PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀମପୁର ନିକଟରେ ଚାଲିଥିଲା ଜୁଆ ଖେଳ, ଆଡ୍ଡା ଉପରେ ଚଢ଼ଉ କଲା ଜରଡା ପୁଲିସ, ୧ଲକ୍ଷ ୬୬ହଜାର ୪୬୦ ଟଙ୍କା ସହ ୮ ବାଇକ ଓ ୬ ମୋବାଇଲ ଫୋନ୍ ଜବତ, ୧୦ ଗିରଫ
  • ||
  • ପାରାଦୀପ: ଅଠରବାଙ୍କୀ ପୋଲ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ,ହାଇଡ୍ରା ମେସିନ୍ ଧକ୍କାରେ ସାଇକେଲ ଆରୋହୀର ମୃତ୍ୟୁ
  • ||
  • ବଡମ୍ବା: ପୁର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୫ଜଣ ଆହତ ହୋଇ ଥିବାବେଳେ ୨ଜଣଙ୍କ ଅବସ୍ଥା ଗୁରୁତର
  • ||
  • ଖୁଣ୍ଟା: କୂଅ ଭିତରୁ ମଲା ଛେଳି ଉଦ୍ଧାର କରିବାକୁ ଯାଇ ଶବ ପାଲଟି ଗଲେ ଯୁବକ, ଅଣନିଶ୍ୱାସୀ ହୋଇ ଜୀବନ ହାରିଲେ…
  • ||
  • ଭୁବନେଶ୍ୱର: ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଦୁର୍ବୃତ୍ତଙ୍କ ଆତଙ୍କରାଜ, ଏକାଧିକ ଗାଡି ଭାଙ୍ଗିଲେ
  • ||
  • କଟକ: ଆଜିଠୁ ଖୋଲିବ ଅଟୋମୋବାଇଲ୍‌ ସୋ-ରୁମ୍‌, ଆରମ୍ଭ ହେବ ନୂଆ ଗାଡ଼ି ପଞ୍ଜୀକରଣ
  • ||
  • ନୀଳଗିରି: ଗାଁ ଭିତରକୁ ପଶିଲା ଭାଲୁ, ନାକେଦମ ହେଲା ବନ ବିଭାଗ
  • ||
  • ଭୁବନେଶ୍ୱର: ଓଲିଉଡ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର , ଆଇସିୟୁରେ ଚାଲିଛି ଚିକିତ୍ସା
  • ||
  • କାମାକ୍ଷାନଗର: ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ, ଗୁଳିମାଡରେ ୩ ଗୁରୁତର
  • ||
  • ଖୋର୍ଦ୍ଧା: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା , ୩ ଗିରଫ
  • ||
  • ଓଡ଼ିଶାରେ ହ୍ରାସ ପାଉଛି କରୋନା ଟ୍ରେଣ୍ଡ୍‌, ୨୪ ଘଣ୍ଟାରେ ୩୬୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ, ୩୯ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର: ଉପକୂଳ ଓଡ଼ିଶାରେ ବିକ୍ଷିପ୍ତ ସ୍ୱଳ୍ପ ବର୍ଷା ସମ୍ଭାବନା; ୧୮ ଓ ୧୯ରେ ବର୍ଷା ବଢ଼ିବ, ୨୦ରୁ ପାଗ ବଦଳିବ
  • ||
  • ଭୁବନେଶ୍ୱର: ପଳାଶୁଣି ଓଭରବ୍ରିଜ ନିକଟରେ ଓଲଟିଲା କାଙ୍କଡ ବୋଝେଇ ଟ୍ରକ , ଘରକୁ ବୋହି ନେଲେ ଲୋକେ
  • ||
  • ବ୍ରହ୍ମପୁର: ଏମ୍‌କେସିଜିରେ ଅଦ୍ଭୁତ ଶିଶୁ ଜନ୍ମ, କପାଳରେ ରହିଛି ୨ଟି ଆଖି ଓ ନାକ
  • ||
  • ଭୁବନେଶ୍ୱର: ଆଜିଠୁ ଆଂଶିକ ଲକଡାଉନ୍: ୧୭ ଜିଲ୍ଲାରେ ଅପରାହ୍ଣ ୫ ଯାଏ ଦୋକାନ ଖୋଲା, ୧୩ ଜିଲ୍ଲାରେ ଦିନ ଗୋଟାଏ ଯାଏ କଟକଣା କୋହଳ
  • ||
  • ଓଡ଼ିଶାରେ ନୂଆ ଡିଜିପି ତଲାସ ଆରମ୍ଭ, ଦୌଡ଼ରେ ୧୪ ବରିଷ୍ଠ ଆଇପିଏସ୍‌ ଅଫିସ
  • ||

ନୂଆ ମୋଟର ଯାନ ଆଇନ ପ୍ରଭାବ: ତେଲ ବିକ୍ରି ୧୫% କମିଲା,ଦିନକୁ ୧୧ କୋଟିର ଘାଟା

ଭୁବନେଶ୍ୱର ୮/୯ : ସପ୍ତାହକ ଭିତରେ ଓଡ଼ିଶାରେ ପେଟ୍ରୋଲ ଓ ଡିଜେଲ ବିକ୍ରି ପାଖାପାଖି ୧୫% କମିଯାଇଛି । ଏହାଯୋଗୁ ପେଟ୍ରୋଲ ପମ୍ପଗୁଡ଼ିକ ଦୈନିକ ୧୧ କୋଟି ୫୦ ଲକ୍ଷ ଟଙ୍କାର କାରବାର କ୍ଷତି ସହୁଛନ୍ତି । ନୂଆ ମୋଟର ଯାନ ଆଇନ ପ୍ରଭାବରୁ ରାଜ୍ୟରେ ତେଲ ବିକ୍ରି ଏମିତି ହ୍ରାସ ପାଇଛି ।ଉତ୍କଳ ପେଟ୍ରୋଲିୟମ ଡିଲର୍ସ ସଂଘ ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍‌ କହିଛନ୍ତି, ନୂଆ ମୋଟର ଯାନ ଆଇନ୍‌ରେ ଟ୍ରାଫିକ ଉଲ୍ଲଂଘନ ପାଇଁ କଷା ଯାଉଥିବା ମୋଟା ଜରିମାନା ଗାଡ଼ି ଚାଳକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି କରିଛି । ଏଣୁ ଗାଡ଼ି ଚାଳନା ପାଇଁ ଆବଶ୍ୟକ କାଗଜପତ୍ର ନ ଥିବା ବହୁ ବ୍ୟକ୍ତି ଏବେ ରାସ୍ତାକୁ ଓହ୍ଲାଇବାକୁ ଭୟ କରୁଛନ୍ତି । ଫଳରେ ଏହା ପେଟ୍ରୋଲ ଡିଜେଲ ବିକ୍ରିକୁ ପ୍ରଭାବିତ କରିଛି ।

ସେ କହିଛନ୍ତି, ସେପ୍ଟେମ୍ବର ୧ ପୂର୍ବରୁ ରାଜ୍ୟରେ ଦିନକୁ ପ୍ରାୟ ସାଢ଼େ ୭୬ କୋଟି ଟଙ୍କା ମୂଲ୍ୟର ୧ କୋଟି ୧୦ ଲକ୍ଷ ଲିଟରର ପରିବହନ ତେଲ ବିକ୍ରି ହେଉଥିଲା । ଏଥିରେ ୧୯ କୋଟି ଟଙ୍କା ମୂଲ୍ୟର ୨୭.୨୦ ଲକ୍ଷ ଲିଟର ପେଟ୍ରୋଲ ଥିବା ବେଳେ ସାଢ଼େ ୫୭ କୋଟି ଟଙ୍କାର ୮୩.୫ ଲକ୍ଷ ଲିଟର ଡିଜେଲ ଥିଲା । କିନ୍ତୁ ସେପ୍ଟେମ୍ବର ମାସ ପ୍ରଥମ ସପ୍ତାହରେ ପେଟ୍ରୋଲ ପମ୍ପଗୁଡ଼ିକର କାରବାର ଦୈନିକ ପ୍ରାୟ ୪.୦୮ ଲକ୍ଷ ଲିଟର କମିଯାଇଛି । ଡିଜେଲ ବିକ୍ରି ୧୨.୪୫ ଲକ୍ଷ ଲିଟର ଖସିଛି । ଏହାଯୋଗୁ ପମ୍ପ ମାଲିକମାନେ ପ୍ରତିଦିନ ପେଟ୍ରୋଲରେ ୨.୮୫ କୋଟି ଟଙ୍କା ଓ ଡିଜେଲରେ ୮.୫୯ କୋଟି ଟଙ୍କାର ବ୍ୟାବସାୟିକ କ୍ଷତି ସହୁଛନ୍ତି ।

ଶ୍ରୀ ଲାଠ୍‌ କହିଛନ୍ତି, ଟ୍ରାଫିକ୍‌ ନିୟମ କଡ଼ାକଡ଼ି ପରେ ପେଟ୍ରୋଲ ପମ୍ପକୁ ଅଟୋ, ବାଇକ୍‌ ଓ ସ୍କୁଟର ଆଗମନ ସର୍ବାଧିକ କମିଛି । ଏମିତିକି ପ୍ରଦୂଷଣ ପ୍ରମାଣପତ୍ର କରି ନଥିବାରୁ କେତେକ ବ୍ୟକ୍ତିଗତ ଯାନବାହନ ମାଲିକ ବି ନିଜ ଗାଡ଼ିକୁ ରାସ୍ତାକୁ ଛାଡ଼ୁନାହାନ୍ତି । ସେହିଭଳି ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନ ଥିବା କେତେକ ପୁରୁଣା ବସ୍‌ ବି ଚଳାଚଳ ବନ୍ଦ କରିଥିବା ସୂଚନା ମିଳିଛି । ଏହାବ୍ୟତୀତ ରାଜ୍ୟରେ ବର୍ଷା ନେଇ ପାଣିପାଗ ବିଭାଗର ଆକଳନ ମଧ୍ୟ ପେଟ୍ରୋଲ ଓ ଡିଜେଲ ବିକ୍ରିରେ ଅନ୍ୟତମ ପ୍ରତିବନ୍ଧକ ସାଜିଛି ।