ବ୍ୟାଙ୍କ ଓ ଏଟିଏମକୁ ନେଇ ନୂଆ ନିୟମ ଜାରି, ଜାଣି ରଖନ୍ତୁ

ନୁଆଦିଲ୍ଲୀ ୧୫/୪: ଦେଶରେ କରୋନା ଭାଇରସ ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଅବଧି ବୃଦ୍ଧି କରି ୩ ମେ ପର୍ଯ୍ୟନ୍ତ କରିଦିଆଯାଇଛି । କିନ୍ତୁ ଏହା ମଧ୍ୟରେ ସରକାର ଅନେକ ସର୍ଭିସେଜକୁ ନେଇ ଆଶ୍ୱସ୍ତି ମୂଳକ ଘୋଷଣା କରିଛନ୍ତି । ଏହାକୁ ନେଇ ନୂଆ ଗାଇଡଲାଇନ୍ସ ମଧ୍ୟ ଜାରି ହୋଇଛି । ଯାହା ଫଳରେ ଲୋକଙ୍କୁ କୌଣସ ପ୍ରକାର ଅସୁବିଧା ହେବନି । ଯଦି ବ୍ୟାଙ୍କ ଓ ଏଟିଏମ୍ ସେବା କଥା କହିବା ତ ସେବା ଲଗାତର ମିଳିବ । ଆସନ୍ତୁ ଜାଣିବା ଆର୍ଥିକ ସେବାକୁ ନେଇ ସରକାର କେଉଁ ନୂଆ ଗାଇଡଲାଇନ୍ସ ଜାରି କରିଛନ୍ତି ।

୧. ବ୍ୟାଙ୍କର ସବୁ ବ୍ରାଞ୍ଚ ଓ ଏଟିଏମ୍ ଖୋଲା ରହିବ
ସମସ୍ତ ପ୍ରକାର ବ୍ୟାଙ୍କିଂ ସେବା ଜାରି ରହିବ । ବ୍ୟାଙ୍କିଂ କରେସପଣ୍ଡେଣ୍ଟ୍ ଓ ଏଟିଏମରେ କ୍ୟାଶ୍ ରଖୁଥିବା ମ୍ୟାନଜମେଣ୍ଟ ଏଜେନ୍ସି ପୂର୍ବ ଭଳି କାମ କରିବ ।

ବ୍ୟାଙ୍କର ବ୍ରାଞ୍ଚକୁ ଡିବିଟି (Direct Benefit Transfer) କ୍ୟାଶ୍ ଟ୍ରାନ୍ସଫର ପୂରା ହେବା ପର୍ଯ୍ୟନ୍ତ ସାମାନ୍ୟ କାମର ଘଣ୍ଟା ଅନୁସାରେ କାର୍ଯ୍ୟ କରିବାର ଅନୁମତି ଦିଆଯାଇଛି ।

ସ୍ଥାନୀୟ ପ୍ରଶାସନକୁ ବ୍ୟାଙ୍କର ଶାଖାରେ ପର୍ଯ୍ୟାପ୍ତ ସଂଖ୍ୟାରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବାକୁ ହେବ । ଯାହା ଫଳରେ ସାମାଜିକ ଦୂରତା ବଜାୟ ରଖିହେବ ।

୨. ସମସ୍ତ ଆର୍ଥିକ ବଜାର ଯେପରିକି NPCI, CCIL, ପେମେଣ୍ଟ ସିଷ୍ଟମ ଏବଂ ସ୍ୱତନ୍ତ୍ର ପ୍ରାଥମିକ ଡିଲର ସେବା ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଆରବିଆଇ ମାଧ୍ୟମରେ ଜାରି ହୋଇ ରହିବ । ଯଦି ସହଜ ଭାଷାରେ କୁହାଯାଏ ତେବେ ସମସ୍ତ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ସେବା ଏବଂ ଗୁଗୁଲ୍ କାର୍ଯ୍ୟ ଜାରି ରହିବ ।

୩.  ସେୟାର ମାର୍କେଟ ଏବଂ ବଣ୍ଡ୍ ମାର୍କେଟରେ ମଧ୍ୟ କାରବାର ଜାରି ରହିବ । ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ଅଫ୍ ଇଣ୍ଡିଆ (IRDAI) ଏବଂ ବୀମା କମ୍ପାନୀଗୁଡିକ ମଧ୍ୟ ସେମାନଙ୍କର କାର୍ଯ୍ୟ ଜାରି ରଖିବେ ।

ନୂତନ ନିୟମ ଅନୁଯାୟୀ, ଯଦି ରାଜ୍ୟ ସରକାର କୌଣସି ଅଞ୍ଚଳକୁ ଏକ ରେଡ୍ ଜୋନ୍ ବୋଲି ଘୋଷଣା କରନ୍ତି, ତେବେ ସେଠାରେ ଏହି ନିୟମ ଲାଗୁ ହେବ ନାହିଁ। ଏଗୁଡିକ କେବଳ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ କାର୍ଯ୍ୟକାରୀ ହେବ।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା