ନର୍ସ ନିହାରିକାଙ୍କ ହତ୍ୟା ଘଟଣାରେ ନୂଆ ମୋଡ଼: ଆସିଛି ସିସିଟିଭି ଫୁଟେଜ୍, ବୟଫ୍ରେଣ୍ଡ ସମେତ ୬ ଅଟକ

କଟକ ୧୮।୯: ଜଗତସିଂହପୁର ଜିଲ୍ଲା ବିଲୁଆଖାଇ ନଦୀପଠାରୁ ଗତକାଲି ନର୍ସ ନିହାରିକା ପାତ୍ର ମୃତଦେହ ଉଦ୍ଧାର ଘଟଣାରେ ନେଇଛି ନୂଆ ମୋଡ଼ । ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ ରାଜାର ହାତ ଥିବା ସନ୍ଦେହ କରାଯାଉଛି । ଏହି ଘଟଣାରେ ବିରିଡ଼ି ଥାନା ପୁଲିସ୍‌ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ କିଶୋର, ତା’ର ବାପା ଓ ୪ ଜଣ ସାଙ୍ଗ।

ନର୍ସ ନିହାରିକାଙ୍କ ସିସିଟିଭି ଚିତ୍ର ହସ୍ତଗତ ହେବା ପରେ ପୁଲିସ୍‌ ତଦନ୍ତକୁ ଅଧିକ ତ୍ୱରାନ୍ୱିତ କରିଥିଲା। ସିସିଟିଭି ଫୁଟେଜ୍ ଫୁଟେଜ୍ ଅନୁଯାୟୀ, ଯେଉଁଥିରେ ନିହାରିକା ନର୍ସିଂହୋମ୍ ରୁ ବାହାରକୁ ବାହାରୁଥିବାରୁ ଚିତ୍ର ରହିଛି । ବାହାରେ କେହିଜଣେ ବାଇକ୍ ରେ ହେଲମେଟ୍ ପିନ୍ଧି ତାଙ୍କୁ ଅପେକ୍ଷା କରୁଥିବା ଦେଖାଯାଇଛି । ଏହି ସିସିଟିଭି ଫୁଟେଜ୍ ଗତ ୮ ତାରିଖର । ସେବେଠାରୁ ସେ ଡ୍ୟୁଟିକୁ ଫେରିନଥିଲେ । ପରେ ତାଙ୍କର ଗଳିତ ମୃତଦେହ ଅଖାରେ ବନ୍ଧା ଅବସ୍ଥାରେ ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନା ବିଲୁଆଖାଇ ନଦୀ ପଠାରୁ ମିଳିଥିଲା ।

ପୋଲିସ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ସେପଟେ ଘଟଣାରେ ସଂପୃକ୍ତି ସଂଦେହ କରାଯାଉଥିବା ହାଜିପୁର ଅଞ୍ଚଳର କିଶୋର ଚନ୍ଦ୍ର ଆଞ୍ଚଲ ନାମକ ଯୁବକ ଫେରାର ଅଛି । ନିହାରିକା ଏହି ଯୁବକଙ୍କ ସହ ଯାଇଥିଲେ ବୋଲି କୁହାଯାଉଛି । ତେବେ ପୋଲିସ କିଶୋରଙ୍କ ବାପା, ମା’ ଏବଂ ସାନ ଭାଇଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଥିଲା । ହେଲେ ପରେ ତାଙ୍କ ମା’ଙ୍କୁ ପଚରଉଚୁରା କରି ଛାଡି ଦେଇଛି ।

ଏବେବି ବାପା ଏବଂ ସାନ ଭାଇଙ୍କ ସମେତ ୬ଜଣ ଥାନାରେ ଅଟକ ଅଛନ୍ତି ।  କିଶୋର ହିଁ ନିହାରିକାଙ୍କୁ ଅପହରଣ କରିନେବା ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ନିହାରିକା ପାତ୍ରଙ୍କ ଘର ଖୋର୍ଦ୍ଧା ଅଞ୍ଚଳରେ । ସେ କଟକ କଲ୍ୟାଣୀ ନଗର ଏମ୍.ଏମ୍. ମେଡିକେୟାରରେ ନର୍ସ ଭାବେ କାମ କରୁଥିଲେ । ଗତ ୮ ତାରିଖ ଅପରାହ୍ନ ୪ଟାରେ ନର୍ସିଂହୋମରୁ କିଶୋରଙ୍କ ସହିତ ସେ ଯାଇଥିଲେ । ଏହା ପରଠାରୁ ସେ ଡ୍ୟୁଟିକୁ ଫେରିନଥିଲେ । ୯ ତାରିଖରେ ଏମ୍.ଏମ୍ ମେଡିକେୟାର କର୍ତ୍ତୃପକ୍ଷ କଟକ ମଧୁପାଟଣା ଥାନାରେ ଏତଲା ଦେଇଥିଲେ । ଏହାକୁ ଆଧାର କରି ପୁଲିସ୍‌ ହତ୍ୟା ମାମଲା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

   ସମ୍ବନ୍ଧିତ ଖବର


ଦମ୍ପତିଙ୍କଠାରୁ ୨୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ଉତ୍ତରପ୍ରଦେଶ ଆମେଠିରେ ଦଳିତ ଗାଁ ମୁଖିଆଙ୍କ ସ୍ବାମୀକୁ ଜୀଅନ୍ତା ଜଳାଇ ହତ୍ୟା…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’

ପୁଣି ଏକ ସାଙ୍ଘାତିକ ଅଭିଯୋଗ : ଏଥର ୪ ଶ୍ରମିକଙ୍କ ନାଁରେ ଜିଏସ୍‌ଟି ଠକେଇ !

ରୋଗୀଙ୍କ ପାଇଁ ସୁରକ୍ଷିତ ନୁହେଁ ହସ୍ପିଟାଲ ICU ; ଭେଣ୍ଟିଲେଟରରେ ଥାଇବି ଦୁଷ୍କର୍ମର ଶିକାର ହେଲେ ଯୁବତୀ…