କରୋନା ଆକ୍ରାନ୍ତଙ୍କ ଶରୀରରେ ନୂଆ ଲକ୍ଷଣ ଚିହ୍ନଟ: ସ୍ୱାଦ ବାରିବା, ଆଘ୍ରାଣ ଶକ୍ତି ପାଉଛି ହ୍ରାସ

ନୂଆଦିଲ୍ଲୀ ୨୬/୩: କରୋନା ଭାଇରସ ଦ୍ୱାରା କେହି ଆକ୍ରାନ୍ତ ହେଲେ ତା’ ଦେହରେ ଜ୍ୱର , କାଶ , ଦେହହାତ ଘୋଳାବିନ୍ଧା କରିବା ଏବଂ ଶ୍ୱାସଜନିତ ସମସ୍ୟା ଦେଖାଦେବା ଭଳି ଲକ୍ଷଣ ପ୍ରକାଶ ପାଇଥାଏ ବୋଲି ପୂର୍ବରୁ କୁହାଯାଉଥିଲା । ଏବେ କିନ୍ତୁ ବ୍ରିଟେନ ଓ ଆମେରିକାର କିଛି ଗବେଷକ ଦାବି କରିଛନ୍ତି ଯେ କରୋନା ଭାଇରସ ଯୋଗୁ ରୋଗୀମାନେ ସ୍ୱାଦ ବାରିବା ଏବଂ ଆଘ୍ରାଣ ଶକ୍ତି ହରାଇ ବସୁଛନ୍ତି । ଚୀନ୍‌, ଇଟାଲୀ ଏବଂ ଦକ୍ଷିଣ କୋରିଆର ଅନେକ ରୋଗୀଙ୍କ ଦେହରେ ଏଭଳି ଲକ୍ଷଣ ପ୍ରକାଶ ପାଇଛି । ଆମେରିକାର ଜଣେ ୨୦ ବର୍ଷୀୟା କରୋନା ରୋଗୀ ତ ଦାବି କରିଛନ୍ତି ଯେ ଏହାଯୋଗୁ ସେ ନିଜର ଶ୍ରବଣ ଶକ୍ତି ବି ହରାଇ ବସିଛନ୍ତି ।

କେହି ଭାଇରସ ଦ୍ୱାରା ଆକ୍ରାନ୍ତ ହେଲେ ତା’ର ଆଘ୍ରାଣ ଶକ୍ତି ପ୍ରଭାବିତ ହେବା କିଛି ନୂଆ କଥା ନୁହେଁ । କାରଣ ଭାଇରସ ସଂକ୍ରମଣ ଯୋଗୁ ରୋଗୀଙ୍କର ଶ୍ୱାସକ୍ରିୟା ପ୍ରଭାବିତ ହୋଇଥାଏ । ଏହାଯୋଗୁ ଦେହ ଭିତରକୁ ପ୍ରବେଶ କରୁଥିବା ବାୟୁର ମାତ୍ରା ପ୍ରଭାବିତ ହୁଏ । ତେଣୁ ରୋଗୀ ଅନେକ ସମୟରେ ଗନ୍ଧ ବାରିପାରି ନଥାଏ । ତେବେ ସଂକ୍ରମଣ ଦୂର ହେଲେ ସେ ପୁଣି ଥରେ ଆଘ୍ରାଣ ଶକ୍ତି ଫେରିଥାଏ । କିନ୍ତୁ କେତେକ ରୋଗୀ ସ୍ଥାୟୀ ଭାବେ ଏହି ଶକ୍ତିକୁ ହରାଇ ବସନ୍ତି । କିନ୍ତୁ କରୋନା ଭାଇରସ ଦ୍ୱାରା ସଂକ୍ରମିତ ଅଧିକାଂଶ ବ୍ୟକ୍ତିଙ୍କ ଦେହରେ ପ୍ରାଥମିକ ପର୍ଯ୍ୟାୟରେ ଉପରୋକ୍ତ ଦୁଇଟି ଲକ୍ଷଣ ପ୍ରକାଶ ପାଉଥିବାର ଜଣାପଡିଛି । ତେଣୁ ବିଶେଷଜ୍ଞମାନେ କହିଛନ୍ତି ଯେ ଏପରି ଲକ୍ଷଣ ଆଧାରରେ ଜଣେ ବ୍ୟକ୍ତି କରୋନା ଦ୍ୱାରା ଆକ୍ରାନ୍ତ ହୋଇଛି କି ନାହିଁ କୁହାଯାଇପାରିବ ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌