ଏଥର ଦଶହରା ଛୁଟିରେ ବି ଆର୍‌ଟିଓରେ ହେବ ଗାଡି ପଞ୍ଜିକରଣ, ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରହିବ ପରିବହନ କାର୍ଯ୍ୟାଳୟ

କଟକ,୨୪/୧୦: ଦଶହରା ପାଇଁ ୨୩ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହୁଛି। କିନ୍ତୁ ଏହି ଛୁଟି ସମୟରେ ୨୪(ଶନିବାର) ଓ ୨୬(ସୋମବାର) ଦୁଇ ଦିନ ପ୍ରତ୍ୟେକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଖୋଲା ରହିବ। ଏହିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଆରଟିଓ ଖୋଲା ରହିବ।

ଏହି ସମୟରେ ସମସ୍ତ ନୂଆ ଗାଡି ପଞ୍ଜିକରଣ କାର୍ଯ୍ୟ କରାଯିବ। ଗାଡି ପଞ୍ଜିକରଣ ପାଇଁ ଆସୁଥିବା ସମସ୍ତ କାଗଜପତ୍ରକୁ କାର୍ଯ୍ୟାଳୟ ପକ୍ଷରୁ ଗ୍ରହଣ କରାଯିବ। ଏଥିପାଇଁ ପ୍ରତ୍ୟେକ ଆରଟିଓମାନେ ଆବଶ୍ୟକ ବ୍ୟବସ୍ଥା କରିବେ। ରୋଷ୍ଟର ଭିତ୍ତିରେ କର୍ମଚାରୀଙ୍କୁ ନିୟୋଜିତ କରିବେ। ଏପରିକି ଏହି କାର୍ଯ୍ୟକୁ ଆହୁରି ସହଜ କରିବା ଲାଗି ଆରଟିଓମାନେ ନିଜ ଘରୁ ଛୁଟି ଚାରିଦିନ ବି ଏହି କାର୍ଯ୍ୟ କରିବେ। ଏହି ସମୟରେ ଯେପରି କୌଣସି ଜଣେ ବି’ ଡିଲର ନିୟମର ଉଲ୍ଲଂଘନ କରି ବିନା ପଞ୍ଜିକରଣରେ ଗାଡି ବିକ୍ରି ନକରନ୍ତି ତାହା ନିଶ୍ଚିତ କରିବେ ବୋଲି ରାଜ୍ୟ ପରିବହନ କମିସନରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।