PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ୨୪ ଘଣ୍ଟା ପ୍ରଚାର ବ୍ୟାନ୍ କଲେ ନିର୍ବାଚନ କମିଶନର , ନିର୍ବାଚନ ପ୍ରଚାରରେ ବିବାଦୀୟ ଭାଷଣ ପାଇଁ ଲାଗିଲା କଟକଣା
  • ||
  • ସୁଶିଲ ଚନ୍ଦ୍ରା ନୂଆ ମୁଖ୍ୟ ନିର୍ବାଚନ କମିଶନର ନିଯୁକ୍ତ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||
  • ପିପିଲି ଉପନିର୍ବାଚନ ପାଇଁ ଭର୍ଚୁଆଲ ରାଲିରେ ନବୀନ ପଟ୍ଟନାୟକ କରୁଛନ୍ତି ପ୍ରଚାର , ୬ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ସିଧା ପ୍ରସାରଣ ବ୍ୟବସ୍ଥା
  • ||
  • କଟକ ଏସ୍‌ସିବିରୁ ହାଇଦର ଫେରାର ଘଟଣା – ହାଇଦର ଫେରାର ପଛରେ ତାର ପରିବାର ଲୋକଙ୍କ ହାତ ଅଛି, ମଙ୍ଗଳାବାଗ ଥାନାରେ ଏତଲା ଦେଲେ ଗ୍ୟାଙ୍ଗଷ୍ଟରକୁ ଜଗୁଥିବା ନିଲମ୍ୱିତ କନଷ୍ଟେବଲ ମହମ୍ମଦ ମୌସିମ୍,‌
  • ||
  • ଭାରତରେ ରୁଷ୍ ଟିକା ସ୍ପୁଟ୍‌ନିକ୍ –V କୁ ମଞ୍ଜୁରୀ , ବିଶେଷଜ୍ଞ କମିଟି ବୈଠକରେ ନିଆଗଲା ନିଷ୍ପତ୍ତି, ମାନବ ଦେହରେ ବ୍ୟବହାର ପାଇଁ ଅନୁମତି
  • ||
  • ବଲାଙ୍ଗୀର ଓ କଳାହାଣ୍ଡି ବିଶ୍ବବିଦ୍ୟାଳୟ ପାଇଁ ୨ ଜଣ ନୂଆ କୁଳପତିଙ୍କୁ ମିଳିଲା ନିଯୁକ୍ତି
  • ||
  • ଭୁବନେଶ୍ୱର: କ୍ୟାବିନେଟ୍ ବୈଠକରେ ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭଞ୍ଜନଗର: ଭାଲୁ ଆକ୍ରମଣରେ ବାଘୁଆପଲ୍ଲୀ ଗ୍ରାମର ୪ ଜଣ ଗୁରୁତର ଆହତ
  • ||
  • ଢେଙ୍କାନାଳ: ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଖୋଜାଖୋଜି ପରେ ଉଦ୍ଧାର ହେଲା ମୃତହେଦ
  • ||
  • କଟକ: ନିଆଳିର ଏକ ବିଲରୁ ଏକ ମୃତଦେହ ଉଦ୍ଧାର
  • ||
  • ଗଜପତି ଜିଲ୍ଲାର ସମସ୍ତ ସୀମା ସିଲ, ବାହାରୁ ଆସୁଥିବା ଲୋକଙ୍କ ଉପରେ କଡା ନଜର
  • ||
  • ଭୁବନେଶ୍ୱର: ଆଜି ପହଞ୍ଚିବ ୨ ଲକ୍ଷ ୭୧ ହଜାର ଟିକା
  • ||
  • ଜଗନ୍ନାଥପୁର ଛକ ପୁକୁଡ଼ିବନ୍ଧ ଜଙ୍ଗସନ୍ରୁ ୯୨୦ କିଲୋ ଗଞ୍ଜେଇ ଧରିଲା ଅବକାରୀ ବିଭାଗର ସ୍ଵତନ୍ତ୍ର ୱିଙ୍ଗ, ୮ ଗିରଫ, ଟ୍ରକ୍ ଓ ମ୍ୟାକ୍ସପିକ୍ପ ଜବତ
  • ||
  • ବୀରମହାରାଜପୁର: ଚନ୍ଦଲି ରାସ୍ତା କଡ଼ରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି
  • ||
  • ନୀଳଗିରି: ଅଭୟାରଣ୍ୟ ଭିତରୁ ଜଣେ ଶିକାରୀ ଗିରଫ,ମାରଣାସ୍ତ୍ର ଜବତ, ଖସିଗଲେ ୩ଜଣ ଶିକାରୀ…
  • ||
  • କଟକ: ଚାଉଳିଆଗଞ୍ଜ ଥାନାରେଆତ୍ମସମର୍ପଣ କଲା ହାଇଦର ସହଯୋଗୀ ୟାକୁବର
  • ||
  • ନୀଳଗିରି: କୂଳଡିହା ଅଭୟାରଣ୍ୟ ସୀମାନ୍ତରୁ ବିରାଟକାୟ ହରିଣ କ୍ଷତବିକ୍ଷତ ଉଦ୍ଧାର କଲେ ଗ୍ରାମବାସୀ
  • ||
  • କଟକ: ହଷ୍ଟେଲ ଭିତରେ ପଶି ନର୍ସିଂ ଛାତ୍ରୀଙ୍କୁ ତଡୁଛି ପୁଲିସ, ଏସସିବି ବିଏସି ନର୍ସିଂ କଲେଜରେ ଉତ୍ତେଜନା
  • ||
  • ନୀଳଗିରି: ଅସନବଣି ଅଞ୍ଚଳରୁ ଉଦ୍ଧାର ହେଲା ୧୫ ଫୁଟ୍ ଲମ୍ବର ଅହିରାଜ ସାପ
  • ||

ଦୁର୍ବଳ ଦୃଷ୍ଟିଶକ୍ତିରୁ ବଢିପାରେ ମୃତ୍ୟୁର ବିପଦ,ଆଖିର ସଠିକ୍ ଯତ୍ନ ନେବା ଦରକାର: ଷ୍ଟଡି

https://theshillongtimes.com/

ନୂଆଦିଲ୍ଲୀ,୮।୩: କିଛି ଦିନ ପୂର୍ବେ ଦୃଷ୍ଟିଶକ୍ତିକୁ ନେଇ କରାଯାଇଥିବା ଏକ ଷ୍ଟଡିରୁ ଆଶ୍ଚର୍ଯ୍ୟଜନକ କଥା ଜଣାପଡିଛ। ତାହା ହେଲା ଯେଉଁ ଲୋକଙ୍କ ଭିତରେ ଅନ୍ଧପଣ ଓ ଦୃଷ୍ଟିଶକ୍ତି ଜନିତ ସମସ୍ୟା ଥାଏ ତାଙ୍କୁ ନିକଟରେ ମୃତ୍ୟୁର ବିପଦ ଅଧିକ ବଢିଯାଏ। ମେଟା-ବିଶ୍ଲେଷଣ ସମୟରେ ବିଶେଷଜ୍ଞମାନେ ଗବେଷଣା କରି ଜାଣିପାରିଛନ୍ତି ଯେ, ଦୃଷ୍ଟିହୀନତା ଓ ଦୁର୍ବଳ ଦୃଷ୍ଟିର ସମସ୍ୟା, ମୃତ୍ୟୁ ଦରରେ ବୃଦ୍ଧି ସହିତ ଯୋଡି ହୋଇ ରହିଛି। ସାରା ବିଶ୍ବର ଲୋକଙ୍କର ଆଖିର ସୁସ୍ଥତାକୁ ନେଇ ଯେଉଁ ଅସମାନତା  ସ୍ଥିତି ସୃଷ୍ଟି ହୋଇଛି ତାକୁ ଦୂର କରିବାକୁ ବିଶେଷଜ୍ଞମାନେ ଯୋର ଦେଇଛନ୍ତି।

ବିଶ୍ବର ସ୍ତରୀୟ ସଂଖ୍ୟା ଅନୁସାରେ, ଯେଉଁ ଲୋକଙ୍କ ଭିତରେ ଦୁର୍ବଳ ଦୃଷ୍ଟିଶକ୍ତି  ଓ ଅନ୍ଧପଣର ସମସ୍ୟା ରହିଛି, ସେଭଳି ଲୋକଙ୍କ ସଂଖ୍ୟା ଆଗାମୀ ୩୦ ବର୍ଷରେ ଦୁଇଗୁଣା ହୋଇଯିବ। ଏହି ମେଟା-ବିଶ୍ଲେଷଣକୁ ‘ଦ ଲସେଣ୍ଟ ଗ୍ଲୋବାଲ୍ ହେଲଥ୍’ ନାମକ ଏକ ପତ୍ରିକାରେ ପ୍ରକାଶିତ କରାଯାଇଛି। ଏହି ପତ୍ରିକାରେ ୧୭ଟି ଅଲଗା ଅଲଗା ଷ୍ଟଡି ଆଧାରରେ  ୪୮ ହଜାର ଲୋକସାମିଲ ଥିଲେ। ଯେଉଁ ଲୋକଙ୍କ ପାଖରେ ଦୃଷ୍ଟି ଶକ୍ତି ଜନିତ ସମସ୍ୟା ଥିଲା ସେମାନଙ୍କୁ ମୃତ୍ୟୁର ବିପଦ ଅଧିକ ରହିଛି। ଯେଉଁମାନଙ୍କର ସାଧାରଣ ଦୃଷ୍ଟିଶକ୍ତି ଥିଲା କିମ୍ବା ହାଲକା ଦୃଷ୍ଟିଶକ୍ତି ଜନିତ ଦୋଷ ଥିଲା ସେମାନଙ୍କର ମୃତ୍ୟୁର ବିପଦ କମ୍ ଥିଲା।

ଷ୍ଟଡିରେ ସାମିଲ ପ୍ରତିଯୋଗୀଙ୍କ ଭିତରେ ଯେଉଁ ଲୋକଙ୍କ ଭିତରେ ଅଧିକ ଦୃଷ୍ଟି ଦୋଷ ଥିଲା ତାଙ୍କର ମୃତ୍ୟୁ ଦର ୨୯ ପ୍ରତିଶତ ଅଧିକ ଥିଲା। ଗମ୍ଭୀର ଦୃଷ୍ଟି ଦୋଷ ଥିବା ଲୋକଙ୍କ ମୃତ୍ୟୁର ୮୯ ପ୍ରତିଶତ ପର୍ଯ୍ୟନ୍ତ ବଢିଯାଇଥିଲା। ସାରା ବିଶ୍ବରେ ଦୃଷ୍ଟି ଶକ୍ତି ହାନି ଓ ଅନ୍ଧପଣର ସବୁଠାରୁ ବଡ କାରଣ –ମୋତିଆବିନ୍ଦୁ ଓ ଆବଶ୍ୟକତା ଅନୁସାରେ ଚଷମା ନପିନ୍ଧିବା। ଏହି ଦୁଇଟି ହିଁ ବିପଦର କାରକ, ଯାହାକୁ ହେବାକୁ ରୋକିହେବ।   

ଏହି ଷ୍ଟଡିର ଲିଡ୍ ନେଇଥିଲେ ଆର୍ଥର ଯୋଶୁଆ ଏହାର୍ଲିଚ। ଦୃଷ୍ଟି ବିକଳାଙ୍ଗତା ଓ ସମସ୍ତ କାରକରୁ ମୃତ୍ୟୁଦର ଏବଂ ଡିମେନସିଆ ଓ ଡିପ୍ରେସନ୍ ଭଳି ସମସ୍ୟାର କ’ଣ ସମ୍ପର୍କ ରହିଛି? ଏ ସମ୍ପର୍କରେ ସେ ଖୁବ୍ ଭଲ ଭାବରେ ବୁଝାଇ ଦେଇଛନ୍ତି। ଭଳ ଭାବରେ ସେ ଅଧ୍ୟୟନ ପରେ କହିଥିଲେ ଦୃଷ୍ଟିଶକ୍ତି ଜନିତ ସମସ୍ୟା ଆରମ୍ଭରୁ ଠିକ୍ କରିହେବ, କାରଣ ଦୃଷ୍ଟିହାନୀ କାରଣରୁ ଆପଣ ଦୁନିଆକୁ କିଭଳି ଦେଖନ୍ତି, କେବଳ ଏହା ଉପରେ ପ୍ରଭାବ ପଡେନି, ବଂର ଆପଣଙ୍କ ଜୀବନର ଅନୁଭବ ଉପରେ ମଧ୍ୟ ନକାରତ୍ମକ ପ୍ରଭାବ ପକାଇଥାଏ।

ସମ୍ବନ୍ଧିତ ଖବର