ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

https://www.newindianexpress.com/
ଭୁବନେଶ୍ୱର ୨୩/୧୧: ୬ଟି ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ ହୋଇଛନ୍ତି । ନୂଆ କୁଳପତିଙ୍କ ନାମକୁ ରାଜ୍ୟପାଳଙ୍କ ଅନୁମୋଦନ ମିଳିଛି । ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ହେଲେ ସବିତା ଆଚାର୍ଯ୍ୟ । ସେହିପରି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ହୋଇଛନ୍ତି ଅପରାଜିତା ଚୌଧୁରୀ । ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ଦୀନବନ୍ଧୁ ସାହୁଙ୍କୁ ଚୟନ କରାଯାଇଛି । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତି ହୋଇଛନ୍ତି ଏନ୍. ନାଗରାଜୁ । ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ କୁଳପତି କିଶୋର ବାସା ହୋଇଥିବାବେଳେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତି ହୋଇଛନ୍ତି ପ୍ରଫୁଲ୍ଲ ମହାନ୍ତି ।
ଏହି ୬ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ କୁଳପତି ପଦବି ପାଇଁ ୩୬୪ ଜଣ ଆବେଦନ କରିଥିଲେ । ଆବେଦନକାରୀମାନଙ୍କ ମଧ୍ୟରୁ ବିଭିନ୍ନ ବିଶ୍ୱବିଦ୍ୟାଳୟର ବର୍ତ୍ତମାନର କୁଳପତି, ପୂର୍ବତନ କୁଳପତି, ପିଜି କାଉନସିଲ୍ ଅଧ୍ୟକ୍ଷ/ଅଧ୍ୟକ୍ଷା, ରାଜ୍ୟ ଭିତର ଓ ବାହାରର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରଫେସର ସାମିଲ ଥିଲେ । ତେବେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପାଇଁ ସର୍ବାଧିକ ଚାହିଦା ରହିଥିଲା । ଉଭୟ ବିଶ୍ୱବିଦ୍ୟାଳୟ ପାଇଁ ୭୧ଜଣ ପ୍ରଫେସର ତଥା ବରିଷ୍ଠ ଶିକ୍ଷାବିତ୍ ଆବେଦନ କରିଥିଲେ ।