ଅନଲାଇନ୍ ସପିଂ ପାଇଁ ନୂଆ ନିୟମ ଜାରି, ୨୦ ଏପ୍ରିଲରୁ ଏମିତି କରିପାରିବେ ସପିଂ

ନୁଆଦିଲ୍ଲୀ ୧୫/୪: କରୋନା ଭାଇରସ ଯୋଗୁଁ ଲକଡାଉନ୍ ଅବଧି ୩ ମେ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ଲକଡାଉନରେ ସରକାରଙ୍କ ଦ୍ୱାରା ବୁଧବାର ନୂଆ ଗାଇଡଲାଇନ୍ସ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ ଗ୍ରାହକ ଖୁବଶୀଘ୍ର ଇ-କମର୍ସ ପ୍ଲାଟଫର୍ମ(ଆମାଜନ୍, ଫ୍ଲପକାର୍ଟ) ଜରିଆରେ ସାମଗ୍ରୀ କିଣି ପାରିବେ । ନୂଆ ଗାଇଡଲାଇନ୍ସରେ କୁହାଯାଇଛି କି ସବୁ ଗତିବିଧି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ଅନୁମତି ଦେବା ପରେ ୨୦ ଏପ୍ରିଲରୁ ଲାଗୁ ହେବ । ଲକଡାଉନ୍ ୩ ମେ ପର୍ଯ୍ୟନ୍ତ ବଢିବା ପରେ ଏଭଳି ନିଷ୍ପତ୍ତି ଆସିଛି ।

ନୂଆ ନିର୍ଦ୍ଦେଶାବଳୀରେ ଦର୍ଶାଯାଇଛି ଯେ ନିୟନ୍ତ୍ରଣ ଜୋନର ସୀମା, ହଟସ୍ପଟ୍ ଏବଂ ରେଡ୍ ଜୋନ୍ ବ୍ୟତୀତ ସାରା ଦେଶରେ ସାମଗ୍ରୀ ପରିବହନ କରିବାକୁ ଅନୁମତି ଦିଆଯିବ। ସାମଗ୍ରୀ ଏବଂ ପାର୍ସଲ ପରିବହନ ପାଇଁ ରେଳ ଚଳାଚଳ, ମାଲ ପରିବହନ ପାଇଁ ବିମାନବନ୍ଦର ଏବଂ ମାଲ ପରିବହନ ପାଇଁ ସ୍ଥଳ ବନ୍ଦର ଅନ୍ତର୍ଭୁକ୍ତ | ବିତରଣ ପାଇଁ ଟ୍ରକ୍ ଏବଂ ଇ-କମର୍ସ ଯାନଗୁଡିକ ମଧ୍ୟ ଏଥିରେ ସାମିଲ । ଗାଇଜଲାଇନରେ କୁହାଯାଇଛି କି ହଟସ୍ପଟ୍ କିମ୍ବା ରେଡ୍ ଜୋନରେ ଜରୁରୀ ସାମଗ୍ରୀ ସହିତ ଆସୁଥିବା ଇ-କମର୍ସ ବାହନକୁ ଅନୁମତି ଦିଆଯିବ । ଏହା ବ୍ୟତୀତ ଏଠାରେ କୁରିୟର ସର୍ଭିସ୍ ବାହନକୁ ମଧ୍ୟ ଅନୁମତି ମିଳିବ ।

ଆବଶ୍ୟକୀୟ ସାମଗ୍ରୀର  ସପ୍ଲାଇ ଶୃଙ୍ଖଳାରେ ଏବଂ ସବୁ ସୁବିଧାର ସହିତ କରାଯିବ । ସ୍ଥାନୀୟ ଦୋକାନ, ରିଟେଲ୍ ଷ୍ଟୋର କିମ୍ବା ଇ-କମର୍ସ କମ୍ପାନୀମାନଙ୍କ ମାଧ୍ୟମରେ ଡେଲିଭରୀ ଅନୁମତି ଦିଆଯିବ । ଏଥିପାଇଁ ସେମାନଙ୍କୁ ସୋସିଆଲ ଡିଷ୍ଟାନ୍ସର ପାଳନ ମଧ୍ୟ କରିବାକୁ ହେବ । ଆଶା କରାଯାଉଛି ନୂଆ ଗାଇଡଲାଇନ୍ସରେ ସପିଂ ୱେବସାଇଟ୍ ଓ ଇ-କମର୍ସ ୱେବସାଇଟ୍ ଗ୍ରାହକଙ୍କ ଅର୍ଡର ନେଇପାରିବେ ଏବଂ ଡେଲିଭରୀ କରିପାରିବେ ।

   ସମ୍ବନ୍ଧିତ ଖବର


ABP CVoterର ରିପୋର୍ଟ: ବିହାରରେ ସରକାର ଗଢ଼ିବ କିଏ? ଜନତାଙ୍କ ନଜରରେ ଏହି ନେତା ହେବେ ମୁଖ୍ୟମନ୍ତ୍ରୀ

ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ