରଣାର ଉତ୍ସ ’
  • ||
  • ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଚାରିଛକଠାରେ ୧୬ ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଲମତାପୁଟ : ଲମତାପୁଟ ବ୍ଲକ ବଡ଼ପଡା ଘାଟି ନିକଟ ଜଙ୍ଗଲରୁ ବିପୁଳ ପରିମାଣର ଗଞ୍ଜେଇ ଜବତ
  • ||
  • କୋଣାର୍କ : ଗ୍ୟାସ୍ ସିଲିଣ୍ଡର ଫାଟି ୪ ଛେଳି ଜୀବନ୍ତ ଦଗ୍ଧ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
  • ||
  • ମାଲକାନଗିରି : ନକ୍ସଲଙ୍କ ବର୍ବର କାଣ୍ଡ, ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରି ଉଡ଼ାଇଦେଲେ ବୋଲେରୋ, ୨ ମୃତ
  • ||

ମ୍ୟୁଚୁଆଲ୍ ଫଣ୍ଡରେ ପଇସା ଲଗାଉଥିବା ଲୋକଙ୍କ ପାଇଁ ବଡ ଖବର, ଏବେ କମିପାରେ ଆପଣଙ୍କ ଫାଇଦା…

https://www.bhaskar.com/

ନୂଆଦିଲ୍ଲୀ ୧୬/୮: ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡରେ ପଇସା ଲଗାଉଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ଦେଶର ୧୫ ସବୁଠାରୁ ବଡ ଆସେଟ୍ ମ୍ୟାନେଜମେଣ୍ଟ କମ୍ପାନୀମାନେ(AMCs) ନିଜ ଟୋଟାଲ ଏକ୍ସପେନ୍ସ ରେସ୍ୟେ(TER)ରେ ବୃଦ୍ଧି କରିଛନ୍ତି । TERରେ ବୃଦ୍ଧି ଯୋଗୁଁ ଅଧିକାଂଶ ବଡ ମ୍ୟୁଚୁଆଲ୍ ଫଣ୍ଡ ହାଉସେଜର ଇକ୍ୱିଟ୍ ସ୍କିମ୍ସର ଡାରେକ୍ଟ ପ୍ଲାନ୍ ମହଙ୍ଗା ହୋଇଯିବ । ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ, ଆଇସିଆଇସିଆଇ ପ୍ରୁ ମ୍ୟୁଚୁଆଲ୍ ଫଣ୍ଡ, ନିପ୍ପନ ଇଣ୍ଡିଆ ମ୍ୟୁଚୁଆଲ୍ ଫଣ୍ଡ, ଆକ୍ସିସ୍ ମ୍ୟୁଚୁଆଲ ଫଣ୍ଡ, ଫ୍ରାଙ୍କଲିନ୍ ଟେମ୍ପଲଟନ ମ୍ୟୁଚୁଆଲ୍ ଫଣ୍ଡ, ଡିଏସପି ମ୍ୟୁଚୁଆଲ୍ ଫଣ୍ଡ ଓ ମିରାଏ ଆସେଟ୍ ମ୍ୟୁଚୁଆଲ୍ ଫଣ୍ଡ ସହିତ ଟପ୍ AMCs ଅଗଷ୍ଟ ଓ ଜୁଲାଇର ଅନ୍ତରେ ନିଜ ଇକ୍ୱିଟି ସ୍କିମ୍ସର ବେସ୍ TERକୁ ବଢାଇବା ଘୋଷଣା କରିଛି ।

ମହଙ୍ଗା ହୋଇଯିବ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ
ସଂଶୋଧିତ ଏକ୍ସପେନ୍ସ ରେସିଓର ଲାଗୁ ହେବା ପରେ ଏହି ଯୋଜନାଗୁଡିକ ନିବେଶକଙ୍କ ପାଇଁ ମହଙ୍ଗା ହୋଇଯିବ । ହାଇ ଟିଇଆରରେ ନେଟ୍ ଆସେଟ୍ ଭାଲ୍ୟୁ(NAV) କମ୍ ହୋଇଯିବ । ମ୍ୟୁଚୁଆଲ୍ ଫଣ୍ଡ ସ୍କିମର ଏନଏଭିର ଗଣନା ସମୁଦାୟ ଖର୍ଚ୍ଚରେ କାଟ୍ ପରେ କରାଯାଏ ।

ଏକ୍ସପେନ୍ସ ରେସିଓ ଓ ମୁନାଫାରେ ପ୍ରଭାବ
ମ୍ୟୁଚୁଆଲ୍ ଫଣ୍ଡର ରିଟର୍ଣ୍ଣରେ ଏକ୍ସପେନ୍ସ ରେସିଓର କଣ ପ୍ରଭାବ ପଡିବ । ଏକ୍ସପେନ୍ସ ରେସିଓ ବାସ୍ତବରେ ଏହା କୁହେ ଯେ ଆପଣଙ୍କ ନିବେଶ ପୋର୍ଟୋପୋଲିଓ ପାଇଁ ମ୍ୟୁଚୁଆଲ୍ ଫଣ୍ଡ ପ୍ରବନ୍ଧନ ଆପଣଙ୍କଠୁ କେତେ ଫିସ୍ ଆଦାୟ କରୁଛି । ମ୍ୟୁଚୁଆଲ୍ ଫଣ୍ଡ ହାଉସର ଅନେକ ଖର୍ଚ୍ଚ ଏକ୍ସପେନ୍ସ ରେସିଓରେ ସାମିଲ କରାଯାଏ । ଫଣ୍ଡ ହାଉସ ପାଖରେ ଟ୍ରେଣ୍ଡ ଲୋକଙ୍କ ଏକ ଟିମ୍ ଥାଏ । ଏହି ଟିମ୍ ମାର୍କେଟ କମ୍ପାନୀମାନଙ୍କରେ ନଜର ରଖିଥାଏ । ଏହି ଟିମ୍ କୌଣସି ସେୟାର କିଣିବାରେ ସାହାଯ୍ୟ କରିଥାଏ । ଏହା ସହିତ ଫଣ୍ଡ୍ ଚଳାଉଥିବା କମ୍ପାନୀ ଟ୍ରାନ୍ସଫର ଓ ରେଜିଷ୍ଟାର ସହିତ ସମ୍ବନ୍ଧିତ ଖର୍ଚ୍ଚ, କଷ୍ଟୋଡିୟନ୍, ଆଇନ୍ ଏବଂ ଅଡିଟର ଖର୍ଚ୍ଚ, ସ୍କିମର ମାର୍କେଟିଂ ଓ ବିତରଣ ଖର୍ଚ୍ଚ ଉଠାଇଥାଏ ।

ଏସବିଆଇ ମ୍ୟୁଚୁଆଲ୍ ଫଣ୍ଡ୍ ନିଜ ଶେଷ ସର୍କୁଲାରରେ TER ଅଫ୍ ସ୍କିମ୍ସରେ ପରିବର୍ତ୍ତନ ଘୋଷଣା କରିଛି । SBI ମ୍ୟୁଚୁଆଲ୍ ଫଣ୍ଡ ଏସବିଆଇ ବ୍ଲୁଚିପ୍ ଫଣ୍ଡର ବେସ୍ ଟିଇଆରରେ ୦.୮୪ ରୁ ୦.୮୮ ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରିଛି । ଏସବିଆଇ ସ୍ମଲ କ୍ୟାପର ବେସ୍ ଟିଇଆରରେ ୧୦ ବିପିଏସର ୦.୮୨ ବୃଦ୍ଧି ଦେଖାଯାଇଛି । ସଂଶୋଧିତ ଏକ୍ସପେନ୍ସ ରେସିଓ ୩୦ ଜୁଲାଇରୁ ଲାଗୁ ହୋଇଛି ।