ରାଜଧାନୀକୁ ପୁଣି ଫେରିବେ ଲୁଟେରା!

ଭୁବନେଶ୍ବର ୧୦/୯: ନୂଆ ନିୟମ ହେଲା ପରଠାରୁ ସହରରେ ଲୁଟେରାଙ୍କ ଆତଙ୍କରାଜ ପ୍ରାୟ ୯୫ ପ୍ରତିଶତ କମିଯାଇଛି । ଖାଲି ଲୁଟେରା ନୁହେଁ ଅସାମାଜିକ ଯୁବକଙ୍କ ଆତଙ୍କ ମଧ୍ୟ ଢ଼େର କମିଛି । ହେଲେ ଟ୍ରାଫିକ ନିୟମରେ ସରକାରଙ୍କ ୩ ମାସିଆ କୋହଳ ଛାଟ ପାଇଁ ସହରରେ ପୁଣି ଲୁଟେରା ଆତଙ୍କ ଫେରିବ ବୋଲି ଆଶଙ୍କା କରାଯାଉଛି ।
 

ଲୁଟେରାମାନେ ଚୋରା ଗାଡ଼ି ଧରି ଲୁଟ୍‌ପାଟ୍‌ କରୁଥିଲେ । ଚେକିଂ ଭୟରେ ଲୁଟେରାମାନେ ଆଉ ରାସ୍ତାକୁ ଆସୁନାହାନ୍ତି । ଫଳରେ ଲୁଟ୍‌ପାଟ୍‌ କମିବାରେ ଲାଗିଛି । ଅନ୍ୟପକ୍ଷରେ ସାପ ଭଳି ଗାଡ଼ି ଚଳାଉଥିବା ଯୁବକମାନଙ୍କ ମନରେ କୋକୁଆ ଭୟ ବି ସୃଷ୍ଟି ହୋଇଛି । ରାଜଧାନୀ ରାସ୍ତାରେ ଦୀର୍ଘ ୧୦ରୁ ୧୫ ବର୍ଷ ଧରି ଗଡୁଥିବା ଅଟୋ ଚାଳକମାନେ କୌଣସି କାଗଜପତ୍ର ଧରୁନଥିଲେ । ଏମିତିକି ଅଟୋ ଚାଳକମାନେ ବିନା ଡ୍ରାଇଭିଂ ଲାଇସେନ୍ସ, ଇନସ୍ୟୁରାନ୍ସ ଓ ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ରେ ରାସ୍ତାରେ ବୁଲୁଥିଲେ । ନୂଆ ଟ୍ରାଫିକ୍‌ ନିୟମ ପରେ ହଜାର ହଜାର ଅଟୋ ଚାଳକ ରାସ୍ତାକୁ ଓହ୍ଲାଇବାକୁ ୧୦ ଥର ଚିନ୍ତା କରୁଥିଲେ । ଫଳରେ ସହର ଟ୍ରାଫିକ୍‌ ବ୍ୟବସ୍ଥା ମଧ୍ୟ ସଜାଡି ହୋଇ ଆସୁଥିଲା । ଲୋକମାନେ ଶୃଙ୍ଖଳିତ ଯାତ୍ରା କରୁଥିଲେ ।

ସେପ୍ଟେମ୍ବର ୧ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଚାଲିଥିଲା । ହେଲେ ସରକାରଙ୍କର ନିୟମ କୋହଳ ଘୋଷଣା ପୁଣି ଲୁଟେରାଙ୍କ ଭାଗ୍ୟ ଖୋଲିଦେଇଛି । ସବୁଠାରୁ ବଡ଼ କଥା ହେଲା ଗତ ଏକ ତାରିଖ ଠାରୁ ସହରରେ କୌଣସି ବଡ଼ ଦୁର୍ଘଟଣା ହୋଇନି କି ଦୁର୍ଘଟଣାରେ କେହି ମରିନାହାନ୍ତି ।
 

ନୂଆ ଟ୍ରାଫିକ୍‌ ନିୟମ ହେଲା ପରେ ଏବେ ସହରରେ ପ୍ରାୟ ୨୫ ପ୍ରତିଶତ ମଦ ବେପାର କମିଛି । ମୋଟା ଫାଇନକୁ ଡରି ମଦ ପିଇ ଗାଡ଼ି ଚଲାଇବା ପ୍ରାୟ ଛାଡ଼ି ଦେଇଥିଲେ ମଦୁଆ । ଯାହା ଫଳରେ ଅନେକାଂଶରେ ସଡ଼କ ଦୁର୍ଘଟଣାକୁ ବି ଏଡ଼ାଯାଇ ପାରିଥିଲା । ଖାଲି ମଦ ଦୋକନ ନୁହେଁ, ଚେକିଂ ଭୟରେ କାଗଜପତ୍ର ଠିକ୍‌ ନଥିବା ଗାଡ଼ିକୁ ଘରୁ ବାହାର କରୁନଥିଲେ ଲୋକେ । ଫଳରେ ପେଟ୍ରୋଲ୍‌ ପମ୍ପ୍‌ରେ ମଧ୍ୟ ବେପାର ହ୍ରାସ ପାଇଥିବା ଜଣାପଡ଼ିଛି ।

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

୫ ଟଙ୍କାକୁ ନେଇ ବିବାଦ, ସେଲ୍ସମ୍ୟାନଙ୍କୁ ଗୁଳି

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ମଜାର ଭିତରେ ଚାଲିଥିଲା ସେକ୍ସ ରାକେଟ୍, ସ୍ଥାନୀୟ ଲୋକ ଚଢାଉ କରି ଧରିଲେ କାଲେ ବାବାକୁ

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା