ଯୁକ୍ତ ଦୁଇରେ ଆସିବ ସଂସ୍କାର: ଦ୍ୱିତୀୟ ବର୍ଷ ପରୀକ୍ଷାରେ ଆସିବ ପ୍ରଥମ ବର୍ଷର ପ୍ରଶ୍ନ, ୭୫% ଉପସ୍ଥାନ ବାଧ୍ୟତାମୂଳକ

ଭୁବନେଶ୍ୱର ୨୩।୮: ରାଜ୍ୟରେ ଯୁକ୍ତ ଦୁଇ ପଢ଼ା ହେଉଥିବା ଜୁନିୟର୍‌ କଲେଜ ବା ହାୟର୍‌ ସେକେଣ୍ଡାରୀ ସ୍କୁଲଗୁଡିକରେ ଆସିବ ସଂସ୍କାର । ପାଠପଢିବା ନାଁରେ କଲେଜ ନ ଆସି ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କୁ ବରଦାସ୍ତ କରାଯିବ ନାହିଁ । ଯୁକ୍ତ ତିନି ଭଳି ଯୁକ୍ତ ଦୁଇରେ ବି ୭୫% ଉପସ୍ଥାନ ବାଧ୍ୟତାମୂଳକ କରାଯିବ । ପୂର୍ବରୁ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷା ସମୟରେ ୭୫% ଉପସ୍ଥାନ ବାଧ୍ୟତାମୂଳକ ଥିବା ବେଳେ ଚଳିତ ବର୍ଷରୁ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ବି ଉପସ୍ଥାନକୁ ବାଧ୍ୟତାମୂଳକ କରାଯିବ ।

ଅପରପକ୍ଷେ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନ ହୋଇ କଲେଜସ୍ତରୀୟ ପରୀକ୍ଷା ହେଉଥିବାରୁ ଏହାକୁ ଛାତ୍ରଛାତ୍ରୀମାନେ ଗୁରୁତର ଭାବେ ନେଉନାହାନ୍ତି । ତେଣୁ ଏହି ବ୍ୟବସ୍ଥାରେ ପରିବର୍ତ୍ତନ ହେବ । ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ପରୀକ୍ଷାରେ ବି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ପଢାଯାଇଥିବା ପାଠ୍ୟକ୍ରମରୁ ୨୦ରୁ ୨୫% ପ୍ରଶ୍ନ ଆସିବ । ତେବେ ଏ ବାବଦରେ ଚୂଡାନ୍ତ ନିଷ୍ପତ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ୍‌ କାଉନସିଲ୍‌ ବୈଠକରେ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ କହିଛନ୍ତି ।

ଗୁରୁବାର ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ପରିଷଦର ସମ୍ମିଳନୀ କକ୍ଷରେ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସୁନ୍ଦରଲାଲ ସିଲ୍‌, ପରିଷଦର ଅଧ୍ୟକ୍ଷ ଅମରେନ୍ଦ୍ର ପଟ୍ଟନାୟକ, ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ ପ୍ରମୁଖ ବହୁ ପଦାଧିକାରୀ ଯୋଗ ଦେଇଥିଲେ ।

   ସମ୍ବନ୍ଧିତ ଖବର


ରାଉରକେଲାରେ ଫୁଟିଲା ଗୁଳି …

ଦାଦା-ଝିଆରୀ ପ୍ରେମ , ବିବାହ ପରେ ଆରମ୍ଭ ହେଲା ନିର୍ଯାତନା…ଆଉ ତାପରେ…

ପାନୀୟଜଳ ପ୍ରକଳ୍ପ ନାଁରେ ଗାଁ ଲୋକଙ୍କୁ ଭୁତାଇଛି ଇମ୍ଫା କମ୍ପାନୀ – ପିଇବା ପାଣି ପାଇଁ ସମସ୍ୟାରେ ଲୋକେ

ଓଡ଼ିଶାବାସୀ ଖୁସି ନୁହନ୍ତି -ଅବିବାହିତଙ୍କଠାରୁ ବିବାହିତ ଅଧିକ ଖୁସି

ରୁପାରେ ଝଲସିବ ଶ୍ରୀମନ୍ଦିରର ଦ୍ୱାର – ତିନି ଦ୍ୱାର ଡିଜାଇନ୍‌ ଦେଖିଲେ ମୁମ୍ବାଇ ବିଶେଷଜ୍ଞ

ବଳାତ୍କାର ଯୋଗୁଁ ଅନ୍ତଃସତ୍ତ୍ୱା ଭିନ୍ନକ୍ଷମ ଯୁବତୀଙ୍କୁ ନ୍ୟାୟ ମାମଲା -ଗାଇଡ୍‌ଲାଇନ୍‌ ଜାରି କଲେ ହାଇକୋର୍ଟ