ଲଞ୍ଚ ହେଲା ଟାଟା ଟିଗୋର ଇଭି: ଫୁଲ୍ ଚାର୍ଜରେ ଯିବ ୨୧୩ କିଲୋମିଟର, ଜାଣନ୍ତୁ ଫିଚର୍ସ ଓ ଦାମ୍

ନୁଆଦିଲ୍ଲୀ ୯/୧୦: ଦେଶର ବଡ କାର୍ ନିର୍ମାତା କମ୍ପାନୀ ଟାଟା ମୋଟର୍ସ ନିଜ କମ୍ପାକ୍ଟ ସେଡାନ କାର Tigor EV କୁ ଲଞ୍ଚ କରିଦେଇଛି । କମ୍ପାନୀ ଏହାକୁ ପୂର୍ବ ଅପେକ୍ଷା ଉତ୍ତମ  ଓ ଉନ୍ନତ କରିଛି । ଏବେ ନୂଆ Tigor ଅଧିକ ଦୂର ଯିବ । ଆସନ୍ତୁ ଜାଣିବା ଏହି ନୂଆ କାରର ଦାମ୍ ଓ ଫିଚର୍ସ ସମ୍ପର୍କରେ ।

ଟାଟା Tigor EV ର ରେଞ୍ଜ ବଢାଇ ଦେଇଛି । ଏବେ ଏହି କାର୍ ଫୁଲ୍ ଚାର୍ଜରେ ୨୧୩ କିଲୋମିଟର ମାଇଲେଜ୍ ଦେବ ଏବଂ ଏହାକୁ ARAI ସାର୍ଟିଫାଇଡ୍ କରିଛି । ଏହା ପୂର୍ବରୁ ଫୁଲ୍ ଚାର୍ଜିରେ ୧୪୨ କିଲୋମିଟର ଯାଉଥିଲା । ନୂଆ ଟିଗୋର ୩ ଭେରିଏଣ୍ଟ- XE+, XM+ ଓ XT+ ରେ ଉପଲବ୍ଧ ହେବ । ଏହି କାର୍ fleet  ଓ ପର୍ସନାଲ୍ ସେଗମେଣ୍ଟର ଗ୍ରାହକଙ୍କ ଆବଶ୍ଯକତାକୁ ପୂରା କରିବ ।

ନୂଆ Tigor EVର ମୂଲ୍ୟ ୯.୪୪ ଲକ୍ଷ ଏକ୍ସ ଶୋରୁମ୍ ଦିଲ୍ଲୀ, ଏହି ମୂଲ୍ୟ ଦେଶରେ ୩୦ ସହରରେ ଲାଗୁ ହେବ । କମ୍ପାନୀ ଅନୁସାରେ ଏହି କାର୍ କମ୍ ଖର୍ଚ୍ଚରେ କନେକ୍ଟିଭିଟ୍ ଓ ଆରାମ ପ୍ରଦାନ କରିବ । ଏହା ସହିତ ଏହା ପ୍ରଦୂଷଣ ମୁକ୍ତ ମଧ୍ୟ ।

ଟାଟା ମୋଟର୍ସ ନୂଆ Tigor EV ଉପରେ ୩ ବର୍ଷର ୱାରେଣ୍ଟି କିମ୍ବା ୧.୨୫ ଲକ୍ଷ କିଲୋମିଟରର ୱାରେଣ୍ଟି ଦେଉଛି । ଏହି କାରରେ ୭୨V ୩ ଫେଜ୍ ବିଶିଷ୍ଟ ଏସି ଇଣ୍ଡେକ୍ସନ ମୋଟର ମିଳିବ, ଯାହାକି ୪୦ ବିଏଚପି ଓ ୧୦୫ ଏନେମର ଟର୍କ ଦେବ । ଏହା ସହ ଏଥିରେ ସିଙ୍ଗଲ ସ୍ପିଡ୍ ଅଟୋମେଟିକ୍ ଟ୍ରାନ୍ସମିସନ୍ ମିଳିବ । ଟାଟା ମୋଟର୍ସର କହିବାନୁସାରେ ଟିଗୋର ୧୨ ସେକେଣ୍ଡରେ ୦ରୁ ୬୦ କିମି ପ୍ରତି ଘଣ୍ଟାର ସ୍ପିଡ୍ ଧରିପାରିବ । ଏହାର ଟପ୍ ସ୍ପିଡ୍ ୮୦ କିମି ଘଣ୍ଟା ପ୍ରତି, ଏବଂ କାରର ସମୁଦାୟ ଓଜନ ୧୫୧୬ ।

ଏହା ସହିତ DC15 kW ଫାଷ୍ଟ ଚାରଜର ସହିତ ଏହା ୯୦ ମିନିଟରେ ୮୦ ପ୍ରତିଶତ ପର୍ଯ୍ଯନ୍ତ ଚାର୍ଜ ହୋଇଯିବ । ତେବେ ସାଧାରଣ ଚାର୍ଜରରେ କାର୍ ୬ ଘଣ୍ଟାରେ ୮୦ ପ୍ରତିଶତ ଚାର୍ଜ ହୋଇଯିବ ।

   ସମ୍ବନ୍ଧିତ ଖବର


ଜିୟା ଭରାଲି ନଦୀରେ ବୁଡିଲା ଡଙ୍ଗା, ଥିଲେ ୭୦ରୁ ୮୦ ଯାତ୍ରୀ

ଭାରତରେ ବ୍ୟାପିବାରେ ଲାଗିଛି ୯୯୬ ୱର୍କ କଲ୍ଚର, ପ୍ରଭାବିତ ହେଉଛି ବ୍ୟକ୍ତିଗତ ଜୀବନ

ରାମ ମନ୍ଦିର ମାମଲା : ମଧ୍ୟସ୍ଥତା ପ୍ୟାନେଲର ସମାଧାନ ରାସ୍ତାରେ ହିନ୍ଦୁ ଓ ମୁସଲମାନ ଉଭୟଙ୍କର ହେବ ବିଜୟ

ପୁଣି ପାକିସ୍ତାନର ନୀଚ କାର୍ଯ୍ୟ : ମଝି ଆକାଶରେ ଭାରତୀୟ ଯାତ୍ରୀବାହୀ ବିମାନକୁ ଏଫ୍-୧୬ ଦ୍ବାରା ଘଣ୍ଟେ ପର୍ଯ୍ୟନ୍ତ ଘେରିକି ରଖିଥିଲା