ଗଞ୍ଜାମରୁ ନୂଆ ପ୍ରଜାତିର ଝିଟିପିଟି ଚିହ୍ନଟ

ଗୋପାଳପୁର, ୧୮/୦୯: ଗଞ୍ଜାମ ଜିଲ୍ଲା ହୁମ୍ମା ନିକଟ ଝାଡେଶ୍ୱର ଶିବ ମନ୍ଦିର ପାଖ ଆମ୍ୱ ତୋଟାରୁ ନୂଆ ପ୍ରଜାତିର ଝିଟିପିଟି ଚିହ୍ନଟ । ଜଗଦଳପୁର ଜେଡ୍‌ଏସ୍‌ଆଇ (ଭାରତୀୟ ପ୍ରାଣୀ ସର୍ବେକ୍ଷଣ ସଂସ୍ଥା) ବୈଜ୍ଞାନିକ ପ୍ରତ୍ୟୁଷ ମହାପାତ୍ର ଏହାର ବର୍ଗୀକରଣ କରିଛନ୍ତି ।

୨୦୧୪ ମସିହାରେ ପ୍ରଥମେ ଏହି ପ୍ରଜାତିର ଝିଟିପିଟି ଠାବ କରାଯାଇ ଥିଲା । ଏମାନଙ୍କ ଉପରେ ବ୍ୟାପକ ଗବେଷଣା ପରେ ନାମକରଣ କରାଯାଇଛି । ଓଡିଆରେ ଏହା ନାମ ହେଉଛି ‘ଗଞ୍ଜାମର ପତଳା ଝିଟିପିଟି’ (ବୈଜ୍ଞାନିକ ନାମକରଣ ହେଉଛି ହେମିଫାଇଲୋଡାକ୍ଟିଲସ୍‌ ବା ଗଞ୍ଜାମ ସ୍ପେ୍ଲଣ୍ଡର୍‌ ଜେକୋ) । ଏହି ପ୍ରଜାତିର ଝିଟିପିଟି ପୃଥିବୀର ଅନ୍ୟତ୍ର ଦେଖାଯାଇନଥିବା ବେଳେ ଗଞ୍ଜାମ ଜିଲ୍ଲାର ହୁମ୍ମା ନିକଟ ଜଙ୍ଗଲ, ବୁଦା, ଆମ୍ବତୋଟାରେ ଦେଖାଯାନ୍ତି । ଏମାନେ ବିଷାକ୍ତ ନୁହନ୍ତି । ଯଦିଓ ଦେଖିବାକୁ ଅନ୍ୟ ଝିଟିପିଟି ଭଳି, ତେବେ ଲମ୍ୱ ୩ରୁ ସାଢେ ତିନି ସେଣ୍ଟିମିଟର୍‌ । ଏମାନେ ବିଭିନ୍ନ ରଙ୍ଗ ବଦଳାଇ ପାରନ୍ତି । ପିମ୍ପୁଡ଼ି, ଉଇ, ଛୋଟ ପୋକ ଏମାନଙ୍କ ଆହାର । ଜୁନ୍‌ ମାସ ଠାରୁ ଅକ୍ଟୋବର ମଧ୍ୟରେ ଏମାନେ ୨ଟି ଅଣ୍ଡା ଦେଇଥାନ୍ତି । ଦିନସାରା ଗଛରେ ରହୁଥିବା ବେଳେ ରାତିରେ ତଳକୁ ଆସି ଖାଦ୍ୟ ଖୋଜିଥାନ୍ତି । ଉକ୍ତ ସ୍ଥାନରେ ପ୍ରାୟ ୧୦୦ ଏଭଳି କିସମର ଝିଟିପିଟି ରହୁଥିବା କହିଛନ୍ତି ବୈଜ୍ଞାନିକ ପ୍ରତ୍ୟୁଷ । ବନ ବିଭାଗ ସହ ଯୋଗାଯାଗ କରି ସେହି ସ୍ଥାନକୁ ସଂରକ୍ଷଣ କରିବା ସହ ବିକଶିତ କରିବା ପାଇଁ ପଦକ୍ଷେପ ନିଆଯାଉଥିବା କହିଛନ୍ତି ସେ । ଗୁରୁବାର ଜୁ ଟାସ୍କା ଜୋନାଲ୍‌ରେ ଏହି ପ୍ରଜାତିର ଝିଟିପିଟିଙ୍କ ସମ୍ପର୍କରେ ଆଲେଖ୍ୟ ପ୍ରକାଶିତ ହୋଇଛି । ଏହି ଝିଟିପିଟି ଉପରେ ଟାଟା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫଣ୍ଡାମେଣ୍ଟାଲ୍‌ ରିସର୍ଚ୍ଚ (ବାଙ୍ଗାଲୁରୁ)ର ଅକ୍ଷୟ ଖଣ୍ଡେକର, ନର୍ଥ ଓଡ଼ିଶା ୟୁନିଭର୍ସିଟି (ବାରିପଦା)ର ଅବସରପ୍ରାପ୍ତ ପ୍ରାଧ୍ୟାପକ ସୁଶିଲ କୁମାର ଦତ୍ତ, କୁକା ମହାପାତ୍ର ଏବଂ ଇସାନ୍‌ ଅଗ୍ରୱାଲ ଗବେଷଣା କରିଥିଲେ ।

   ସମ୍ବନ୍ଧିତ ଖବର


ପୂଜାରେ ପାର୍ବଣର ମାହୋଲ ନଥିଲା, ହେଲେ ୩ ଦିନରେ ଦୁର୍ଘଟଣାରେ ଗଲା ୧୬ ଜୀବନ…

ଓରଟେଲ୍‌, ଓଟିଭିରେ ବିପୁଳ କଳାଧନ; ସିବିଆଇ, ଆୟକର, ଇଡି ସ୍କାନରରେ ବୈଜୟନ୍ତ-ଜାଗି…

ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଉତ୍କଳୀୟ କଳା ଶୈଳୀ ଅନୁସାରେ ହେବ ଶ୍ରୀମନ୍ଦିର ଦ୍ୱାର ନିର୍ମାଣ କାର୍ଯ୍ୟ- ରୂପା ଛାଉଣୀ କାର୍ଯ୍ୟ ଆଗାମୀ ୧୦ ଦିନ ଭିତରେ ଆରମ୍ଭ ହେବ

ନଭେମ୍ବର ଏକ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ

ଓଟିଭିର ଆଉ ଏକ ଜମି କେଳେଙ୍କାରୀ, ରାଜଧାନୀରେ ମାଡ଼ି ବସିଛି ୧୨ ହଜାର ବର୍ଗଫୁଟରୁ ଅଧିକ ଜାଗା