ଓଡ଼ିଶା କିନ୍ନରମାନଙ୍କ ପକ୍ଷରୁ ମୋଟରଯାନ ଆଇନ୍‌ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର ୧୪/୯: ନୂତନ ମୋଟର ଯାନ ଆଇନ୍‌ ସମ୍ପର୍କରେ ଗାଡ଼ିଚଳକମାନଙ୍କୁ ସଚେତନ କରିବାକୁ ଯାଇ ଆଜି ଟିଜି ସୁରକ୍ଷା ଟ୍ରଷ୍ଟ ଓ ନିଖିଳ ଓଡ଼ିଶା କିନ୍ନର ଓ ତୃତୀୟ ଲିଙ୍ଗୀ ମହାସଂଘ ତରଫରୁ ଏ.ଜି. ଛକଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୦୦ରୁ ଅଧିକ କିନ୍ନରମାନେ ଏକାଠି ହୋଇ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ। ଛୋଟ ଛୋଟ ପିଲାଙ୍କୁ ଚକୋଲେଟ ଦେଇଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ସେହି ରାସ୍ତା ଦେଇ ଯାଇଥିଲେ।

କାର୍ଯ୍ୟକ୍ରମକୁ କିନ୍ନର ସମାଜସେବୀ ମେନକା କିନ୍ନର ପରିଚଳନା କରିଥିବା ବେଳେ ମହାସଂଘର ପ୍ରତିଷ୍ଠାତା ସଭପତି ତଥା ସମାଜସେବୀ ପ୍ରତାପ କୁମାର ସାହୁ, ସୁଇଟି ସାହୁ କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ। ଏଥିରେ ଏସିପି ଜୋନ୍‌-୧ର ବିଷ୍ଣୁ ମୋହନ ପାତ୍ର ଓ ଟ୍ରାଫିକ୍‌ ଏସିପି କେକେ ପାଣିଗ୍ରାହୀ ଯୋଗ କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ।

   ସମ୍ବନ୍ଧିତ ଖବର


ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା

ରାଜ୍ୟରେ ଆଖି ବୁଜିଲେ ଆଉ ୧୫ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୧୯୬କୁ ବୃଦ୍ଧି

ଦିନକରେ ଓଡ଼ିଶାରେ ୧୯୧୩ ଜଣ କରୋନା ପଜିଟିଭ‌ ଚିହ୍ନଟ: ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୭୬ ହଜାର ଡେଇଁଲା

୨୦୨୧ରେ ୨୯ ଦିନ ସରକାରୀ ଛୁଟି, କର୍ମଚାରୀଙ୍କ ୯ଟି ଛୁଟି ବେକାର ଯିବ

ହାଇଦ୍ରାବାଦ ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଲେ ନବୀନ: ୫ କୋଟି ଟଙ୍କାର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଟ୍ରେଲରକୁ ପିଟିଲା ସିମେଣ୍ଟ ବୋଝେଇ ଟ୍ରକ୍