କଡା ନିୟମ, ଏଣିକି ବାହାଘର କାର୍ଡରେ ଲେଖିବାକୁ ପଡିବ ଏହି ସୂଚନା !

ନୂଆଦିଲ୍ଲୀ ୧/୧୨: ମଧ୍ୟପ୍ରଦେଶର ଛିନ୍ଦୱାଡାରେ ବାଲ୍ୟବିବାହ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏଥିପାଇଁ ଏକ ନୂଆ ପଦକ୍ଷେପ ଉଠାଯାଇଛି । ପ୍ରଶାସନ ଆଦେଶରେ ଜିଲ୍ଲାର ସମସ୍ତ ପ୍ରିଣ୍ଟିଂ ପ୍ରେସ ସଞ୍ଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ଦ୍ଦେଶ ଅନୁସାରେ ସେଠାରେ ଛପାଯାଉଥିବା ବିବାହ କାର୍ଡରେ ବର-କନ୍ୟା ସାବାଳକ/ସାବାଳିକା ବୋଲି ଲେଖିବା ବାଧ୍ୟତାମୂଳକ ହେବ । ପ୍ରିଣ୍ଟିଂ ପ୍ରେସ୍ କାର୍ଡ ଛାପିବା ପୂର୍ବରୁ ବର-କନ୍ୟାଙ୍କ ବୟସ ନେଇ ନିଜେ ସ୍ପଷ୍ଟ ହେବା ପରେ ହିଁ କାର୍ଡ ଛପାଯିବ ।

ଲାଡୋ ଅଭିଯାନ
ଜିଲ୍ଲା ମହିଳା ଏବଂ ଶିଶୁ ବିକାଶ ଅଧିକାରୀ କଳ୍ପନା ତିୱାରୀ କହିଛନ୍ତି କି ବିବାହ ଆୟୋଜନର ବିଶେଷ ତିଥି(ବସନ୍ତ ପଞ୍ଚମୀ, ଅକ୍ଷୟ ତୃତୀୟା, ଆଦି) ଅବସରରେ ହେଉଥିବା ବିବାହରେ ବାଲ୍ୟ-ବିବାହ ସମ୍ଭାବନାକୁ ଦେଖି ‘ଲାଡୋ ଅଭିଯାନ’ ଚଳାଯାଉଛି । ଏଥିରେ ସମସ୍ତ ପ୍ରିଣ୍ଟିଂ ପ୍ରେସକୁ ନିର୍ଦ୍ଦେଶ ଦିଆଯାଇଛି କି ବର-ବଧୂଙ୍କ ବୟସ ସୁନିଶ୍ଚିତ କରିବା ପାଇଁ ସମସ୍ତ ଅଫିସିଆଲ୍ ଡକ୍ୟୁମେଣ୍ଟ୍ସ ଦେଖନ୍ତୁ । ଚାଇଲ୍ଡ ମ୍ୟାରେଜ୍ ରୋକିବା ପାଇଁ ହାଇ ସ୍କୁଲ ମାର୍କସିଟ୍ କିମ୍ବା ବର-କନ୍ୟାଙ୍କ ବର୍ଥ ସାର୍ଟିଫିକେଟ୍ ଅଙ୍ଗନୱାଡି ସେଣ୍ଟରରୁ ପ୍ରାପ୍ତ କରି ଯାଞ୍ଚ କରନ୍ତୁ ।

ବାଲ୍ୟ ବିବାହ ଆଇନ୍ ଅନୁସାରେ ମିଳିପାରେ ଦଣ୍ଡ
ଜିଲ୍ଲା ପ୍ରଶାସନ ତରଫରୁ ଜାରି ଆଦେଶରେ ଏହା କୁହାଯାଇଛି କି ଯଦି ଏମାନଙ୍କ ମଧ୍ୟରୁ କୌଣସି ବି ପ୍ରମାଣପତ୍ର ମିଳିବାରେ ଯଦି ଅସୁବିଧା ହେଉଛି ତେବେ ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ଜାରି ମେଡିକଲ ପ୍ରମାଣପତ୍ର ମାନ୍ୟ ହେବ ଏବଂ ବାଲ୍ୟବିବାହ ରୋକିବାରେ ସାହାଯ୍ୟ କରିବ । ନିୟମ ଅନୁସାରେ ବାଲ୍ୟ ବିବାହ କରୁଥିବା ଅଭିଯୋଗରେ ୨ ବର୍ଷ ଜେଲ୍ ସହିତ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ପଡିପାରେ ।