ସିନିୟର ସିଟିଜନଙ୍କ ପାଇଁ ନୂଆ ସ୍କିମ ଆରମ୍ଭ କଲା ଏସବିଆଇ, FDରେ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ ୮/୫: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବରିଷ୍ଠ ନାଗରିକ ଗ୍ରାହକଙ୍କ ପାଇଁ ରିଟେଲ୍ ଟର୍ମ ଡିପୋଜିଟ ସେଗମେଣ୍ଟରେ SBI Wecare Deposit ନାମକ ନୂଆ ଡିପୋଜିଟ୍ ସ୍କିମ୍ ଆରମ୍ଭ କରିଛି । ଏହି ସ୍କିମରେ ସିନିୟର ସିଟିଜେନ୍ସଙ୍କୁ ୫ ବର୍ଷ କିମ୍ବା ତାଠୁ ଅଧିକ ସମୟ ଫିକ୍ସ୍ଡ ଡିପୋଜିଟରେ ଅତିରିକ୍ତ ସୁଧ ଦିଆଯିବ ।

କଣ ଏହି ସ୍କିମ୍ ?
ଏସବିଆଇର ନୂଆ ସ୍କିମ ଅନୁସାରେ ୫ ବର୍ଷ କିମ୍ବା ତାଠୁଅଧିକ ଏଫଡିରେ ୩୦ ବେସିସ୍ ପଏଣ୍ଟ୍ସର ଅତିରିକ୍ତ ପ୍ରିମିୟମ୍ ସୁଧ ମିଳିବ । ଏହି ସ୍କିମ କେବଳ ୩୦ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଲାଗୁ ହେବ । ନିର୍ଦ୍ଧାରିତ ଅବଧିରେ ଏହି ସ୍କିମରେ ରେଜିଷ୍ଟର କରାଇଥିବା ଗ୍ରାହକଙ୍କୁ ଫାଇଦା ମିଳିବ ।

ସିନିୟର ସିଟିଜନଙ୍କ ପାଇଁ ଟର୍ମ ଡିପୋଜିଟରେ ସୁଧ
ସିନିୟର ସିଟିଜନଙ୍କୁ ୫ ବର୍ଷରୁ କମର ରିଟେଲ ଟର୍ମ ଡିପୋଜିଟରେ ସାଧାରଣ ଲୋକଙ୍କ ତୁଳନାରେ ୦.୫୦ ପ୍ରତିଶତ ଅଧିକ ସୁଧ ମିଳିବ । ୫ ବର୍ଷରୁ ଅଧିକ ରିଟେଲ୍ ଟର୍ମ ଡିପୋଜିଟରେ ୦.୮୦ ପ୍ରତିଶତ ସୁଧ ମିଳିବ । ଏଥିରେ ଅତିରିକ୍ତ ୦.୩୦ ପ୍ରତିଶତ ମଧ୍ୟ ସାମିଲ । ତେବେ ମ୍ୟାଚୁରିଟି ପୂର୍ବରୁ ଉଠାଣରେ ଅତିରିକ୍ତ ସୁଧ ମିଳିବନି ।

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଲୋନରେ ସୁଧ ଦର ହ୍ରାସ କରିବା ପାଇଁ ଘୋଷଣା କରିଛି । ବ୍ୟାଙ୍କ ସୁଧ ଦରରେ ୦.୧୫ ପ୍ରତିଶତ ହ୍ରାସ କରିଛି । ଏବେ ସୁଧ ଦର ୭.୪୦ ପ୍ରତିଶତରୁ ହ୍ରାସ ପାଇ ୭.୨୫ ପ୍ରତିଶତକୁ ଆସିଯାଇଛି । ଏହା ସହିତ ସେ ଗ୍ରାହକଙ୍କ ଡିପୋଜିଟରେ ମଧ୍ୟ ୦.୨୦ ପ୍ରତିଶତ ସୁଧ ଦର ହ୍ରାସ କରିଛି ।

   ସମ୍ବନ୍ଧିତ ଖବର


ଅଳଙ୍କାର କିଣିବା ବେଳେ ଏହି ୩ଟି ଜିନିଷର ଦାମ ଦିଅନ୍ତୁ , ଆପଣଙ୍କୁ ଆଉ ଠକି ପାରିବେନି ଦୋକାନୀ

ମାଗଣାରେ ବୁକ୍‌ କରନ୍ତୁ ଟ୍ରେନ୍‌ ଟିକେଟ୍‌ ! ଦେଖନ୍ତୁ IRCTC-SBIର ଏହି ସ୍କିମ୍‌ରେ କଣ ରହିଛି

ମାତ୍ର ୧ ଟଙ୍କାରେ କିଣି ପାରିବେ ୨୪ କ୍ୟାରେଟ୍ ଶୁଦ୍ଧ ସୁନା, ଜାଣନ୍ତୁ…

ବଜାରକୁ ଆସୁଛି Harley-Davidsonର ଇଲେକ୍ଟ୍ରିକ୍ ସାଇକେଲ୍, ଜାଣନ୍ତୁ କ’ଣ ରହିଛି ବିଶେଷ୍ବତ

ଆପଲ୍ ପରେ ଏବେ ସାମସଙ୍ଗ ବି ଦେବନି ଚାର୍ଜର ଓ ଇୟରଫୋନ୍…

୧୦ ବର୍ଷରେ ପଇସା ହୋଇଯିବ ଦୁଇଗୁଣା, ଜାଣନ୍ତୁ ଏହି ସ୍କିମ୍ ସମ୍ପର୍କରେ…