୧ ଡିସେମ୍ବରରୁ ହେଉଛି ଏହି ୫ ବଡ ପରିବର୍ତ୍ତନ, ଜାଣନ୍ତୁ ଲାଭରେ ରହିବେ ନା ସହିବେ କ୍ଷତି

ନୂଆଦିଲ୍ଲୀ ୩୦/୧୧: ୧  ଡିସେମ୍ବର ବା ଆସନ୍ତାକାଲିଠୁ ଆର୍ଥିକ ମାମଲାରେ ଜଡିତ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ଆପଣଙ୍କ ପକେଟ୍ ଉପରେ ପ୍ରଭାବ ପକାଇପାରେ । ଆପଣ ଏହି ପରିବର୍ତ୍ତନ ସମ୍ପର୍କରେ ଜାଣିବା ଉଚିତ୍ ।

୧. ୨୪ ଘଣ୍ଟା ଆରଟିଜିଏସ୍
ସୂଚନା ଅନୁସାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଜ ଅକ୍ଟୋବର କ୍ରେଡିଟ୍ ପଲିସିରେ ଆରଟିଜିଏସକୁ ୨୪ ଘଣ୍ଟା ଆରମ୍ଭ କରିବା ପାଇଁ ଘୋଷଣା କରିଛି । ଗୋଟିଏ ବ୍ୟାଙ୍କରୁ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ପଇସା ଟ୍ରାନ୍ସଫର କରିବାର ଅନେକ ବିକଳ୍ପ ରହିଛି । ଏମାନଙ୍କ ମଧ୍ୟରୁ ଅଧିକ ପପୁଲାର ହେଉଛି RTGS, NEFT ଓ IMPS । ଗତ ବର୍ଷ ଡିସେମ୍ବରରେ NEFTକୁ ମଧ୍ୟ ୨୪ ଘଣ୍ଟା ପାଇଁ ଆରମ୍ଭ କରାଯାଇଥିଲା । ଆରବିଆଇ ଗାଇଡଲାଇନ୍ ଅନୁସାରେ ଆରଟିଜିଏସ୍ ସର୍ଭିସ୍ ସକାଳ ୮ଟାରୁ ସନ୍ଧ୍ୟା ୭.୫୫ ପର୍ଯ୍ୟନ୍ତ ମିଳିବ ।

୨. ଏଲପିଜି ସିଲିଣ୍ଡର ପ୍ରାଇସ୍
ଏଲପିଜି ଗ୍ୟାସ୍ ସିଲିଣ୍ଡରର ଦାମ୍ ପ୍ରତି ମାସର ପ୍ରଥମ ତାରିଖକୁ ଅପଡେଟ୍ ହୋଇଥାଏ । ଦାମରେ ବୃଦ୍ଧି ହୋଇପାରେ କିମ୍ବା ଆଶ୍ୱସ୍ତି ମଧ୍ୟ ମିଳିପାରେ । ତେଣୁ ୧ ତାରିଖରୁ ସିଲିଣ୍ଡର ଦାମ୍ ପରିବର୍ତ୍ତନ ହୋଇପାରେ ।

୩. ପ୍ରିମିୟମରେ କରିପାରିବେ ପରିବର୍ତ୍ତନ
ଏବେ ୫ ବର୍ଷ ପରେ ବୀମାଧାରୀ ପ୍ରିମିୟମ ରାଶିକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରିବେ । ଅର୍ଥାତ୍ ସେମାନେ ଅଧା କିସ୍ତିରେ ମଧ୍ୟ ପଲିସି ଜାରି ରଖିପାରିବେ ।

୪. ଚାଲିବ ନୂଆ ଟ୍ରେନ୍
୧ ଡିସେମ୍ବରରୁ ନୂଆ ଟ୍ରେନ୍ ଚାଲିବ । କରୋନା କାଳ ପରେ ଧିରେ ଧିରେ ରେଲୱେ ନିଜ ସେବାକୁ ସାଧାରଣ କରିବା ପାଇଁ ଲାଗିଛି । ସ୍ପେଶାଲ ଟ୍ରେନ୍ ସଂଖ୍ୟା ବୃଦ୍ଧି କରାଯାଉଛି । ଏବେ ୧ ଡିସେମ୍ବରରେ କିଛି ନୂଆ ଟ୍ରେନ୍ ପରିଚାଳନା ଆରମ୍ଭ ହେବାକୁ ଯାଉଛି ।

୫. ଏବେ କିସ୍ତି ନଦେଲେ ବନ୍ଦ ହେବନି ବୀମା ପଲିସି
କରୋନା ଭାଇରସ ସଂକ୍ରମଣ ଯୋଗୁଁ ଅଧିକାଂଶ ଲୋକେ ଚାକିରୀ ହରାଇଛନ୍ତି । ଏହି କାରଣରୁ ବୀମା ପଲିସିର କିସ୍ତି ଠିକ୍ ସମୟରେ ଭରିପାରୁନାହାଁନ୍ତି । ଅନେକ ଥର ଏମିତି ମଧ୍ୟ ହେଉଛି କି ଖର୍ଚ୍ଚ ଅଧିକ ହେବା ଯୋଗୁଁ ଲୋକମାନେ ଠିକ୍ ସମୟରେ ପଲିସି ଭରି ପାରୁନାହାଁନ୍ତି । ଫଳରେ ସେମାନଙ୍କ ପଲିସି ବନ୍ଦ ହୋଇଯାଏ । ଏହା ସହିତ ସେମାନଙ୍କ ଜମା ପଇସା ମଧ୍ୟ ଫସିଯାଏ । ଏଥିପାଇଁ ବୀମା କମ୍ପାନୀମାନେ ଏଥିରେ ପରିବର୍ତ୍ତନ କରିଦେଇଛନ୍ତି । ଏବେ ୫ ବର୍ଷ ପରେ ବୀମାଧାରୀ ପ୍ରିମିୟମ ରାଶିକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିପାରିବେ । ଅର୍ଥାତ୍ ସେମାନେ ଅଧା କିସ୍ତି ସହିତ ପଲିସି ଜାରି ରଖିପାରିବେ ।