ସବୁଠାରୁ ବଡ ଚାଲାଣ, ଜୋରିମାନା ରାଶି ଏତେ ଥିଲା ଯେ ଟଙ୍କା ନେଇ ଫେରାର ହେଲା ଡ୍ରାଇଭର

ନୁଆଦିଲ୍ଲୀ ୯/୯: ନୂଆ ମୋଟର ଭେଇକିଲ୍ ଆକ୍ଟ ଲାଗୁ ହେବା ପରେ ଚାଲାଣକୁ ନେଇ ବିଭିନ୍ନ ଖବର ଆସୁଛି । ଚାଲାଣ ରାଶି ଏତେ ବଢିଯାଇଛି ଯେ ଅନେକ ଥର ଯେତିକି ଯାନର ମୂଲ୍ୟ ତାଠୁ ଅଧିକ ଚାଲାଣ କଟାଯାଇଛି । ଚାଲାଣ ଅନେକ ଗୁଣ ବଢିବା ପରେ ଲୋକଙ୍କଠୁ ଅଲଗା ଅଲଗା ପ୍ରତିକ୍ରିୟା ଆସୁଛି । କିନ୍ତୁ ଏହା ପ୍ରତ୍ୟାଖାନ କରାଯାଇପାରିବ ନାହିଁ ଯେ ଟ୍ରାଫିକ୍ ରୁଲ୍ ଭାଙ୍ଗୁଥିବା ଚାଳକଙ୍କ ସଂଖ୍ଯା କମିଯାଇଛି ।

ସୂଚନା ଅନୁସାରେ ଦିଲ୍ଲୀରେ ଜଣେ ଟ୍ରକ୍ ଡ୍ରାଇଭରଙ୍କଠୁ ୧.୧୬ ଲକ୍ଷ ଟଙ୍କାର ଚାଲାଣ କଟାଯାଇଛି । ଟ୍ରକ୍ ମାଲିକ ହରିୟାଣାର ରେୱାଡିରେ ରୁହନ୍ତି । ଟାଲାଣ କଟିବା ପରେ ମାଲିକ ନିଜ ଡ୍ରାଇଭରକୁ ୧.୧୬ ଲକ୍ଷ ଟଙ୍କାର ଚାଲାଣ ଭରିବା ପାଇଁ ଦେଇଥିଲେ । ଏତେ ପଇସା ଦେଖି ଡ୍ରାଇଭର ମନରେ ଲୋଭ ଆସିଗଲା ଏବଂ ସେ RTO ଅଫିସ୍ ଯିବା ବଦଳରେ ଟଙ୍କା ନେଇ ଫେରାର ହୋଇଗଲା ।

ବାରମ୍ବାର ଫୋନ୍ କରିବା ପରେ ମଧ୍ଯ ଡ୍ରାଇଭର ଫୋନ୍ ଉଠାଇଲା ନାହିଁ ଏବଂ ଟ୍ରକ୍ ମାଲିକ ତା ବିରୁଦ୍ଧରେ ଥାନାରେ FIR ଦେଇଥିଲେ । ପୋଲିସ ଡ୍ରାଇଭର ବିରୁଦ୍ଧରେ କ୍ରିମିନାଲ୍ ବ୍ରିଚ୍ ଅଫ ଟ୍ରଷ୍ଟ ମାମଲା ରୁଜୁ କରିଥିଲା । ଏହାପରେ ଡ୍ରାଇଭରକୁ ୟୁପିର ଫିରୋଜାବାଦରୁ ପୋଲିସ ଗିରଫ କରିଛି ।

ଏହି ମାମଲାରେ ପୋଲିସ କହିଛି ଯେ ଟ୍ରକ୍ ଡ୍ରାଇଭର ମାଲିକାଙ୍କ ବ୍ୟବହାରରେ ରାଗିଥିଲା ଏବଂ ସେ ଏଥିପାଇଁ ଏଭଳି କାରନାମା କଲା । ଚାଳକ ଯେତେବେଳେ ମାଲିକଙ୍କ ପାଖରେ ଗାଡି ନେଇ ପହଞ୍ଚିଲା ଏତେ ବଡ ରାଶିର ଚାଲାଣ କଟାଯିବା ନେଇ ମାଲିକ ରାଗିକି ଡ୍ରାଇଭରକୁ ଗୋଟେ ଚଟକଣା ମାରିଥିଲେ । ଏଥିରେ ଖପ୍ପା ହୋଇ ପ୍ରତିଶୋଧ ନେବାପାଇଁ ଚାହିଁଲା ଡ୍ରାଇଭର । ଯେତେବେଳେ ଚାଲାଣ ଭରିବା ପାଇଁ ତାକୁ ମାଲିକ ଟଙ୍କା ଦେଇ RTO ଅଫିସ୍ ପଠାଇଲେ ସେ ଟଙ୍କା ନେଇ ଫେରାର ହୋଇଗଲା ।

   ସମ୍ବନ୍ଧିତ ଖବର


ଲଦାଖ୍‌ରେ ଯବାନଙ୍କୁ ସାଲ୍ୟୁଟ୍‌ କରିଥିବା ଶିଶୁକୁ ୨.୫ଲକ୍ଷ ଦେଲା ବିଜେପି ସାଂସଦ

ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ